ETV Bharat / international

ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପଙ୍କୁ ଟେକ୍ସାସ ଗଭର୍ଣ୍ଣରଙ୍କ ସମର୍ଥନ, ଟାର୍ଗେଟରେ ସୀମା ଅନୁପ୍ରବେଶ

author img

By ETV Bharat Odisha Team

Published : Nov 21, 2023, 8:15 PM IST

ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପଙ୍କୁ ଟେକ୍ସାସ ଗଭର୍ଣରଙ୍କ ସମର୍ଥନ, ଟାର୍ଗେଟରେ ସୀମା ଅନୁପ୍ରବେଶ
ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପଙ୍କୁ ଟେକ୍ସାସ ଗଭର୍ଣରଙ୍କ ସମର୍ଥନ, ଟାର୍ଗେଟରେ ସୀମା ଅନୁପ୍ରବେଶ

Texas Governor Endorses Donald Trump for US President: ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ରଣ ହୁଙ୍କାର । ନିର୍ବାଚନରେ ଜିତିବା ପରେ ଆମେରିକା ଇତିହାସର ସବୁଠୁ ବଡ଼ ଘରୋଇ ନିର୍ବାତନର ଅପରେସନ କରାଯିବ ବୋଲି ପ୍ରତିଶୃତି ସେ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ହ୍ୟୁଷ୍ଟନ: ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେଠାରୁ ଆରମ୍ଭ ହେଲାଣି ବଳ କଷାକଷି । ଏବେ ଠାରୁ ସମର୍ଥନ ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ସେ ଆମେରିକା-ମେକ୍ସିକୋ ସୀମାବର୍ତ୍ତୀ ଅଞ୍ଚଳକୁ ଯାତ୍ରା କରିଛନ୍ତି । ରବିବାର ଦିନ ଟେକ୍ସାସ୍ ରାଜ୍ୟର ଏଡିନବର୍ଗ ସହରରେ ଡୋନାଲ୍ଡ ଟ୍ରମ୍ପ୍‌ ଟେକ୍ସାସ ରାଜ୍ୟର ଗଭର୍ଣ୍ଣର ଗ୍ରେଗ୍ ଏବଟ୍‌ଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଟେକ୍ସାସ ରାଜ୍ୟର ଗଭର୍ଣ୍ଣର କହିଥିଲେ ଯେ ଆମ ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ଅତ୍ୟନ୍ତ ଜରୁରୀ ଅଟେ । ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆମେରିକା ପାଖରେ ଇତିହାସର ସବୁଠାରୁ ଅସୁରକ୍ଷିତ ସୀମା ରହିଛି କିନ୍ତୁ ଆମେରିକା ଏବଂ ମେକ୍ସିକୋ ସୀମାରେ ହେଉଥିବା ଅନିୟନ୍ତ୍ରିତ ଅନୁପ୍ରବେଶକୁ ରୋକିବାରେ ରାଷ୍ଟ୍ରପତି ଜୋ ବାଇଡେନ ଅସମର୍ଥ ହୋଇଛନ୍ତି । ୨୦୨୪ ନଭେମ୍ବର ୫ ତାରଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ନାମାଙ୍କନ ଦୌଡ଼ରେ ଆଗୁଆ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଏହା ମଧ୍ୟ ପଢନ୍ତୁ... ହିନ୍ଦୁଧର୍ମ ମୋତେ ପ୍ରେରଣା ଦେଇଛି: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ରାମାସ୍ବାମୀ

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଆମେରିକା ଇତିହାସର ସବୁଠୁ ବଡ଼ ଘରୋଇ ନିର୍ବାସନର ଅପରେସନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଟ୍ରମ୍ପ ସାର୍ବଜନିକ ରୂପରେ କହିଛନ୍ତି ଯେ ସେ ଆଇନଗତଃ ଏବଂ ଅବୈଧ ଆପ୍ରବାସନକୁ ପ୍ରତିବନ୍ଧକ ଲଗାଇବା ସହ ନିଜର ପ୍ରଥମ କାର୍ଯ୍ୟକାଳରେ ଅନୁପ୍ରବେଶକୁ ରୋକିବା ପାଇଁ ଉଦ୍ଧିଷ୍ଟ ଅନେକ ନୀତି ଗୁଡିକୁ ପୁନଃ ଲାଗୁ କରାଇବେ । ଯେଉଁ ଥିରେ ମୁଖ୍ୟ ରୂପରେ ମୁସଲିମ ଦେଶଗୁଡ଼ିକ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇବା ଏବଂ ଏହାକୁ ବିସ୍ତାରିତ କରିବା, ଟାଇଟଲ ୪୨ ରୂପରେ ଜ୍ଞାତ ଏକ କୋଭିଡ୍‌ ଯୁଗ ନୀତି ଫେରାଇ ଆଣିବା ଆଦି ସାମଲ ଅଛି । ଏଥି ମଧ୍ୟରେ ଟେକ୍ସାସ ରାଜ୍ୟ ବାଇଡେନ ପ୍ରଶାସନ ସହିତ ସୀମା ଅନୁପ୍ରବେଶକୁ ନେଇ ଆଇନ ଲଢେଇରେ ଫସିଛି । ସୂଚନାଯୋଗ୍ୟ ଯେ ବାଇଡେନଙ୍କ ଶାସନ ଆରମ୍ଭ ହେବା ପରେ ୟୁଏସ୍ ବର୍ଡର ଏଜେଣ୍ଟ ମାନେ ରେକର୍ଡ ସଂଖ୍ୟକ ୫ ମିଲିୟନରୁ ଊର୍ଦ୍ଧ୍ୱ ଅନୁପ୍ରବେଶକାରୀମାନଙ୍କୁ ବର୍ଡର ପାର୍ ହେଉଥିବା ବେଳେ ଗିରଫ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.