ETV Bharat / business

Budget 2023: କାଉଣ୍ଟଡାଉନ ଆରମ୍ଭ, ୧୧ଟାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

author img

By

Published : Feb 1, 2023, 7:20 AM IST

Updated : Feb 1, 2023, 9:24 AM IST

ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ୨୦୨୪ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ସାଧାରଣ ଲୋକଙ୍କଠାରୁ ନେଇ ଉଦ୍ୟୋଗୀଙ୍କ ନଜର ବଜେଟ୍ ଉପରେ ରହିଛି । ଅଧିକ ପଢନ୍ତୁ

Budget 2023
Budget 2023

ନୂଆଦିଲ୍ଲୀ: ଆଜି କେନ୍ଦ୍ର ବଜେଟ୍ । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରିବେ । ସାଧାରଣ ଲୋକଙ୍କଠାରୁ ନେଇ ଚାକିରିଆ, ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ନଜର ଏହି ବଜେଟ ଉପରେ ରହିଛି । ବିଶେଷକରି ୨୦୨୪ରେ ଲୋକସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ଭଳି ବଜେଟ ଆଣିପାରନ୍ତି ବୋଲି କୁହାଯାଉଛି ।

ବିଶ୍ବର ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଏହି ବଜେଟ ସାଧାରଣ ନାଗରିକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାକୁ ପ୍ରଚେଷ୍ଟା କରିବ ଏବଂ ଦୁନିଆ ପାଇଁ ନୂଆ ଆଶାର କିରଣ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି । ତେବେ ବଜେଟ ଉପସ୍ଥାପନ ପୂର୍ବରୁ ମଙ୍ଗଳବାର ସଂସଦରେ ଉପସ୍ଥାପନ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ଜିଡିପି ଅଭିବୃଦ୍ଧ ୭ ପ୍ରତିଶତ ରହିବାକୁ ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୬.୫ ପ୍ରତିଶତ ରହିପାରେ ବୋଲି ଅନୁମାନ କରାଯାଇଛି । ଏହାସହିତ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆହୁରି ହ୍ରାସ ପାଇବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି।

ଚଳିତ ବଜେଟରୁ ସାଧାରଣ ଲୋକଙ୍କୁ ଅନେକ ଆଶା ରହିଛି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣକାଳୀନ ବଜେଟ ହୋଇଥିବାରୁ ଟିକସ ରିହାତି ମିଳିବା ନେଇ ମଧ୍ୟବିତ୍ତ ବର୍ଗ ଆଶା ରଖିଛନ୍ତି । ଏହାପୂର୍ବରୁ ସରକାର ୨୦୨୦ରେ ନୂଆ ଟିକସ ସ୍ଲାବ ଆଣିଥିଲେ । ଦରଦାମ ବୃଦ୍ଧି ସହ ଯୁଝୁଥିବା ମଧ୍ୟବିତ୍ତ ଶ୍ରେଣୀ ଲୋକେ ଆୟକର ଟିକସରେ ରିହାତି ପାଇଁ ଆଶା ରଖିଛନ୍ତି । ସେହିପରି ବଜେଟରେ ସରକାର ମେକ୍‌ ଇନ୍‌ ଇଣ୍ଡିଆ ଓ ଭୋକାଲ ଫର ଲୋକାଲ ଉପରେ ଫୋକସ କରିପାରନ୍ତି । ଭୋକାଲ ଫର ଲୋକାଲକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବଜେଟରେ ଜିଲ୍ଲା ସ୍ତରରେ ଏକ୍ସପୋର୍ଟ ହବ୍ କରିବାକୁ ଘୋଷଣା କରିପାରନ୍ତି । ଏଥିପାଇଁ ପ୍ରାୟ ୪ ହଜାରୁ ୫ ହଜାର କୋଟି ଯାଏଁ ବ୍ୟୟବରାଦ ହୋଇପାରେ ।

ସେହିପରି ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତ ସମ୍ଭାବନା ସୃଷ୍ଟି ହୋଇପାରେ । ସ୍ବାସ୍ଥ୍ୟବୀମା କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଦେଶର ୪୧ ପ୍ରତିଶତ ପରିବାର ପାଖରେ ସ୍ବାସ୍ଥ୍ୟବୀମା ଥିବା ଦାବି ହେଉଛି । ଗତ ୫ ବର୍ଷରେ ସ୍ବାସ୍ଥ୍ୟବୀମା ଧାରକଙ୍କ ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇଛି ।

Last Updated :Feb 1, 2023, 9:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.