ETV Bharat / international

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗଣହତ୍ୟା ମାମଲା, 9ରେ ଶୁଣାଣି

author img

By

Published : Mar 7, 2023, 8:35 PM IST

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲଙ୍କ ନାମରେ ଗଣହତ୍ୟା ମାମଲା । 9 ରେ ସର୍ବୋଚ୍ଚ କୋର୍ଟରେ ଶୁଣାଣିରେ ହାଜର ପାଇଁ ଓ୍ବାରେଣ୍ଟ ଜାରି । ସଶସ୍ତ୍ର ବିଦ୍ରୋହ ବେଳେ 5 ହଜାର ନାଗରିକଙ୍କ ମୃତ୍ୟୁ ପାଇଁ ଉତ୍ତରଦାୟିତ୍ବ ନେଇଥିଲେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ । ଅଧିକ ପଢନ୍ତୁ

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ, ବିଦ୍ରୋହ ସମୟରେ 5 ହଜାର ଲୋକଙ୍କୁ ହତ୍ୟାକୁ କରିଥିଲେ ସ୍ବୀକାର
ନେପାଳ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ, ବିଦ୍ରୋହ ସମୟରେ 5 ହଜାର ଲୋକଙ୍କୁ ହତ୍ୟାକୁ କରିଥିଲେ ସ୍ବୀକାର

ହାଇଦ୍ରାବାଦ: ନେପାଳ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗଣହତ୍ୟା ମାମଲା । ଦେଶରେ ସଶସ୍ତ୍ର ବିଦ୍ରୋହ ସମୟରେ ପ୍ରାୟ 5 ହଜାର ନାଗରିକଙ୍କ ଗଣହତ୍ୟାର ଉତ୍ତରଦାୟୀ ଭାବେ ନିଜକୁ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ (ପ୍ରଚଣ୍ଡ)ଙ୍କ ବିରୋଧରେ ଏହି ମାମଲା ଦାଏର ହୋଇଛି । ମାର୍ଚ୍ଚ 9 ତାରିଖରେ ଏହି ମାମଲାର ଶୁଣାଣି ନେପାଳ ସର୍ବୋଚ୍ଚ କୋର୍ଟରେ ହେବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ତଥା ମାମଲାର ଅଭିଯୁକ୍ତ ପ୍ରଚଣ୍ଡ କୋର୍ଟରେ ଉପସ୍ଥିତ ରହିବେ । ଏନେଇ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯିବା ସହ ଶୁଣାଣିରେ ଉପସ୍ଥିତ ରହିବା ସହ ନୋଟିସ ମଧ୍ୟ କରାଯାଇଛି ।

2020 ମସିହାରେ ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ କହିଥିଲେ, ସେ ଦେଶରେ ସଶସ୍ତ୍ର ବିଦ୍ରୋହ ସମୟରେ 5,000 ଲୋକଙ୍କ ହତ୍ୟାକୁ ସ୍ବୀକାର କରୁଛନ୍ତି । ପୂର୍ବ ସରକାରଙ୍କ ଶାସନ କାଳରେ ସଶସ୍ତ୍ର ବିଦ୍ରୋହ ସମୟରେ ପ୍ରାୟ 12 ହଜାର ଲୋକଙ୍କ ପ୍ରାଣହାନୀ ଘଟିଥିଲା । ଏଥିପାଇଁ ତାଙ୍କୁ ଦାୟୀ କରାଯାଇ ପାରିବନାହିଁ । ଏହି ଗଣହତ୍ୟା ପୂର୍ବ ସରକାରଙ୍କ ନିର୍ଦ୍ଦେଶରେ ହୋଇଥିଲା । ହେଲେ ଅତି କମରେ ପ୍ରାୟ 5 ହଜାର ଲୋକଙ୍କ ପ୍ରାଣହାନୀ ପାଇଁ ସେ ଉତ୍ତରଦାୟିତ୍ବ ଗ୍ରହଣ କରୁଛନ୍ତି ବୋଲି ପ୍ରଚଣ୍ଡ କହିଥିଲେ ।

ନିଜେ ପ୍ରଚଣ୍ଡଙ୍କ ମୁହଁରୁ ଏପରି ବର୍ବର ସ୍ବୀକାରୋକ୍ତି ଶୁଣିବାକୁ ମିଳିବା ପରେ ତାଙ୍କ ବିରୋଧରେ ଗଣହତ୍ୟା ଅଭିଯୋଗରେ ଏକାଧିକ ମାମଲା ଦାଏର ହୋଇଥିଲା । ଯେଉଁ ମାମଲାଗୁଡିକୁ ନେପାଳର ସର୍ବୋଚ୍ଚ କୋର୍ଟ ଶୁଣାଣିଯୋଗ୍ୟା ଭାବେ ଗ୍ରହଣ କରିବା ସହ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ମାମଲାର ଅଭିଯୁକ୍ତ ଭାବେ ମଧ୍ୟ ସ୍ବୀକାର କରିଛନ୍ତି । ଏହି ମାମଲାରେ ହେବାକୁ ଥିବା 9 ତାରିଖ ଶୁଣାଣିରେ ପ୍ରଧାନମନ୍ତ୍ରୀ କମଲ ଉପସ୍ଥିତ ରହି ନିଜର ପକ୍ଷ ରଖିବା ପାଇଁ ସର୍ବୋଚ୍ଚ କୋର୍ଟରୁ ନୋଟିସ ମଧ୍ୟ କରାଯାଇଛି ।

ନେପାଳ ସୁପ୍ରିମକୋର୍ଟରେ ମାର୍ଚ୍ଚ 9 ତାରିଖ ପୂର୍ବାହ୍ନରେ ଏହି ମାମଲାର ଶୁଣାଣି ହେବ । ଗଣନରସଂହାର ପରି ସଙ୍ଗୀନ ମାମଲାରେ ଅଭିଯୁକ୍ତ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦାହଲ ଓରଫ ପ୍ରଚଣ୍ଡଙ୍କ ପାଇଁ ଅଡୁଆ ବଢିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେ ନିଜେ ଏକ ସାଧାରଣ ସଭାରେ ଦେଶରେ ସାଧାରଣ ନାଗରିକଙ୍କ ଗଣହତ୍ୟାକୁ ସ୍ବୀକାର କରିଥିବା ବେଳେ ଯଦି ଏଥିରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କର ପ୍ରଧାନମନ୍ତ୍ରୀତ୍ବ ମଧ୍ୟ ଚାଲି ଯାଇପାରେ । ଏହା ସହ ତାଙ୍କୁ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯିବ । ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.