ETV Bharat / business

ତଳମୁହାଁ ସେନସେକ୍ସ୍‌, କ୍ଷତି ସହିଲେ ନାମୀଦାମୀ କମ୍ପାନୀ

author img

By

Published : Aug 9, 2023, 5:41 PM IST

Etv Bharat
Etv Bharat

ସେନସେକ୍ସରେ ୧୫୮.୧୬ ପଏଣ୍ଟ ହ୍ରାସ । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୧୦ ପଇସା ବୃଦ୍ଧି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ୍‌ ଫେଡରାଲ ରିଜର୍ଭ ଦ୍ବାରା ପ୍ରମୁଖ ସୁଧହାରକୁ ଅପରିବର୍ତ୍ତିତ ରହିବା ଫଳରେ ବୁଧବାର ଦିନ ସ୍ଥାନୀୟ ସେୟାର ବଜାରର ପ୍ରାରମ୍ଭିକ ବାଣିଜ୍ୟରେ ହ୍ରାସ ଘଟିଛି । ୩୦ ସେୟାର ଆଧାରିତ ବିଏସଇ ସେନସେକ୍ସରେ ୧୫୮.୧୬ ପଏଣ୍ଟ ହ୍ରାସ ପାଇ ଏହା ୬୩୦୭୦.୩୫ ପଏଣ୍ଟରେ ପହଞ୍ଚିଛି । ସେହିପରି ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସୂଚକାଙ୍କ ନିଫ୍ଟ ପୂର୍ବ କାରବାରରୁ ୩୪.୧୫ ପଏଣ୍ଟ ଖସି ୧୮୭୨୧.୭୫ ପଏଣ୍ଟରେ ରହିଛି ।

ସେନ୍‌ସେକ୍ସ କମ୍ପାନୀଗୁଡିକ ମଧ୍ୟରେ ଇଣ୍ଡସଲ୍ୟାଣ୍ଡ ବ୍ୟାଙ୍କ, ଇମ୍ଫୋସିସ୍‌, ଟିସିଏସ୍, ରିଲିୟାନ୍ସ ଇଣ୍ଡଷ୍ଟ୍ରିଜ୍‌, ଏନ୍‌ଟିପିସି, ବଜାଜ ଫିନସର୍ଭ, ଆକ୍ସିସ୍‌ ବ୍ୟାଙ୍କ, ଟାଟା ଷ୍ଟିଲ୍‌ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ ଭଳି କମ୍ପାନୀର ସେୟାର ମାର୍କେଟରେ କ୍ଷତି ସହିଛି କରିଛି । ଅନ୍ୟପକ୍ଷରେ ମାରୁତି, HCL ଟେକ୍‌, ସନ୍ ଫାର୍ମା, ନ୍ୟାସ୍ଲେ୍ ଏବଂ ଅଲ୍‌ଟ୍ରାଟେକ୍‌ ସିମେଣ୍ଟ କମ୍ପାନୀ ଗୁଡିକର ସେୟାର ମୂଲ୍ୟ ବୃଦ୍ଧି ଘଟିଛି । ଏହାସହ ଏସିଆ ବଜାରରେ ଦକ୍ଷିଣ କୋରିଆର କୋସ୍ପି କ୍ଷତିରେ କାରବାର କରୁଥିବା ସହ ସେପଟେ ଜାପାନର ନିକ୍କି, ଚୀନର ସାଂଘାଇ କମ୍ପୋଜିଟ୍‌ ଓ ହଂକଂର ହ୍ୟାଙ୍ଗ୍‌ସେଙ୍ଗ୍‌ କମ୍ପାନୀ ଲାଭ ଅର୍ଜନ କରିଛନ୍ତି । ତେବେ ବୁଧବାର ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ, ପ୍ରମୁଖ ସୁଧ ହାରକୁ ୫.୧ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ....ବଜେଟ ପରେ ପୁଞ୍ଜି ବଜାରରେ ଉତ୍ସାହ, ୧୧୭୨ ପଏଣ୍ଟ ଉଛୁଳିଲା ସେନସେକ୍ସ

ବୁଧବାର ଇଣ୍ଟରବ୍ୟାଙ୍କ୍‌ ବୈଦେଶିକ ଟଙ୍କା ବିନିମୟ ବଜାରରେ ପ୍ରାରମ୍ଭିକ କାରବାରରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାରେ ୧୦ ପଇସା ବୃଦ୍ଧି ହୋଇ ୮୨.୮୧ରେ ପହଞ୍ଚିଛି । ତେବେ ଅନ୍ୟ ବିଦେଶୀ ମୁଦ୍ରା ତୁଳନାରେ ଡଲାରର ମୁଲ୍ୟ ହ୍ରାସ ହେବା ଫଳରେ ଟଙ୍କାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ...GST Collection: ଜୁଲାଇରେ ୭୨୨୫.୨୫ କୋଟି ଜିଏସଟି ସଂଗ୍ରହ, ଗତବର୍ଷ ତୁଳନାରେ ୧୯.୨୬% ଅଭିବୃଦ୍ଧି

ସେୟାର ବଜାର ଅଂଶଗ୍ରହଣକାରୀମାନେ ଆମେରିକାର ମୁଦ୍ରାସ୍ପିତି ତଥ୍ୟ, ବ୍ରିଟେନ ଜିଡିପିର ତଥ୍ୟ ଏବଂ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମିତି ବୈଠକର ଫଳାଫଳକୁ ଅପେକ୍ଷା କରିଛନ୍ତି । ଇଣ୍ଟରବ୍ୟାଙ୍କ୍‌ ବୈଦେଶିକ ଟଙ୍କା ବିନିମୟ ବଜାରରେ ଟଙ୍କା ୮୨.୮୩ରେ ଆରମ୍ଭ ହୋଇ ୮୨.୮୦ରେ ପହଞ୍ଚିଥିଲା । ପରେ ପ୍ରତି ଏକ ଡଲାର ପିଛା ଟଙ୍କା ୮୨.୮୧ରେ କାରବାର ହୋଇଥିଲା । ଯାହା ପୂର୍ବ ତୁଳନାରେ ୧୦ ପଇସା ବଢ଼ିଥିଲା । ତେବେ ମଙ୍ଗଲବାର ଦିନ ପ୍ରତି ଏକ ଡଲାର ପିଛା ଟଙ୍କାର ମୂଲ୍ୟ ୮୨.୯୧ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.