Credit card: କ୍ରେଡିଟ କାର୍ଡ ନେବା ପୂର୍ବରୁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

author img

By

Published : Nov 24, 2022, 2:23 PM IST

କ୍ରେଡିଟ କାର୍ଡ ନେବା ପୂର୍ବରୁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

କୋଭିଡ ସଂକ୍ରମଣ କମିବା ପରେ ବଜାରରେ ଚମକ ଫେରିଛି । ତେଣୁ କିଣାକିଣି ପାଇଁ ଲୋନ ଓ କ୍ରେଡିଟ କାର୍ଡ ଚାହିଦା ବୃଦ୍ଧି ପାଇଛି । ତେବେ କ୍ରେଡିଟ କାର୍ଡ ନେବା ପୂର୍ବରୁ କିଛି ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ । ଯେମିତିକ, କେତେକ କାର୍ଡ ଅନଲାଇନ କ୍ରୟ ପାଇଁ ଅଧିକ ଉପଯୋଗୀ ହୋଇଥିବାବେଳେ, ଆଉ କିଛି ଫୁଡ୍ ଡେଲିଭରି ବ୍ରାଣ୍ଡ ଓ ଇଲକ୍ଟ୍ରୋନିକ୍ସ ସାମଗ୍ରୀ କିଣା ପାଇଁ ଲାଭଦାୟକ ହୋଇଥାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କୋଭିଡ-୧୯ ପାର୍ଦୁଭାବ ପରେ ବଜାର ସ୍ଥିତି ବଦଳିଛି । ପୁଣିଥରେ କିଣାବିକା ବୃଦ୍ଧି ପାଇଛି । ତେଣୁ ବ୍ୟାଙ୍କ କ୍ରେଡିଟ କାର୍ଡ ଓ ଋଣ ପାଇଁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ସେହିପରି ବ୍ୟାଙ୍କଗୁଡିକ ମଧ୍ୟ ଗ୍ରାହକମାନଙ୍କୁ ଆକର୍ଷିତ କରି କରି ନିଜର ଋଣ ଚାହିଦା ବୃଦ୍ଧି କରିବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ପାର୍ବଣ ସମୟରେ ନୂଆ ନୂଆ ଅଫର ଦେଉଛନ୍ତି । ୨୦୨୨ ବର୍ଷ ସରି ସରି ଆସୁଥିବାରୁ ପୁନର୍ବାର ଏହି ଅଫର୍ ବର୍ଷା ପାଇଁ ଯୋଜନା କରୁଛନ୍ତି ।

କ୍ରେଡିଟ କାର୍ଡ ନେବା ପୂର୍ବରୁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ
କ୍ରେଡିଟ କାର୍ଡ ନେବା ପୂର୍ବରୁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

ତେବେ କ୍ରେଡିଟ୍ କାର୍ଡ ନେବା ପୂର୍ବରୁ ଏହା ଉପରେ ପୂର୍ଣ୍ଣ ଧାରଣା ରହିବା ଆବଶ୍ୟକ । କ୍ରେଡିଟ କାର୍ଡରେ ଆପଣଙ୍କ ଆୟ, କ୍ରେଡିଟ ସ୍କୋର ଓ ଲୋନ ହିଷ୍ଟ୍ରି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଯଦି ଆପଣ ଏ ଯାଏଁ କୌଣସି କ୍ରେଡିଟ କାର୍ଡ କିମ୍ବା ଆପଣ ଲୋନ ନେଇନାହାନ୍ତି, ତେବେ ନୂତନ କାର୍ଡରେ ପ୍ରାଥମିକ ଲାଭ ପାଇପାରିବେ । ଯଦି କାହାର ଲୋନ ରିପେମେଣ୍ଟ ରେକର୍ଡ ଖୁବ୍ ଭଲ ରହିଥାଏ, ତାହାହେଲେ ପ୍ରିମିୟମ ସୁବିଧା ଯୁକ୍ତ କାର୍ଡ ଜାରି କରାଯାଇଥାଏ । ଯଦି ଆପଣଙ୍କ କ୍ରେଡିଟ ସ୍କୋର ୭୫୦ ଅଟେ, ତେବେ ଅତି ସହଜରେ କ୍ରେଡିଟ କାର୍ଡ ହାସଲ କରିପାରିବେ ।

ଯଦି ଆପଣଙ୍କର ନିର୍ଦ୍ଦିଷ୍ଟ ଆୟ ଉତ୍ସ ନଥାଏ, ତେବେ କ୍ରେଡିଟ କାର୍ଡ ନେବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତୁ । ଏପରି ଗ୍ରାହକ ସାଧାରଣ କ୍ରେଡିଟ କାର୍ଡ ବଦଳରେ ଫିକ୍ସ ଡିପୋଜିଟ ସହ ଲିଙ୍କ ଥିବା କାର୍ଡ ନେଇପାରିବେ । କାର୍ଡ ନେବା ପଛରେ ଏହାର କାରଣ ମଧ୍ୟ ଅଧିକ ମହତ୍ତ୍ବପୂର୍ଣ୍ଣ । ଆପଣ ନିଜର ଦୈନନ୍ଦିନ ଜୀବନଶୈଳୀ ଖର୍ଚ୍ଚ ପୂରଣ ପାଇଁ ନେଉଛନ୍ତି କିମ୍ବା କିଛି ସ୍ବତନ୍ତ୍ର କିଣାକିଣି ପାଇଁ ଏହି କାର୍ଡ ନେବାକୁ ଚାହୁଁଛନ୍ତି ତାହା ଗୁରୁତ୍ବ ରଖେ । ଆପଣ କେଉଁ ଉଦ୍ଦେଶ୍ୟରେ କ୍ରେଡିଟ କାର୍ଡ ବ୍ୟବହାର କରିବାକୁ ଚାହାନ୍ତି ସେ ସମ୍ପର୍କରେ ସ୍ପଷ୍ଟ ହୁଅନ୍ତୁ ।

ଯଦି ଜଣେ ଗ୍ରାହକ ଅନଲାଇନରେ ଅଧିକ କିଣାକିଣି କରୁଛନ୍ତି, ତେବେ ଅଧିକ ଅଫର ଓ ଡିସକାଉଣ୍ଟ ଦେଉଥିବା କ୍ରେଡିଟ୍ କାର୍ଡ ଚୟନ କରିବା ଉଚିତ୍ । ସାଧାରଣତଃ ନୂଆ କାର୍ଡଗୁଡିକ ଡିସକାଉଣ୍ଟ ନାଁରେ କିଣାକିଣିକୁ ଅଧିକ ପ୍ରୋତ୍ସାହନ ଦିଏ । କିନ୍ତୁ ଏହି ଡିସକାଉଣ୍ଟ କେତେମାତ୍ରାରେ ଆମ ପାଇଁ ଲାଭପ୍ରଦ ତାହା ବିଶ୍ଳେଷଣ କରିବା ଆବଶ୍ୟକ । ଭବିଷ୍ୟତରେ ଲାଭ ଦେଉଥିବା କାର୍ଡ ନେବାରେ କୌଣସି ଫାଇଦା ନାହିଁ । କିଛି କାର୍ଡ ଇଲେକ୍ଟ୍ରୋନିକ୍ସ, ଫୁଡ୍ ଡେଲିଭରି ଭଳି ବ୍ରାଣ୍ଡ ସହ ବୁଝାମଣା କରି ଅଫର୍ ପ୍ରଦାନ କରିଥାନ୍ତି । ଏହାର ଲାଭ ଆପଣ କେବେକେବେ ପାଇପାରିବେ, ନିୟମିତ ଭାବେ ନୁହେଁ ।

ବ୍ୟାଙ୍କଗୁଡିକ କ୍ରେଡିଟ କାର୍ଡ ଜାରି କରିବା ସମୟରେ ଏହାକୁ ନିଃଶୁକ୍ଲ ପ୍ରଦାନ କରିଥାନ୍ତି ବୋଲି କହିଥାନ୍ତି । ହେଲେ ଏଥିପାଇଁ ବ୍ୟାଙ୍କ କିଛି ସର୍ତ୍ତ ରଖେ । କିଛି କାର୍ଡ ବାର୍ଷିକ ଫି ସଂଗ୍ରହ କରି ଅତିରିକ୍ତ ସୁବିଧା ପ୍ରଦାନ କରିଥାନ୍ତି । ଯାହାକି ଦୈନନ୍ଦିନ ଜୀବନଶୈଳୀ ପାଇଁ ଅଧିକ ଉପଯୋଗୀ ଅଟେ । କାରଣ ଏହି ସୁବିଧା ମଧ୍ୟରେ ହୋଟେଲ ଚେକ୍ ଇନ, ଗୋଲ୍ଫ କୋର୍ସ ଆଦି ଅନ୍ତର୍ଭୁକ୍ତ । ଯଦି ଆପଣ ବାରମ୍ବାର ଯାତ୍ରା କରୁଛନ୍ତି, ତେବେ ଏହିଭଳି କାର୍ଡ ଅଧିକ ଲାଭଦାୟକ ଅଟେ । ନୂଆ କ୍ରେଡିଟ କାର୍ଡ ନେବା ପୂର୍ବରୁ ଏହାର ସର୍ତ୍ତାବଳୀଗୁଡିକ ସମ୍ପର୍କରେ ଭଲ ଭାବେ ଯାଞ୍ଚ କରନ୍ତୁ । ଠିକ୍ ସମୟରେ ବିଲ୍ ପୈଠ କରନ୍ତୁ । ସର୍ବନିମ୍ନ ପେମେଣ୍ଟ ଏବଂ ବକେୟା ବିଲ୍‌ କ୍ଷେତ୍ରରେ ଅଧିକ ସୁଧ ଦେବାକୁ ପଡିଥାଏ । ଯଦି ଆପଣଙ୍କ ନିକଟରେ ପୂର୍ବରୁ କ୍ରେଡିଟ କାର୍ଡ ଅଛି, ତେବେ ଅତ୍ୟାବଶ୍ୟକ ସ୍ଥଳେ ଆଉ ଗୋଟିଏ କାର୍ଡ ନେଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.