ETV Bharat / bharat

UNSC କଣ ! କାହିଁକି ଭାରତର ସ୍ଥାୟୀ ସଦସ୍ୟତାକୁ ବିରୋଧ କରୁଛି ଚୀନ ?

author img

By ETV Bharat Odisha Team

Published : Sep 12, 2023, 8:23 PM IST

UNSC କଣ?  କାହିଁକି ଭାରତର  ସ୍ଥାୟୀ ସଦସ୍ୟତାକୁ ବିରୋଧ କରୁଛି ଚୀନ?
UNSC କଣ? କାହିଁକି ଭାରତର ସ୍ଥାୟୀ ସଦସ୍ୟତାକୁ ବିରୋଧ କରୁଛି ଚୀନ?

ଦୃଢ ନେତୃତ୍ବ । ସଫଳ ଆୟୋଜନ । ଅତିଥି ସତ୍କାର । ସବକା ସାଥ ସବକା ବିଶ୍ବାସର ପ୍ରୟାସ । ପୁରା ବିଶ୍ବକୁ ଗୋଟିଏ ପରିବାର ଭାବେ ଗ୍ରହଣ କରିବା । ପୁରା ଦୁନିଆକୁ ସାଙ୍ଗରେ ନେଇ ଆଗକୁ ବଢିବାର ଉଦ୍ୟମ ଫଳରେ ସାରା ବିଶ୍ବରେ ଏବେ ଭାରତର ଚର୍ଚ୍ଚା ଓ ପ୍ରଶଂସା ।

ନୂଆଦିଲ୍ଲୀ: ଦୃଢ ନେତୃତ୍ବ । ସଫଳ ଆୟୋଜନ । ଅତିଥି ସତ୍କାର । ସବକା ସାଥ ସବକା ବିଶ୍ବାସର ପ୍ରୟାସ । ପୁରା ବିଶ୍ବକୁ ଗୋଟିଏ ପରିବାର ଭାବେ ଗ୍ରହଣ କରିବା । ପୁରା ଦୁନିଆକୁ ସାଙ୍ଗରେ ନେଇ ଆଗକୁ ବଢିବାର ଉଦ୍ୟମ ଫଳରେ ସାରା ବିଶ୍ବରେ ଏବେ ଭାରତର ଚର୍ଚ୍ଚା ଓ ପ୍ରଶଂସା । ଭାରତରେ ଶେଷ ହୋଇଛି 18 ତମ ଜି20 ଶିଖର ସମ୍ମିଳନୀର ଲିଡର୍ସ ସମିଟ । ସମିଟ ଶେଷ ହେବା ପରେ ସାରା ବିଶ୍ବ ଏବେ ଭାରତକୁ ଭୂରି ଭୂରି ପ୍ରଶଂସା କରୁଛି । ଭାରତର ଆଭିମୁଖ୍ୟ ଓ ଆତିଥେୟତାରେ ବିଶ୍ବବାସୀ ଏତେ ପ୍ରଭାବିତ ଯେ ବର୍ତ୍ତମାନ ଭାରତ ବିରୋଧୀ ରାଷ୍ଟ୍ର ମଧ୍ୟ ଭାରତକୁ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ନେଇ ସମର୍ଥନରେ ବାହାରିଲେଣି । ଜି20 ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଭାରତ ଆସିଥିଲେ ତୁର୍କୀ ରାଷ୍ଟ୍ରପତି ରେସିପ ତଇପ ଏର୍ଡୋଗାନ । ଜି20 ଶିଖର ସମ୍ମିଳନୀ ଅବସସରେ ଏର୍ଡୋଗାନ କହିଛନ୍ତି ତୁର୍କୀକୁ ଗର୍ବ ହେବ ଯେତେବେଳେ ଭାରତ ସ୍ଥାୟୀ ସୁରକ୍ଷା ପରିଷଦର ସଦସ୍ୟ ହେବ । ଏର୍ଡୋଗାନ ଏହି ବୟାନ ବେଶ ଗୁରୁତ୍ବ ରଖୁଛି । କାରଣ ଜାତିସଙ୍ଘ ଅଧିବେଶନରେ ପ୍ରତ୍ୟେକ ପ୍ରସଙ୍ଗରେ ତୁର୍କୀ ଭାରତ ବିରୋଧୀ ଆଭିମୁଖ୍ୟ ଆପଣାଇ ଥାଏ । ହେଲେ ଭାରତ ଆସି ଭାତକୁ ଦେଖିଲା ପରେ ତୁର୍ରୀ ରାଷ୍ଟ୍ରପତିଙ୍କ ବୟାନ ଭାରତର ବଡ କୂଟନୈତିକ ହୋଇପାରେ । ତେବେ ଜାତିସଙ୍ଘ ସୁରକ୍ଷା ପରିଷଦ କଣ? କାହିଁକି ଏହା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ? କେଉଁ କେଉଁ ରାଷ୍ଟ୍ର ଏହାର ସଦସ୍ୟ ଅଛନ୍ତି ? ବିଶ୍ବସ୍ତରରେ ଏହାର କଣ ରହିଛି ପ୍ରଭାବ? ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ।

UNSC କଣ: ଜାତିସଂଘ ବା ସଂଯୁକ୍ତ ରାଷ୍ଟ୍ର ସଂଘର 6 ଟି ଅଙ୍ଗ ମଧ୍ୟରୁ ୟୁଏନଏସସି ହେଉଛି ଗୋଟିଏ ଅଙ୍ଗ । ଏହାର ପ୍ରମୁଖ କାର୍ଯ୍ୟ ସାରା ବିଶ୍ବରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା । ଜାତିସଙ୍ଘ ସଂଗଠନରେ ନୂଆ ନୂଆ ରାଷ୍ଟ୍ରଙ୍କୁ ସାମିଲ କରିବା । ଏତତ ବ୍ୟତୀତ ଜାତିସଂଘର ସମସ୍ତ ପ୍ରମୁଖ ପଦକ୍ଷେପ ଉପରେ ନିଷ୍ପତି ନେବା । ୟୁଏନଏସସି ଉପରେ ଦୁନିଆର ଶାନ୍ତି ଓ ସୁରକ୍ଷା ଦାୟିତ୍ବ ରହିଛି । ଯଦି କୌଣସି ଦେଶ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକ ହୁଏ ବା ହେଉଥାଏ ଏହା ଉପରେ ସୁରକ୍ଷା ପରିଷଦ ସର୍ବୋଚ୍ଚ ନିଷ୍ପତି ନେଇ ସଠିକ କାର୍ଯ୍ୟାନୁଷ୍ଠାନ ନେଇପାରିବ । ଏଥିପାଇଁ ୟୁଏନଏସସି ପ୍ରସ୍ତାବ ପାରିତ କରି ପଦକ୍ଷେପ ନେଇପାରିବ ।

ଏହାବି ପଢନ୍ତୁ- Russia-Ukraine War: ୟୁକ୍ରେନରେ ଯୁଦ୍ଧ ବନ୍ଦ ପାଇଁ ଜାତିସଂଘରେ ପ୍ରସ୍ତାବ ପାରିତ, ଭୋଟ ଦେଲାନି ଭାରତ

କେଉଁ ଦେଶ UNSC ସଦସ୍ୟ?: ୟୁଏନଏସସି(United Nations Security Council ) ର ଗଠନ 24 ଅକ୍ଟୋବର 1945 ରେ ହୋଇଥିଲା । ଏହାର ସ୍ଥାପନା ବେଳେ ଭାରତ ମଧ୍ୟ ଏହାର ସଂସ୍ଥାପକ ସଦସ୍ୟ ରାଷ୍ଟ୍ର ଥିଲା । ଏହାର ଗଠନ ବେଳେ 5 ଟି ବିକଶିତ ରାଷ୍ଟ୍ରଙ୍କୁ ଏହାର ସ୍ଥାୟୀ ସଦସ୍ୟତା ମିଳିଥିଲା । ଫଳରେ ୟୁଏନଏସସିର ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ଆମେରିକା,ଋଷିଆ, ଚୀନ, ବ୍ରିଟେନ ଓ ଫ୍ରାନ୍ସ ସୁଯୋଗ ପାଇବା ସହ ଭିଟୋ କ୍ଷମତା ପାଇଲେ । ଭିଟୋ କ୍ଷମତାର ଅର୍ଥ ହେଉଛି ଯଦି ୟୁଏନଏସସିର କୌଣସି ନିଷ୍ପତି ସମ୍ପର୍କରେ ଅନ୍ୟ କୌଣସି ଗୋଟିଏ ସଦସ୍ୟ ରାଷ୍ଟ୍ର ଭିଟୋ ପ୍ରୟୋଗ କରେ ବା ଅସହମତି ପ୍ରକାଶ କରେ ତେବେ ନିଷ୍ପତି ଅକାମୀ ହୋଇଯାଇଥାଏ । ସେ ଯେକୌଣସି ପ୍ରସଙ୍ଗ ହେଇଥାଉନା କାହିଁକି ? ୟୁଏନଏସସିରେ ଯେକୌଣସି ନିଷ୍ପତି ନେବାକୁ ହେଲେ ଏଥିପାଇଁ ସମସ୍ତ ରାଷ୍ଟ୍ରଙ୍କ ସହମତି ଜରୁରୀ ହୋଇଥାଏ।

ଚୀନ କରିଛି ସର୍ବାଧିକ ଭିଟୋ ପ୍ରୟୋଗ: ୟୁଏନଏସସିର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚୀନ ଭିଟୋ ପ୍ରୟୋଗ କରିଆସିଛି । ସେ ଭାରତ ବିରୋଧରେ ହେଉ କିମ୍ବା ଆତତଙ୍କବାଦ। ଭାରତକୁ ଜାତିସଂଘ ସ୍ଥାୟୀ ସୁରକ୍ଷା ପରିଷଦରେ ସାମିଲ କରିବାକୁ ଆମେରିକା, ଋଷିଆ, ଫ୍ରାନ୍ସ ଓ ବ୍ରିଟେନ ସମର୍ଥନ କରିଆସୁଛନ୍ତି । କିନ୍ତୁ ଯେତେଥର ପ୍ରସ୍ତାବ ଆସିଛି ସବୁଥର ଚୀନ ଭିଟୋ ପ୍ରୟୋଗ କରି ବିରୋଧ କରିଆସିଛି । ଖାଲି ଏତିକି ନୁହେଁ ଭାରତର ଏନଏସଜି (Nuclear Suppliers Group ) ସଂଗଠନରେ ପ୍ରବେଶକୁ ନେଇ ମଧ୍ୟ ଚୀନ ବାଧକ ସାଜିଛି । ଭାରତ ଏହି ସଂଗଠନର ସଦସ୍ୟ ହେବା ପାଇଁ ଯେତେଥର ପ୍ରୟାସ କରିଛି ଚୀନ ଭିଟୋ ପ୍ରୟୋଗ କରିଆସିଛି । ସେହିପରି ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ଭାରତ ଯେତେବେଳ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ସ୍ଥାୟୀ ପରିଷଦକୁ ପ୍ରସ୍ତାବ ଦେଇଥିଲା, ସେତେବେଳେ ଚୀନ ବ୍ୟତୀତ ଅନ୍ୟ ସମସ୍ତ ରାଷ୍ଟ୍ର ସମର୍ଥନ କରିଥିଲେ । କିନ୍ତୁ ଚୀନ ଭିଟୋ ପ୍ରୟୋଗ କରିଥିଲା । ହେଲେ କିଛି ବର୍ଷ ଧରି ଯେତେବେଳେ ଚୀନ ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନ ଆକ୍ରମଣର ଶିକାର ହେଲା ସେତେବେଳେ ଚୀନ ନିଜ ନିଷ୍ପତି ପରିବର୍ତ୍ତନ କରିଥିଲା । ଭାରତ ପ୍ରସ୍ତାବକୁ ସମର୍ଥନ କରିଥିଲା । ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମସୁଦ ଆଝାରକୁ ବିଶ୍ବ ଆତଙ୍କୀ ଘୋଷଣା କରାଯାଇଥିଲା ।

ୟୁଏନଏସସି ସଂଗଠନରେ ସଦସ୍ୟତା ପାଇବାକୁ ଭାରତ ଦୀର୍ଘ ବର୍ଷ ହେଲା ଦାବି କରିଆସୁଛି । ୟୁଏନଏସସି ସଦସ୍ୟ ହେବାକୁ ଭାରତ ପାଖରେ ସମସ୍ତ ଯୋଗ୍ୟତା ମଧ୍ୟ ରହିଛି । ଭାରତକୁ ଅନ୍ୟ 4 ସ୍ଥାୟୀ ଦେଶ ଆମେରିକା, ଋଷିଆ, ଫ୍ରାନ୍ସ ଓ ବ୍ରିଟେନ ମଧ୍ୟ ସମର୍ଥନ କରୁଛନ୍ତି । ହେଲେ ଭିଲିଆନ ସାଜିଛି ଚୀନ । ଚୀନର ଦାବି ହେଲା ଯଦି ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବ ତେବେ ପାକିସ୍ତାନକୁ ମଧ୍ୟ ମିଳୁ । କାରଣ ଚୀନର ଆଶଙ୍କା ଯଦି ଭାରତକୁ ଭିଟୋ କ୍ଷମତା ମିଳିଯାଏ ତାହା ହେଲେ ଭାରତ ବିଶ୍ବରେ ଆହୁରି ଶକ୍ତିଶାଳୀ ହୋଇଯିବ । ଚୀନ ସ୍ବାର୍ଥ ବିରୋଧରେ ଯାଇପାରେ । ଏହାସହ ଭବିଷ୍ୟତରେ ପାକିସ୍ତାନ କେବେ ବି ଜାତିସଂଘ ସ୍ଥାୟୀ ସୁରକ୍ଷା ପରିଷଦକୁ ଆସିପାରିବ ନାହିଁ । କାରଣ ଭାରତ କେବେ ପାକିସ୍ତାନକୁ ସମର୍ଥନ କରିବ ନାହିଁ । ଚୀନର ଦାବି ହେଲା ଯଦି ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବ ତେବେ ପାକିସ୍ତାନକୁ ମଧ୍ୟ ମିଳୁ । କିନ୍ତୁ ଅନ୍ୟ 4 ଟି ଦେଶ ପାକିସ୍ତାନର ସଦସ୍ୟତାକୁ ଗ୍ରହଣ କରୁନାହାଁନ୍ତି ।

ଏହାବି ପଢନ୍ତୁ- UNGA Session: ଭାରତର ପ୍ରଶଂସାରେ ଶତମୁଖ ବିଭିନ୍ନ ରାଷ୍ଟ୍ର

କେମିତି ମିଳିଥାଏ ସ୍ଥାୟୀ ସଦସ୍ୟତା: ୟୁଏନଏସସିରେ କୌଣସି ପ୍ରକାରର ପରିବର୍ତ୍ତନ କରିବାକୁ ହେଲେ ସଂଯୁକ୍ତ ରାଷ୍ଟ୍ର ତଥା ଜାତିସଂଘର ଚାର୍ଟରରେ ସଂଶୋଧନ କରିବାକୁ ପଡିବ । ଏଥିପାଇଁ ସଂଯୁକ୍ତ ରାଷ୍ଟ୍ର ମହାସଭାର (United Nations General Assembly) ଏକ ତୃତୀୟାଶଂ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ ଜରୁରୀ । ଏହା ବ୍ୟତୀତ ସୁରକ୍ଷା ପରିଷଦର 5 ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ ମଧ୍ୟ ଜରୁରୀ । ତେବେ ଯାଇ ଜାତିସଂଘର ଚାର୍ଟର ସଂଶୋଧନ ସହ କୌଣସି ସ୍ଥାୟୀ ସଦସ୍ୟତା ମିଳିପାରିବ ।

ୟୁଏନଏସସିରେ ଅଛନ୍ତି 15 ଦେଶ: ଜାତିସଂଘ ସୁରକ୍ଷା ପରିଷଦରେ ମୋଟ 15 ଟି ଦେଶ ଅଛନ୍ତି । ଏଥିରେ ଆମେରିକା, ଋଷିଆ, ବ୍ରିଟେନ, ଫ୍ରାନ୍ସ, ଚୀନ ସ୍ଥାୟୀ ସଦସ୍ୟ ଥିବାବେଳେ, ଭାରତ ବେଲଜିୟମ, ଡୋମିନିକାନ, ଗିନି, ଜର୍ମାନୀ, ଇଣ୍ଡୋନେସିଆ, କୁଏତ, ପେରୁ, ପୋଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଅସ୍ଥାୟୀ ସଦସ୍ୟ ରହିଛନ୍ତି । ବର୍ଷ 2021 ରେ ଭାରତକୁ 2 ବର୍ଷ ପାଇଁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ମିଳିଥିଲା । ଏହି ଦୁଇ ବର୍ଷରେ ଭାରତ ଦୁଇଥର ଜାତିସଂଘରେ ଅଧ୍ୟକ୍ଷତା କରିବାକୁ ସୁଯୋଗ ପାଇଛି । ୟୁଏନଏସସିରେ ସ୍ଥାୟୀ ସଦସ୍ୟଙ୍କ ବ୍ୟତୀତ ପ୍ରତିବର୍ଷ 5 ଟି ଅସ୍ଥାୟୀ ରାଷ୍ଟ୍ରକୁ ଦୁଇ ବର୍ଷ ପାଇଁ ସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ କରାଯାଇଥାଏ । କିନ୍ତୁ ଭିଟୋ କ୍ଷମତା ମିଳିନଥାଏ ।

ଭାରତର ଦାବି: 2014ରେ କେନ୍ଦ୍ରରେ ବିଜେପି ସରକାର ଗଠନ ପରଠାରୁ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଦାବିକୁ ଯୋରଦାର କରିଛି । ଲଗାତାର ଭାବେ ଭାରତ ଜାତିସଂଘ ସାଧାରଣ ପରିଷଦରରେ ଦାବିକୁ ଉଠାଇ ଆସିଛି । ଭାରତର ଯୁକ୍ତି ହେଉଛି ବିଶ୍ବଶାନ୍ତି ପାଇଁ ଭାରତର ଅବଦାନକୁ ଅଣଦେଖା କରାଯାଇପାରିବ ନାହିଁ । ଭାରତ ସାରା ବିଶ୍ବରେ ଶାନ୍ତି ଚାହେଁ । ସାରା ବିଶ୍ବକୁ ଗୋଟିଏ ପରିବାର ମାନେ । ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସର୍ବଶ୍ରେଷ୍ଠ ଉଦ୍ୟମ କରିଆସୁଛି । ଭାରତ ଯୁଗେ ଯୁଗେ ଶାନ୍ତିର ମାର୍ଗ ବାଛିଛି । ଜାତିସଂଘର ଶାନ୍ତି ବାହିନୀରେ ଭାରତର ବଡ ଭୂମିକା ରହିଆସିଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତର ନୂଆ ସ୍ତରକୁ ଯାଇଛି । ବିକାଶୀଳ ରାଷ୍ଟ୍ର ଭାବେ ଭାରତ ନୂଆ ନୂଆ ରେକର୍ଡ ସ୍ଥାପନା କରୁଛି । ସାରା ବିଶ୍ବର ମଙ୍ଗଳ ପାଇଁ ଭାରତ କାମ କରୁଛି । ତେଣୁ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବା ଉଚିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.