ETV Bharat / bharat

UNGA Session: ଭାରତର ପ୍ରଶଂସାରେ ଶତମୁଖ ବିଭିନ୍ନ ରାଷ୍ଟ୍ର

author img

By

Published : Sep 26, 2022, 12:37 PM IST

Updated : Sep 26, 2022, 1:11 PM IST

UNGA Session: ଭାରତ ପ୍ରଶଂସାରେ ସତମୁଖ ବିଭିନ୍ନ ରାଷ୍ଟ୍ର
UNGA Session: ଭାରତ ପ୍ରଶଂସାରେ ସତମୁଖ ବିଭିନ୍ନ ରାଷ୍ଟ୍ର

ଜାତିସଂଘ ସାଧାରଣ ସଭା ଅଧିବେଶନରେ ଭାରତକୁ ପ୍ରଶଂସାରେ ପୋତି ପକାଇଲେ ବିଭିନ୍ନ ରାଷ୍ଟ୍ର । ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତା ପ୍ରଦାନ ପାଇଁ କହିଲା ଋଷ । ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଭାରତ ସହ ସ୍ବର ମିଳାଇଲେ ବିଭିନ୍ନ ରାଷ୍ଟ୍ର । କୋଭିଡ ମହାମାରୀରେ ବିଶ୍ବକୁ ସହଯୋଗ ପାଇଁ ମୋଦି ନେତୃତ୍ବାଧୀନ ସରକାରକୁ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

ଓ୍ବାଶିଂଟନ: ଚଳିତ ଜାତିସଂଘ ସାଧାରଣ ସଭା ଅଧିବେଶନରେ ଭାରତକୁ ମିଳିଛି ବିଭିନ୍ନ ଦେଶର ପ୍ରଶଂସା । ବର୍ତ୍ତମାନର ବୈଶ୍ବିକ ସ୍ଥିତିରେ ଭାରତ ଗ୍ରହଣ କରିଥିବା ଅର୍ଥନୀତି ଓ ବୈଦେଶିକ ନୀତିକୁ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି ବିଭିନ୍ନ ବିକଶିତ ଓ ବିକାଶଶୀଳ ଦେଶ । ବର୍ତ୍ତମାନ ସମୟରେ ଚର୍ଚ୍ଚରେ ଥିବା ବୈଶ୍ବିକ ନେତାମାନେ ଭାରତକୁ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡମିର ଜେଲେନସ୍କି, ଋଷ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରମୁଖ ରହିଛନ୍ତି । ଏପରିକି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ ମଧ୍ୟ ସ୍ବୀକାର କରିଛନ୍ତି ଯେ, ଆଗମୀ ଦିନରେ ନିରନ୍ତର ବିକାଶ କ୍ଷେତ୍ରରେ ଭାରତ ହିଁ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିବ । ସେହିପରି ବିକାଶଶୀଳ ଦେଶ ଭାବେ ଜାମାଇକା,ପର୍ତ୍ତୁଗାଲ ପରି ଦେଶମାନେ ମଧ୍ୟ ଭାରତକୁ ପ୍ରଂଶସା କରିଛନ୍ତି ।

ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ସିଧାସଳଖ ମୋଦିଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ । ଯୁଦ୍ଧ ପରିସ୍ଥିତିରେ ମୋଦି ଗ୍ରହଣ କରିଥିବା ନୀତିକୁ ବର୍ତ୍ତମାନ ସମୟରେ ବେଶ ପ୍ରଭାବଶାଳୀ ଦର୍ଶାଇଥିଲେ ମାକ୍ରୋନ । SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ଉଲ୍ଲେଖ କରିଥିଲେ ମାକ୍ରୋନ ।

ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ମାକ୍ରୋନ୍ କହିଛନ୍ତି, "ଏହା ପାଶ୍ଚାତ୍ୟର ପ୍ରତିଶୋଧ ନେବା କିମ୍ବା ପାଶ୍ଚାତ୍ୟକୁ ପୂର୍ବ ବିରୋଧରେ ପ୍ରବର୍ତ୍ତାଇବାର ସମୟ ନୁହେଁ । ବରଂ ଆମର ସାଧାରଣ ସାର୍ବଭୌମତ୍ବ ତଥା ବର୍ତ୍ତମାନ ସମୟରେ ଆମେ ସାମ୍ନା କରୁଥିବା ଆହ୍ବାନଗୁଡିକୁ ମୁକାବିଲା କରିବାର ସମୟ ଆସିଛି ।’’

ସେହିପରି ଜାତିସଂଘର ମୁଖ୍ୟ ଗୁଟେରସ୍ କହିଥିଲେ, ଭାରତ ବର୍ତ୍ତମାନ ଯୁବଶକ୍ତିର ଦେଶ । ସ୍ଥାୟୀ ବିକାଶ କ୍ଷେତ୍ରରେ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ଭାରତର ଦୀର୍ଘକାଳୀନ ବନ୍ଧୁ ରାଷ୍ଟ୍ର ଋଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ନିଜ ଭାରତୀୟ ପ୍ରତିପକ୍ଷ ତଥା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ । ପରେ ସେ ଅଧିବେଶନକୁ ସମ୍ବୋଧିତ କରିବା ବେଳେ ଭାରତକୁ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପ୍ରଦାନ କରିବା ସପକ୍ଷରେ ମତ ରଖିଥିଲେ । ସେ କହିଥିଲେ ଭାରତ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇବା ପାଇଁ ଯୋଗ୍ୟ ରାଷ୍ଟ୍ର ।

ଭାରତର ପ୍ରଶଂସା କରିଛି ଜାମାଇକା । ଅଧିବେଶନରେ ଦେଶକୁ ପ୍ରତିନିଧିତ୍ବ କରୁଥିବା ଉଚ୍ଚସ୍ତରୀୟ ପ୍ରତିନିଧୀ ତଥା ବୈଦେଶିକ ମନ୍ତ୍ରୀ କାମିନା ଜେ.ସ୍ମିଥ ଭାରତର କୋଭିଡ ବିରୋଧୀ ଲଢେଇରେ ଅନ୍ୟ ରାଷ୍ଟ୍ରକୁ ସହଯୋଗ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସହଯୋଗ ପାଇଁ ଭାରତକୁ କୃତଜ୍ଞତା ଜଣାଇ ସ୍ମିଥ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତ ସରକାର ଟୀକାକରଣ ଓ ଟିକା ଯୋଗାଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ।

ସେହିପରି ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ମଧ୍ୟ ଜାତିସଂଘରେ ସୁରକ୍ଷା ପରିଷଦ ନୀତିରେ ସଂସ୍କାର ଆଣିବା ସପକ୍ଷରେ ଉଲ୍ଲେଖ କରିଥିବା ବେଳେ ଭାରତ, ବ୍ରାଜିଲ ଏବଂ ମାଳଦ୍ୱୀପର ପ୍ରତିନିଧିତ୍ୱ ରହିବା ଉଚିତ ବୋଲି ଦର୍ଶାଇଥିଲେ । ସାଧାରଣ ସଭାକୁ ସମ୍ବୋଧିତ କରି କୋଷ୍ଟା କହିଥିଲେ ସୁରକ୍ଷା ପରିଷଦରେ ସଂସ୍କାର ଆସି ପାରିଲେ ବିସ୍ତୃତ ଦୃଷ୍ଟିକୋଣ ସହି ଛୋଟ ଦେଶଗୁଡିକୁ ମଧ୍ୟ ଉଚିତ ପ୍ରତିନିଧିତ୍ୱ ମିଳିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 26, 2022, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.