ETV Bharat / international

ଆମେରିକାରେ ବଢ଼ୁଛି ବେଆଇନ ଆପ୍ରବାସୀଙ୍କ ସଂଖ୍ୟା, ତାଲିକାର ତୃତୀୟ ସ୍ଥାନରେ ଭାରତ: ପିଉ ରିସର୍ଚ୍ଚ ସେଣ୍ଟର ସର୍ଭେ

author img

By ETV Bharat Odisha Team

Published : Nov 23, 2023, 10:03 AM IST

ୟୁଏସ୍ ରେ ଭାରତୀୟ ମାନେ ତୃତୀୟ ସର୍ବବୃହତ ବେଆଇନ ଆପ୍ରବାସୀ  , ପିଉ ରିସର୍ଚ୍ଚ ସେଣ୍ଟରର ଆକଳନ
ୟୁଏସ୍ ରେ ଭାରତୀୟ ମାନେ ତୃତୀୟ ସର୍ବବୃହତ ବେଆଇନ ଆପ୍ରବାସୀ , ପିଉ ରିସର୍ଚ୍ଚ ସେଣ୍ଟରର ଆକଳନ

ବେଆଇନ ଭାବେ ଆମେରିକା ସୀମାରେ ପ୍ରବେଶ କରୁଥିବା ଅଧିବାସୀଙ୍କ ମଧ୍ୟରେ ଭାରତର ସ୍ଥାନ ତୃତୀୟ ସ୍ଥାନରେ ରହିଛି । ଏନେଇ ଆମେରିକା ସଂସ୍ଥା ପିଉ ରିସର୍ଚ୍ଚ ସେଣ୍ଟର ଏକ ଆକଳନ ରିପୋର୍ଟ ପ୍ରକାଶ କରିଛି । ଅଧିକ ପଢନ୍ତୁ

ୱାସିଂଟନ: ଆସନ୍ତା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଆମେରିକାକୁ ବେଆଇନ ଆପ୍ରବାସୀ ସମସ୍ୟା ବଡ଼ ମୁଦ୍ଦା ଭାବେ ଉଦ୍ଭା ହୋଇଥିଲା ବେଳେ ଏନେଇ ପିଉ ରିସର୍ଚ୍ଚ ସେଣ୍ଟର ଏକ ଆକଳନ ରିପୋର୍ଟ ପ୍ରକାଶ କରିଛି । ବେଆଇନ ଭାବେ ଆମେରିକାରେ ଅନୁପ୍ରବେଶ କରୁଥିବା ତାଲିକାରେ ମେକ୍ସିକୋ ଏବଂ ଏଲ୍‌ ସାଲଭାଡର ଦେଶର ଲୋକଙ୍କ ପରେ ତୃତୀୟ ସର୍ବବୃହତ ଭାବେ ଭାରତୀୟ ମାନଙ୍କ ସଂଖ୍ୟା ରହିଛି । ରିପୋର୍ଟ ଅନୁଯାୟୀ ଆମେରିକାରେ ବେଆଇନ ଆପ୍ରବାସୀ ଭାରତୀୟଙ୍କ ସଂଖ୍ୟା ପ୍ରାୟ 725000 ରହିଛି । 2021 ମସିହା ପର୍ଯ୍ୟନ୍ତର ଆକଳନ ମୁତାବକ ଦେଶରେ ପ୍ରାୟ 10.5 ମିଲିୟନ ବେଆଇନ ଆପ୍ରବାସୀ ରହୁଥିବା ବେଳେ ଏହା ଆମେରିକାର ମୋଟ ଜନସଂଖ୍ୟାର 3 ପ୍ରତିଶତକୁ ପ୍ରତିନିଧିତ୍ବ କରୁଛି ଏବଂ ସେଥିମଧ୍ୟରୁ ପ୍ରାୟ 22 ପ୍ରତିଶତ ଲୋକ ବିଦେଶରେ ଜନ୍ମ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ହିନ୍ଦୁଧର୍ମ ମୋତେ ପ୍ରେରଣା ଦେଇଛି: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ରାମାସ୍ବାମୀ

ତେବେ 2007ରୁ 2021 ମସିହା ମଧ୍ୟରେ ଏମାନଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟିଛି ବୋଲି ୱାସିଂଟନର ଏହି ଥିଙ୍କଟ୍ୟାଙ୍କ ପ୍ରକାଶ କରିଛି । ଯେଉଁଥିରେ ସିଂହଭାଗ ଦକ୍ଷିଣ ଆମେରିକାରୁ ପ୍ରାୟ 240000 ଜଣ ଏବଂ ଦକ୍ଷିମ ପୂର୍ବ ଏସିଆରୁ 180000 ଜଣ ରହିଛନ୍ତି । ବେଆଇନ ଆପ୍ରବାସୀ ତାଲିକାରେ ମେକ୍ସିକୋ 4.1 ମିଲିୟନ ଜନସଂଖ୍ୟା ସହ ପ୍ରଥମରେ ଥିବା ବେଳେ, ଏଲ ସାଲଭାଡର 800000 ଜନସଂଖ୍ୟା ସହ ଦ୍ବିତୀୟ ଏବଂ 725,000 ଜନସଂଖ୍ୟା ସହିତ ଭାରତ ତୃତୀୟ ସ୍ଥାନରେ ରହିଛି ।

ଏହା ମଧ୍ୟ ପଢନ୍ତୁ ... ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପଙ୍କୁ ଟେକ୍ସାସ ଗଭର୍ଣ୍ଣରଙ୍କ ସମର୍ଥନ, ଟାର୍ଗେଟରେ ସୀମା ଅନୁପ୍ରବେଶ

ରିପୋର୍ଟ ଅନୁଯାୟୀ ଆମେରିକାର 6ଟି ଦେଶରେ ବେଆଇନ ଭାବେ ସର୍ବାଧିକ ଆପ୍ରବାସୀ ରହୁଛନ୍ତି । 2021 ମସିହା ସୁଦ୍ଧା କାଲିଫର୍ଣ୍ଣିଆରେ 1.9 ମିଲିୟନ, ଟେକ୍ସାସରେ 1.6 ମିଲିୟନ, ଫ୍ଲୋରିଡାରେ 900000, ନ୍ୟୁୟର୍କରେ 600000, ନ୍ୟୁଜର୍ସିରେ 450000 ଏବଂ ଇଲିନଏସରେ 400000 ବେଆଇନ ଆପ୍ରବାସୀ ରହୁଛନ୍ତି । ସେହିପରି ତାଲିକାରେ ଭାରତ ପଛକୁ ଗ୍ବାଟେମାଲା ଏବଂ ହଣ୍ଡୁରାସରେ ଯଥାକ୍ରମେ 700000 ଓ 525000 ବେଆଇନ ଆପ୍ରବାସୀ ରହୁଛନ୍ତି । ପିଉ ରିସର୍ଚ୍ଚ ସେଣ୍ଟରର ତଥ୍ୟ ମୁତାବକ ଦେଶରେ ଆଇନଗତଃ ଭାବେ ରହୁଥିବା ଆପ୍ରବାସୀଙ୍କ ସଂଖ୍ୟାରେ 29 ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଆମେରିକୀୟ ନାଗରିକତା ପ୍ରଦାନ କରାଯାଇଥିବା ଲୋକଙ୍କ ସଂଖ୍ୟା 49 ପ୍ରତିଶତ ବୃଦ୍ଧି ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.