ETV Bharat / bharat

ଟଙ୍କା ପ୍ରଲୋଭନ ଦେଖାଇ ୧୪ ବର୍ଷର ନାବାଳକଙ୍କୁ ଯୌନ ଶୋଷଣ

author img

By

Published : Mar 9, 2023, 6:49 AM IST

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପୁଣି ନାବାଳକ ଯୌନ ଶୋଷଣ ଅଭିଯୋଗ । ଟଙ୍କା ପ୍ରଲୋଭନ ଦେଖାଇ ୧୪ ବର୍ଷର ନାବାଳକଙ୍କୁ ଯୌନ ଶୋଷଣ । ଅଧିକ ପଢ଼ନ୍ତୁ

Sexual assault on children in Hyderabad
Sexual assault on children in Hyderabad

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଜଣେ ନାବାଳକକୁ ଯୌନ ଶୋଷଣ ନେଇ ଅଭିଯୋଗ ହୋଇଛି । ଟଙ୍କା ପ୍ରଲୋଭନ ଦେଖାଇ ୧୪ ବର୍ଷର ନାବାଳକକୁ ଯୌନ ଶୋଷଣ କରୁଥିବା ନେଇ ଭବାନୀନଗର ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ସହ ତଦନ୍ତ ଜାରି ରଖିଛି ।

ଭବାନୀ ପୋଲିସର ସୂଚନା ଅନୁଯାୟୀ, ହାଇଦ୍ରାବାଦ ତଲାବକଟ୍ଟା ସିଦ୍ଦିକନଗରର ୩୦ ବର୍ଷୀୟ ଇରଫାନ ନାମକ ଜଣେ ବ୍ୟକ୍ତି ଦୁବାଇରେ ରହୁଥିବା ତାଙ୍କ ଭଉଣୀଙ୍କ ବାସଭବନରେ ରହୁଥିଲେ । ଇରଫାନ ଅବିବାହିତ ଥିବା ଜଣାପଡ଼ିଛି । ଗତ କିଛି ଦିନ ହେବ ତଲାବକଟ୍ଟା ନିକଟରୁ ଜଣେ ୧୪ ବର୍ଷୀୟ ନାବାଳକକୁ ଟଙ୍କା ଆଳ ଦେଖାଇ ତାଙ୍କ ଘରକୁ ନେଇଥିଲେ । ଏହାପରେ ତାଙ୍କୁ ନିଶା ଦ୍ରବ୍ୟ ପାନ କରାଇ ଯୌନ ଶୋଷଣ କରିଥିଲେ । ଏହି ଘଟଣାରେ ମଙ୍ଗଳବାର ଦିନ ଭବାନୀନଗର ପୋଲିସ ଏକ ମାମଲା ରୁଜୁ କରିଥିଲା । ଅନ୍ୟପଟେ ନାବାଳକଙ୍କୁ ଯୌନ ଶୋଷଣ ଦେଉଥିବା ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହୋଇଥିଲା ।

ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଇରଫାନ ଅନ୍ୟ କେତେକ ପୁଅଙ୍କୁ ମଧ୍ୟ ଯୌନ ଶୋଷଣ କରିଛି । ଏହି ମାମଲା ଜଣାପଡ଼ିବା ପରେ ଇରଫାନ ଫିନାଇଲ ପିଇଦେଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଓସମାନିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଜୀବନ ପ୍ରତି କୌଣସି ବିପଦ ନାହିଁ । ସେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ଭବାନୀନଗର ପୋଲିସ ସୂଚନା ଦେଇଛି ।

ପ୍ରକାଶଥାଉକି, ପୂର୍ବରୁ ମଧ୍ୟ ହାଇଦ୍ରାବାଦରେ ନାବାଳକଙ୍କୁ ଯୌନ ଶୋଷଣ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି । ଗତବର୍ଷ ହାଇଦ୍ରାବାଦର ବଞ୍ଜାରାହିଲ୍ସ ସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଜଣେ ୪ ବର୍ଷର ଶିଶୁ ଯୌନ ଶୋଷଣର ଶିକାର ହୋଇଥିଲା । ଏହି ଘଟଣା ପ୍ରଘଟ ହେବାପରେ ପୀଡ଼ିତାଙ୍କ ବାପା ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ପୋଲିସ ତଦନ୍ତ କରି ୩୪ ବର୍ଷୀୟ ଡ୍ରାଇଭରକୁ ଗରିଫ କରିଥିଲା । ପୂର୍ବରୁ ପୀଡ଼ିତାଙ୍କ ପରିବାର ଅଭିଯୋଗ ପୋଲିସ ରଖୁନଥିଲା । ଏଥିପାଇଁ ପରିବାର ପକ୍ଷରୁ ଆମରଣ ଅନଶନରେ ବସିବାକୁ ଧମକ ଦିଆଯାଇଥିଲା । ଏହାପରେ ଏଠାରେ ଥିବା ବଞ୍ଜାରାହିଲ୍ସ ଡିଏଭି ହାଇ ସ୍କୁଲ୍‌ର ମାନ୍ୟତା ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ତେଲେଙ୍ଗାନା ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.