ETV Bharat / business

ବଜେଟ ପରେ ପୁଞ୍ଜି ବଜାରରେ ଉତ୍ସାହ, ୧୧୭୨ ପଏଣ୍ଟ ଉଛୁଳିଲା ସେନସେକ୍ସ

author img

By

Published : Feb 1, 2023, 11:03 AM IST

Updated : Feb 1, 2023, 1:41 PM IST

ବଜେଟ ପୂର୍ବରୁ ପୁଞ୍ଜି ବଜାରରେ ଉତ୍ସାହ
ବଜେଟ ପୂର୍ବରୁ ପୁଞ୍ଜି ବଜାରରେ ଉତ୍ସାହ

କେନ୍ଦ୍ର ବଜେଟ ପ୍ରଭାବରେ ଉଛୁଳିଲା ପୁଞ୍ଜି ବଜାର । ସେନସେକ୍ସରେ ୧୧୭୫ ପଏଣ୍ଟରୁ ଅଧିକ ବୃଦ୍ଧି । ଅଧିକ ପଢନ୍ତୁ

ମୁମ୍ବାଇ: କେନ୍ଦ୍ର ବଜେଟ୍ ଉପସ୍ଥାପନ ସହିତ ଉଛୁଳିଲା ପୁଞ୍ଜି ବଜାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିବା ବେଳେ ଏହାକୁ ନେଇ ଘରୋଇ ପୁଞ୍ଜି ବଜାରରେ ଖୁବ୍ ଉତ୍ସାହ ଦେଖାଯାଇଛି । ବିଏସଇ ସେନସେକ୍ସ ୧୧୭୫ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୬୦,୭୨୪.୯୯ ପଏଣ୍ଟରେ ପହଞ୍ଚିଛି । ସେନସେକ୍ସରେ ୧୧୭୫.୦୯ ପଏଣ୍ଟ ବା ୧.୯୭ ପ୍ରତିଶତ ବୃଦ୍ଧି ଆସିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୨୯୩.୧୦ ପଏଣ୍ଟ ବା ୧.୧୬୬ ପଏଣ୍ଟ ଉଛୁଳି ୧୭୯୫୫.୩୦ ପଏଣ୍ଟରେ କାରବାର କରୁଛି ।

ଆଜି କାରବାର ଆରମ୍ଭରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୪୪୩ ପଏଣ୍ଟ ବା ୦.୭୪ ପ୍ରତିଶତ ଉଛୁଳି ୫୯,୯୯୩ ପଏଣ୍ଟରେ କାରବାର କରୁଥିଲା । ସେହିପରି ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ ୧୩୦ ବା ୦.୭୩ ପଏଣ୍ଟ ବୃଦ୍ଧି ପାଇ ୧୭,୭୯୨ ପଏଣ୍ଟ ରହିଥିଲା । ଆଇଏଚସିଏଲ, ଆଇସିଆଇସିଆଇ ବ୍ୟାଙ୍କ ସେୟାର ମୂଲ୍ୟରେ ପ୍ରାୟ ୫ ପ୍ରତିଶତ ବୃଦ୍ଧି ହୋଇଥିଲା । ବଜେଟ ଆସିବା ପରେ ଉଭୟ ସେନସେକ୍ସ ଓ ନିଫ୍ଟି ଲମ୍ବା ଲମ୍ଫ ମାରିଛି ।

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଟପ୍ ଲାଭ ଅର୍ଜନକାରୀ କମ୍ପାନୀ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ, ୟୁପିଏଲ, ବ୍ରିଟାନିଆ, ହିନ୍ଦାଲକୋ, Divis Labs, ଜେଏସଡବ୍ଲ୍ୟ ଷ୍ଟିଲ, ଟାଟା କଷ୍ଟମର ପ୍ରଡକ୍ଟ, ଟେକ ଏମ, ହିରୋ ମୋଟୋକର୍ପ ରହିଛନ୍ତି । ସେହିପରି ଆଦାନୀ ଏଣ୍ଟରପ୍ରାଇଜେସ୍, ବିପିସିଏଲ, କୋଲ୍‌ ଇଣ୍ଡିଆ, ଆଇଟିସି, ଏସବିଆଇ ଲାଇଫ, ଇଣ୍ଡସଉଇଣ୍ଡ ବ୍ୟାଙ୍କ ପ୍ରମୁଖ ସେୟାର ମୂଲ୍ୟରେ ୦.୧୪ରୁ ୧.୩ ପ୍ରତିଶତ ହ୍ରାସ ହୋଇଛି । ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟ ଯୋଗୁଁ ଲଗାତାର ଭାବେ ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ହ୍ରାସ ରେକର୍ଡ ହେଉଛି । ଯେଉଁ କାରଣରୁ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପ୍ରଭାବିତ ହେବା ସହ ସେ ଏବେ ବିଶ୍ବର ଟପ୍ ୧୦ ଧନୀ ତାଲିକାରୁ ବାଦ୍ ପଡିଛନ୍ତି । ଅନ୍ୟପଟେ ବଜେଟ ପୂର୍ବରୁ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମଜଭୁତ ହୋଇଛି । ପ୍ରାରମ୍ଭିକ କାରବାରରେ ଟଙ୍କାର ବିନିମୟ ମୂଲ୍ୟ ୧୦ ପଇସା ବୃଦ୍ଧି ସହ ୮୧.୭୮ ଟଙ୍କା ରହିଛି ।

ଏହାମଧ୍ୟ ପଢନ୍ତୁ: Budget 2023: କାଉଣ୍ଟଡାଉନ ଆରମ୍ଭ, ୧୧ଟାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ସୂଚନାଯୋଗ୍ୟ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ବଜେଟରୁ ସବୁବର୍ଗର ଲୋକଙ୍କୁ କିଛି ଉପହାର ମିଳିବ ବୋଲି ଆଶା କରାଯାଉଥିଲା । ଏଥିପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମହିଳା, ଶିଳ୍ପପତି, ଉଦ୍ୟୋଗୀ ବଜେଟରୁ ଅନେକ ଆଶା ରଖିଥିଲେ । ବିଶେଷକରି ମହଙ୍ଗା ମାଡରେ ଯୁଝୁଥିବା ମଧ୍ୟବିତ୍ତ ବର୍ଗଙ୍କୁ ଆଶ୍ବସ୍ତି ଦେବା ପାଇଁ ସରକାର ଟିକସ ରିହାତି ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଥିବା ବେଳେ ତାହା ହିଁ ହୋଇଛି । ତେଣୁ ଅର୍ଥମନ୍ତ୍ରୀଙ୍କ ବଜେଟ ପେଡି ଖୋଲିବା ପରେ ଶେୟାର ମାର୍କେଟରେ ଉତ୍ସାହ ଦେଖାଯାଇଛି ।

Last Updated :Feb 1, 2023, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.