ETV Bharat / business

ଜରୁରୀ ସ୍ଥିତିରେ ନିଅନ୍ତୁ ପର୍ସନାଲ ଲୋନ, ବିଳାସପୂର୍ଣ୍ଣ ପାଇଁ ନୁହେଁ

author img

By

Published : Nov 25, 2022, 4:08 PM IST

ଜରୁରୀ ସ୍ଥିତିରେ ନିଅନ୍ତୁ ବ୍ୟକ୍ତିଗତ ଲୋନ, ବିଳାସପୂର୍ଣ୍ଣ ପାଇଁ ନୁହେଁ
ଜରୁରୀ ସ୍ଥିତିରେ ନିଅନ୍ତୁ ବ୍ୟକ୍ତିଗତ ଲୋନ, ବିଳାସପୂର୍ଣ୍ଣ ପାଇଁ ନୁହେଁ

ଆଜିକାଲି ଅନେକ ଫାର୍ମ ପର୍ସନାଲ ଲୋନ ଅଫର କରୁଛନ୍ତି । ଜରୁରୀ ପରିସ୍ଥିତି ସମୟରେ ଏହି ଲୋନ ଉପଯୋଗୀ ହୋଇଥାଏ । କିନ୍ତୁ ଲୋନ ନେବା ସମୟରେ ସମସ୍ତ ବିବରଣୀ ଯାଞ୍ଚ ନକରିବା ବା ତରବରିଆ ଭାବେ ଲୋନ ନେବା ଆର୍ଥିକ ସଙ୍କଟର କାରଣ ହୋଇଥାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜିକାଲି ଯେକୌଣସି ଜିନିଷ କିଣିବା ପାଇଁ ଲୋକେ ଲୋନ ନେବାକୁ ଚିନ୍ତା କରୁଛନ୍ତି । ବହୁସଂଖ୍ୟକ ଆର୍ଥିକ ସଂସ୍ଥା ମଧ୍ୟ ପର୍ସନାଲ ଲୋନ/ ବ୍ୟକ୍ତିଗତ ଋଣ(personal loans) ଦେବାକୁ ଆଗେଇ ଆସୁଛନ୍ତି । କ୍ଷଣିକ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ ହୋଇଯାଇଛି । ଅତି ଜରୁରୀ ସ୍ଥିତିରେ ଏହି ଲୋନଗୁଡିକ ଉପଯୋଗୀ ହୋଇଥାନ୍ତି । ହେଲେ ସମସ୍ତ ବିବରଣୀ ବିନା କୌଣସି ପ୍ରକାର ଲୋନ ନେବା ଅନୁଚିତ୍ । ଏହା ଆମକୁ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲିପାରେ । ବର୍ତ୍ତମାନ ସମୟରେ ଅଣବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନଗୁଡିକ ନିଜର ଲୋନ ଆକାଉଣ୍ଟ ସଂଖ୍ୟା ବୃଦ୍ଧି କରି ବୃହତ୍ ପରିମାଣର ପର୍ସନାଲ ଲୋନ ଅଫର କରୁଛନ୍ତି । ଅନେକ ସମୟରେ ଏହି ଆର୍ଥିକ ଅନୁଷ୍ଠାନଗୁଡିକ(NBFCs) କ୍ରେଡିଟ ସ୍କୋର୍‌ ପ୍ରତି ଧ୍ୟାନ ଦେଇନଥାନ୍ତି ।

ଜରୁରୀ ସ୍ଥିତିରେ ନିଅନ୍ତୁ ବ୍ୟକ୍ତିଗତ ଲୋନ, ବିଳାସପୂର୍ଣ୍ଣ ପାଇଁ ନୁହେଁ
ଜରୁରୀ ସ୍ଥିତିରେ ନିଅନ୍ତୁ ବ୍ୟକ୍ତିଗତ ଲୋନ, ବିଳାସପୂର୍ଣ୍ଣ ପାଇଁ ନୁହେଁ

ପର୍ସନାଲ ଲୋନର ଆବଶ୍ୟକତା ପଡିଲେ ପ୍ରଥମେ କେଉଁ ଫାର୍ମ ଆପଣଙ୍କ ଆବଶ୍ୟକତା ପୂରଣ କରିପାରିବ ତାହା ସ୍ଥିର କରନ୍ତୁ । ସୁଧହାର ଏବଂ ପ୍ରୋସେସନ ଫି ପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ଲୋନ ସମ୍ପର୍କରେ ସମସ୍ତ ବିବରଣୀ ପାଇଁ ସେହି ଫାର୍ମର ୱେବସାଇଟ୍ ସର୍ଚ୍ଚ କରନ୍ତୁ ଏବଂ ଏହାକୁ ନୋଟ୍ କରନ୍ତୁ । ଏହାକୁ ଅନ୍ୟ ଫାର୍ମ ସହ ତୁଳନା କରନ୍ତୁ । ତେବେ ଫାର୍ମଗୁଡିକର ୱେବସାଇଟରେ ବିବରଣୀ ସଂଗ୍ରହ କରନ୍ତୁ, କିନ୍ତୁ ଏଥିରେ ଲୋନ ପାଇଁ ଆବେଦନ କରନ୍ତୁ ନାହିଁ । ଏହା ଆପଣଙ୍କ କ୍ରେଡିଟ ରିପୋର୍ଟ ପ୍ରଭାବିତ କରିଥାଏ ।

ଲୋନ ନେବାର ଶୀଘ୍ରତାରେ ଅନେକ ଗ୍ରାହକ ଏହାର ସର୍ତ୍ତାବଳୀଗୁଡିକୁ ଧ୍ୟାନପୂର୍ବକ ପାଳନ କରନ୍ତି ନାହିଁ । ଭିନ୍ନଭିନ୍ନ ଫାର୍ମର ସର୍ତ୍ତାବଳୀଗୁଡିକ ମଧ୍ୟ ଭିନ୍ନ । କିଛି ଫାର୍ମ ଅଗ୍ରୀମ ପେମେଣ୍ଟ ଫି ସଂଗ୍ରହ କରିଥାନ୍ତି ଏବଂ ଲୋନ ସହ ଇନ୍ୟୁରାନ୍ସ ପଲିସି ନେବାକୁ ବାଧ୍ୟ କରିଥାନ୍ତି । ଏସବୁ ସର୍ତ୍ତାବଳୀ ସମ୍ପର୍କରେ ସେତେବେଳେ ଜାଣିପାରିବେ ଯେତେବେଳେ ଲୋନ ଏଗ୍ରିମେଣ୍ଟକୁ ଭଲ ଭାବେ ଦେଖିବେ । ଲୋନ କ୍ଷେତ୍ରରେ ତରବରିଆ ଭାବେ ନିଷ୍ପତ୍ତି ନେବା କ୍ଷତିକାରକ ହୋଇଥାଏ ।

ଯେତେବେଳେ ଜରୁରୀ ଆବଶ୍ୟକତା ପୁରଣ ପାଇଁ ଲୋନ ନେଇଥାନ୍ତି, ହୁଏତ ଏହା ଆପଣଙ୍କ ସମ୍ପୂର୍ଣ୍ଣ ଆବଶ୍ୟକତା ପୂରଣ ନକରିପାରେ । ତେଣୁ ଅଧିକ ପରିମାଣର ଲୋନ ରାଶି ଅଫର କରୁଥିବା ଫାର୍ମଗୁଡିକୁ ଚୟନ କରନ୍ତୁ । ବ୍ୟାଙ୍କ ଓ ଅଣବ୍ୟାଙ୍କିଂ ଅନୁଷ୍ଠାନଗୁଡିକ ସମୁଦାୟ ଲୋନ ରାଶି ପ୍ରଦାନ ନକରିପାରନ୍ତି । ଅନେକ ସମୟରେ ଆମେ ଆବଶ୍ୟକ କରୁନଥିବା ଲୋନ ରାଶି ଆମ ଆକାଉଣ୍ଟରେ ଜମା କରିଥାନ୍ତି । ତେଣୁ ସର୍ବଦା ଏ ଦିଗରେ ବ୍ୟାପକ ସାବଧାନତା ଅବଲମ୍ବନ କରିବା ଜରୁରୀ । ଯଦି ଆବଶ୍ୟକତା ଠାରୁ ଅଧିକ ଲୋନ ନିଅନ୍ତି ଏହା ଆପଣଙ୍କ ଉପରେ ଅବାଞ୍ଛିତ EMI ବୋଝ ଲଦି ଦେଇଥାଏ ।

ଏହାମଧ୍ୟ ପଢନ୍ତୁ: Credit card: କ୍ରେଡିଟ କାର୍ଡ ନେବା ପୂର୍ବରୁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

ସେହିପରି ଠିକ୍ ସମୟରେ ଲୋନ ରିପେମେଣ୍ଟ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ । କିଛି ଫାର୍ମରେ ଆବେଦନ କରିବା ମାତ୍ରେ ଲୋନ ମିଳିଯାଇ ଥାଏ । ତେଣୁ ଯେପରି ଏହି ଲୋନ EMI ଆପଣଙ୍କ ଆୟର ୫୦ ପ୍ରତିଶତରୁ ଅଧିକ ନହୁଏ ତାହା ସୁନିଶ୍ଚିତ କରନ୍ତୁ । ନଚେତ୍ ଯଦି ନିଜର ସବୁ ଆୟ EMI ପୈଠ କରିବାରେ ସାରି ଦେବେ ଏହାଦ୍ବାରା ଆପଣଙ୍କ ଭରିଷ୍ୟତର ଲକ୍ଷ୍ୟ ପ୍ରଭାବିତ ହୋଇଥାଏ । ସେହିପରି କିସ୍ତି ଭରିବାରେ ଅନିୟମିତା ଦ୍ବାରା ଜରିମାନା ଗଣିବାକୁ ପଡିଥାଏ । ଯାହାକି ବୋଝ ଉପରେ ନଳିତା ବିଡା ସଦୃଶ୍ୟ ଅଟେ । ଏହାସହିତ ଗୁଡ୍ ଲୋନ ଏବଂ ବ୍ୟାଡ୍ ଡେବ୍ଟ ଭିତରେ ପାର୍ଥକ୍ୟ ଜାଣିବା ଜରୁରୀ । ସେହିଭଳି ଜିନିଷ କିଣିନ୍ତୁ, ଯାହାର ମୂଲ୍ୟ ସମୟ ସହ ବୃଦ୍ଧି ପାଉଥିବ । ବିଳାସମୟ ଜୀବନଯାପନ ପାଇଁ ନିଆଯାଉଥିବା ଲୋନ ସବୁବେଳେ ଆର୍ଥିକ ବୋଝ ହୋଇ ରହିଥାଏ । କ୍ରେଡିଟ କାର୍ଡ ବିଲ୍ ଭରିବା ପାଇଁ ପର୍ସନାଲ ଲୋନ ନେବା ଆଦୌ ଗ୍ରହଣୀୟ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.