ETV Bharat / international

୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ

author img

By

Published : Nov 16, 2022, 10:36 AM IST

୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ
୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ

୨୦୨୪ ଆମେରିକା ନିର୍ବାଚନରେ ଲଢିବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କଲେ । ଅଧିକ ପଢନ୍ତୁ

ୱାଶିଂଟନ: ୨୦୨୪ ଆମେରିକା ନିର୍ବାଚନରେ ଲଢିବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Former US President Donald Trump) । ତୃତୀୟ ଥର ପାଇଁ ରାଷ୍ଟ୍ରପତି ଦୌଡରେ ସାମିଲ ହେବେ ଟ୍ରମ୍ପ । ମଙ୍ଗଳବାର ରାତିରେ ରାଷ୍ଟ୍ରପତି ପଦ ପାଇଁ ସେ ନିଜର ପ୍ରାର୍ଥିତ୍ବ ଘୋଷଣା କରିଛନ୍ତି । ଏହାସହିତ ୭୬ ବର୍ଷୀୟ ଟ୍ରମ୍ପ ନିର୍ବାଚନ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଦାଖଲ କରିଛନ୍ତି । ଏନେଇ କେତେକ ଆନ୍ତର୍ଜାତିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ୨୦୨୪ ନିର୍ବାଚନ(US Presidential Election)ରେ ପ୍ରତିଦ୍ବନ୍ଦିତା ପାଇଁ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିଲେ ।

ଆମେରିକାର ଦୁଇଟି ଦଳ ମଧ୍ୟରୁ ଔପଚାରିକ ଭାବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିତ୍ବ ଘୋଷଣା କରିବାରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ପ୍ରଥମ । ଅଦ୍ୟାବିଧି ରିପବ୍ଲିକାନ ଏବଂ ଡେମୋକ୍ରାଟିକ ପାର୍ଟିରୁ ଅନ୍ୟ କୌଣସି ବ୍ୟକ୍ତି ନିର୍ବାଚନ ଲଢିବା ନେଇ ଔପଚାରିକ ଘୋଷଣା କରିନାହାନ୍ତି । ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଫ୍ଲୋରିଡା ସ୍ଥିତ ନିଜ ବାସଭବନରେ ଶତାଧିକ ସମର୍ଥକମାନଙ୍କୁ କହିଛନ୍ତି,''ଏବେ ଠାରୁ ଆମେରିକାର ପୁନଃଆଗମନ ଆରମ୍ଭ ହେଲା । ଆମେରିକା ପୁଣିଥରେ ମହାନ ଓ ଗୌରବଶାଳୀ କରିବାକୁ ରାଷ୍ଟ୍ରପତି ପାଇଁ ଆଜି ରାତିରେ ମୁଁ ମୋର ପ୍ରାର୍ଥତ୍ବ ଘୋଷଣା କରୁଛି ।''

୨୦୧୭ରେ ଆମେରିକାର ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଏହାକୁ ମିଶାଇ ସେ ତୃତୀୟ ଥର ନିର୍ବାଚନ ଲଢୁଛନ୍ତି । ତେବେ ଆମେରିକାରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ସରିବା ପରେ ଟ୍ରମ୍ପ ପ୍ରାର୍ଥିତ୍ବ ଘୋଷଣା କରିଥିବା ଦେଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.