ETV Bharat / international

ହିନ୍ଦୁଧର୍ମ ମୋତେ ପ୍ରେରଣା ଦେଇଛି: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ରାମାସ୍ବାମୀ

author img

By ETV Bharat Odisha Team

Published : Nov 21, 2023, 10:18 AM IST

ହିନ୍ଦୁଧର୍ମ ଦେଉଛି ସ୍ବତନ୍ତ୍ରତା ଏବଂ ପ୍ରେରଣା , ୟୁଏସ୍ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ରାମାସ୍ବାମୀଙ୍କ ବୟାନ
ହିନ୍ଦୁଧର୍ମ ଦେଉଛି ସ୍ବତନ୍ତ୍ରତା ଏବଂ ପ୍ରେରଣା , ୟୁଏସ୍ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ରାମାସ୍ବାମୀଙ୍କ ବୟାନ

vivek ramaswamy says his hindu faith gives him freedom: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀ । ହିନ୍ଦୁ ଧର୍ମ ଦେଉଛି ସ୍ବତନ୍ତ୍ରତା ଏବଂ ପ୍ରେରଣା ବୋଲି ରାମାସ୍ବାମୀଙ୍କ ଟିପ୍ପଣୀ । ଅଧିକ ପଢନ୍ତୁ ।

ୱାସିଂଟନ: ଆମେରିକାରେ ହେବାକୁ ଥିବା ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀ ଆଶାୟୀ ଅଛନ୍ତି । ସେ ଶନିବାର ଦିନ ଆୟୋଜିତ 'ଦ ଫ୍ୟାମିଲି ଲିଡର ଫୋରମ' କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କି ହିନ୍ଦୁ ଧର୍ମ ପ୍ରତି ତାଙ୍କର ଆସ୍ଥା ଓ ବିଶ୍ବାସ ତାଙ୍କୁ ଏହି ପ୍ରାର୍ଥୀ ଦୌଡରେ ସାମିଲ ହେବା ପାଇଁ ସ୍ବାଧୀନତା ଏବଂ ପ୍ରେରଣା ପ୍ରଦାନ କରୁଛି । ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ସେ ଉକ୍ତ ମୂଲ୍ୟବୋଧ ଗୁଡିକୁ ପ୍ରୋତ୍ସାହନ ଦେବେ, ଯାହା କୌଣସି ଏକ ଧର୍ମ ମଧ୍ୟରେ ସୀମିତ ହୋଇରହିବ ନାହିଁ । ଆମେରିକାରେ ଧାର୍ମିକ ଆସ୍ଥା, ପରିବାର, କଠିନ ପରିଶ୍ରମ ଏବଂ ଦେଶ ଭକ୍ତି ଭଳି ମୂଲ୍ୟବୋଧ ଗୁଡିକୁ ମଜବୁତ କରାଯିବ ବୋଲି ସେ ଟିପ୍ପଣୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ

ବିଶିଷ୍ଟ ଟେକ୍ ଏଣ୍ଟରପ୍ରିନର ବିବେକ ରାମାସ୍ବାମୀ ଷ୍ଟ୍ରାଇଭ ଏସେଟ୍ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ନିଜର ହିନ୍ଦୁଧର୍ମ ପ୍ରତି ବିଶ୍ବାସ ବିଷୟରେ କହିବା ସହ ଖ୍ରୀଷ୍ଟିଆନ୍ ଧର୍ମ ସମାନ ମୂଲ୍ୟବୋଧ ସୃଷ୍ଟି କରୁଛି । ମୁଁ ଜଣେ ହିନ୍ଦୁ ଅଟେ । ଇଶ୍ବରଙ୍କ ଉପରେ ବିଶ୍ବାସ ଏକ ସତ୍ୟ ବୋଲି ମୋର ଧାରଣା । ଇଶ୍ବର ଆମକୁ ଏଠାରେ ଏକ ଉଦ୍ଦେଶ୍ୟ ସହିତ ପଠାଇଛନ୍ତି । ଇଶ୍ବରଙ୍କ ଉଦ୍ଦେଶ୍ୟକୁ ସାକାର କରିବା ଆମର କର୍ତ୍ତବ୍ୟ ଅଟେ । ଆମ ଧର୍ମରେ ଏକ ମୂଳ କଥା କୁହାଯାଇଛି କି ଇଶ୍ବର ଆମ ସମସ୍ତଙ୍କ ମଧ୍ୟରେ ବସବାସ କରିଥାନ୍ତି ବୋଲି ସେ ମନ୍ତବ୍ୟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ... US presidential poll: ନିର୍ବାଚନ ଲଢିବାକୁ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଘୋଷଣା

ସୂଚନାଯୋଗ୍ୟ ଯେ, ଖୁିବ କମ୍ ସମୟ ମଧ୍ୟରେ 38 ବର୍ଷୀୟ ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀ ଆମେରିକୀୟ ଜନତା, ଖାସ କରି ଯୁବପିଢିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ଏପରିକି ବିଶ୍ବର ଅନ୍ୟତମ ଧନୀ ଏବଂ ବ୍ୟବସାୟୀ ଏଲନ ମସ୍କ ମଧ୍ୟ ତାଙ୍କର ପ୍ରଶଂସକ ଅଟନ୍ତି । ଆମେରିକାରେ ଆସନ୍ତା ନଭେମ୍ବର 5 ତାରିଖ 2024ରେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ହେବ । ଆମେରିକାରେ ଦ୍ବି-ଦଳୀୟ ନିର୍ବାଚନୀ ବ୍ୟବସ୍ଥା ଥିବାବେଳେ ଏଥର ଡେମୋକ୍ରେଟିକ ପାର୍ଟି ତରଫରୁ ଜୋ ବାଇଡେନ, ୱିଲିୟମସନ ଭଳି 4 ଜଣ ଆଶାୟୀ ଥିବାବେଳେ ରିପବ୍ଲିକାନ ପାର୍ଟି ତରଫରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆମେରିକୀୟ ରାଜଦୂତ ନିକି ହାଲେ, ବିବେକ ରାମାସ୍ବାମୀ ଆଦି 7 ଜଣ ଆଶାୟୀ ଅଛନ୍ତି । ଗତ 2020 ମସିହାରେ ଆମେରିକାରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.