କମିଶନରେଟ ପୋଲିସକୁ ସଫଳତା, ହାଇପ୍ରୋଫାଇଲ ଲୁଟେରା ଗିରଫ - Police Arrested Two Robbers

By ETV Bharat Odisha Team

Published : May 19, 2024, 11:03 PM IST

thumbnail
Two Robbers Arrested in Barang (ETV Bharat Odisha)

Two Robbers Arrested in Barang: କଟକ: ବାରଙ୍ଗରୁ ହାଇପ୍ରୋଫାଇଲ ଲୁଟେରା ଗିରଫ । ସ୍କୁଟି ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ 2 ଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଲୁଟ ହେବାର 9 ଦିନ ମଧ୍ୟରେ ଘଟଣାରେ ସମ୍ପୃକ୍ତ 2 ଜଣ ଲୁଟେରାଙ୍କୁ ଗିରଫ କଲା ପ୍ଲାଇଂ ସ୍କୋର୍ଡ଼ ଓ ବାରଙ୍ଗ ପୋଲିସ l ଗିରଫ 2 ଲୁଟେରାଙ୍କ ଘର ବିହାର ଓ ପଶ୍ଚିମବଙ୍ଗ ଅଞ୍ଚଳରେ ବୋଲି ଜଣାପଡ଼ିଛି । ତେବେ ସେମାନଙ୍କ ନାମ ଅମର କୁମାର ଯାଦବ ଓ ବିପୁଳ ଗୋଲୱାଲା । ଏମାନଙ୍କ ନିକଟରୁ ଗୋଟିଏ ପଲସର ଗାଡି, 5ଟି ମୋବାଇଲ ଓ 2 ଲକ୍ଷ 93 ହଜାର ଟଙ୍କା ଜବତ ହୋଇଛି l  

ଏହା ମଧ୍ୟ ପଢ଼ନ୍ତୁ.. ଆପତ୍ତିଜନକ ପୋଷ୍ଟ କରୁଥିଲେ ହୁସିଆର; ଚାଲିଛି ସାଇବର ପାଟ୍ରୋଲିଂ, ହୋଇପାରନ୍ତି ଗିରଫ - Cyber Patrolling

ଏହି ଲୁଟେରା ମାନେ ଦୀର୍ଘ ଦିନ ଧରି ବିଭିନ୍ନ ଅଞ୍ଚଳରେ ରହି ଏଭଳି ବଡଧରଣର ଲୁଟ ପାଇଁ ମାଷ୍ଟର ପ୍ଲାନ ତିଆରି କରୁଥିଲେ l ଏମାନଙ୍କ ରୁଟ କେତେ ଲମ୍ବା ରହିଛି ଏନେଇ ପୋଲିସ ପକ୍ଷରୁ ଖୋଳତାଡ଼ ଜାରି ରହିଛି l ସୂଚନା ଅନୁଯାଇ ଗତ 10 ତାରିଖ ଦିନ ଜଣେ ବ୍ୟକ୍ତି ନିଜର ଆକ୍ଟିଭା ସ୍କୁଟିକୁ ସବରେଜିଷ୍ଟର ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ରଖି କାର୍ଯ୍ୟାଳୟ ମଧ୍ୟକୁ ଯାଇଥିଲେ l ନିଜର ବ୍ୟକ୍ତିଗତ କାମ ସାରି ସ୍କୁଟି ପାଖକୁ ଆସି ଦେଖନ୍ତି ତ ଗାଡି ଡ଼ିକି ଭଙ୍ଗା ଯାଇଛି ଆଉ ଡ଼ିକି ମଧ୍ୟରେ ରଖା ଯାଇଥିଲା 7 ଲକ୍ଷ 45 ହଜାର ଟଙ୍କା ଲୁଟ କରି କେହି ଦୁର୍ବୁତ୍ତ ଚମ୍ପଟ ମାରିଛି l ବ୍ୟକ୍ତି ଜଣକ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଓ ଏନେଇ ତଦନ୍ତ ମଧ୍ୟରେ ଆଜି ପୋଲିସ ଏହି 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.