ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 13, 2022, 5:08 PM IST

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ED ସ୍କାନରରେ ଅର୍ଚ୍ଚନାଙ୍କ ବାପା, ଚାଲିଛି ବ୍ଲାକମେଲିଂ ଲିଙ୍କର ଖୋଳତାଡ଼

ଲେଡ଼ି ବ୍ଲାକମେଲର କଳା ସାମ୍ରାଜ୍ୟର ଗୁମର ଖୋଲିବାରେ ଲାଗି ପଡ଼ିଛି ଇଡି । ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ବାପାଙ୍କୁ ପଚରାଉଚରା କରାଯାଉଛି । ଗିରଫ ପରେ ଅର୍ଚ୍ଚନାଙ୍କ ବାପା ଲେଡ଼ି ବ୍ଲାକମେଲରର ସମ୍ପତ୍ତିର ଦେଖାଶୁଣା କରୁଥିଲେ ବୋଲି ଜଣାପଡ଼ିଛି ।

2.Collegium Comment: କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟରେ ଅସହମତ ପୂର୍ବତନ ପ୍ରଧାନ ବିଚାରପତି

ଦେଶର ନ୍ୟାୟିକ ବ୍ୟବସ୍ଥା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁଙ୍କ ବୟାନରେ ଅସହମତ ହେଲେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ ଲଳିତ । କହିଲେ ବ୍ୟବସ୍ଥା ସମ୍ପୂର୍ଣ୍ଣ ସଠିକ ଓ ସ୍ଥିର । କଲେଜିୟମ ବ୍ୟବସ୍ଥାକୁ ଅସ୍ପଷ୍ଟ ଦର୍ଶାଇଥିଲେ (Kiren Rijiju on Collegium system) କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ।

3.ରାଜ୍ୟରେ ହାତୀଙ୍କୁ ଅଣଦେଖା, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

ହାତୀ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲେ ନ୍ୟାୟ ପାଇଁ ଲଢେଇ ସଂଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ।

4.ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ଅଣଓଡିଆ

ଖ୍ୟାତିନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ରାଜସ୍ଥାନ ଛାତ୍ରୀ । ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ।

5.ବସରେ ନାବାଳିକାଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ କଣ୍ଡକ୍ଟର ଗିରଫ

ବସ ଭିତରେ ନାବାଳିକାଙ୍କୁ ଅସଦାଚରଣ ଘଟଣା । ଢେଙ୍କାନାଳ ରାସୋଳରୁ ଅଭିଯୁକ୍ତ କଣ୍ଡକ୍ଟରକୁ ଗିରଫ କଲା ବାଦାମବାଡି ଥାନା ପୋଲିସ ।

6.ରୋଜଗାର ଦେଲା ORMAS, ଆୟୁର୍ବେଦିକ ସାମଗ୍ରୀ ବିକି ଲକ୍ଷପତି ଲୁଗ୍ନା ଜଫ୍ରିନ

ଦିନେ ନିଜର ପରିବାର ଭରଣ ପୋଷଣ ପାଇଁ ସଂଗ୍ରାମ କରୁଥିଲେ । ବୈଦ୍ୟ ପେଶାରେ ମାସକୁ ୨ରୁ ୩ ହଜାର ରୋଜଗାର କରୁଥିଲେ । ଏହି ବିପଦ ସମୟରେ ରୋଜଗାରର ବାଟ ଦେଖାଇଲା ଓରମାସ ।

7.ଗୁଜୁରାଟ ବିଧାନସଭା ନିର୍ବାଚନ: ଘରେ ଭୋଟ ଦେବେ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଭୋଟର

ଡିସେମ୍ବର ୧ ଓ ୫ରେ ଗୁଜୁରାଟ ବିଧାନସଭା ନିର୍ବାଚନ । ରାଜ୍ୟରେ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ଘରେ ମତଦାନ ଲାଗି ବ୍ୟବସ୍ଥା କରାଯାଉଛି ।

8.ଶେଉଳ ମାଛ ପାଇଁ ପକାଇଥିଲେ ବନିଶୀ, କଣ୍ଟାରେ ଲାଗିଲା ବିରଳ ଲିୟୁସିଷ୍ଟିକ ଧଣ୍ଡ ସାପ

ଜଗତସିଂହପୁରରେ ବିରଳ ଲିୟୁସିଷ୍ଟିକ ଧଣ୍ଡ ସାପ(Checkered KeelBack Snake)ଉଦ୍ଧାର । ଜଣେ ମାଛ ଧରାଳିଙ୍କ ବନିଶୀରେ ପଡିଥିବା ଏହି ବିରଳ ସାପକୁ ଉଦ୍ଧାର କରାଯାଇଛି ।

9.T20 World Cup Final: ଟ୍ରଫି ହାତେଇବାକୁ ଇଂଲଣ୍ଡ ଆଗରେ ୧୩୮ ରନ୍‌ ଟାର୍ଗେଟ

ଟି୨୦ ବିଶ୍ବକପ ଟାଇଟଲ ହାତେଇବାକୁ ହେଲେ ଇଂଲଣ୍ଡକୁ 138 ରନ୍‌ ଟାର୍ଗେଟ ପୂରଣ କରିବାକୁ ହେବ ।

10.ବିମାନବନ୍ଦରରେ ଶାହାରୁଖଙ୍କୁ ଅଟକ ରଖିଲା କଷ୍ଟମ ବିିଭାଗ, ଭରିଲେ ୭ ଲକ୍ଷ ଟଙ୍କାର ଜୋରିମାନା

ଅଭିନେତା ଶାହାରୁଖ ଖାନକୁ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିିଭାଗ ଅଟକ ରଖିଥିଲା । ଏହି ଯାଞ୍ଚ ବେଳେ ୧୮ ଲକ୍ଷ ଟଙ୍କାର ଏକ ହାତଘଣ୍ଟା ଓ କିଛି କଭର ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.