ETV Bharat / bharat

ଗୁଜୁରାଟ ବିଧାନସଭା ନିର୍ବାଚନ: ଘରେ ଭୋଟ ଦେବେ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଭୋଟର

author img

By

Published : Nov 13, 2022, 10:38 AM IST

ଗୁଜୁରାଟ ବିଧାନସଭା ନିର୍ବାଚନ: ଘରେ ଭୋଟ ଦେବେ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଭୋଟର
ଗୁଜୁରାଟ ବିଧାନସଭା ନିର୍ବାଚନ: ଘରେ ଭୋଟ ଦେବେ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଭୋଟର

ଡିସେମ୍ବର ୧ ଓ ୫ରେ ଗୁଜୁରାଟ ବିଧାନସଭା ନିର୍ବାଚନ । ରାଜ୍ୟରେ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ଘରେ ମତଦାନ ଲାଗି ବ୍ୟବସ୍ଥା କରାଯାଉଛି । ଅଧିକ ପଢନ୍ତୁ

ଗାନ୍ଧୀନଗର: ଆସନ୍ତା ମାସରେ ଗୁଜୁରାଟ ବିଧାନସଭା ନିର୍ବାଚନ(Gujarat Assembly Election) । ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ପ୍ରମୁଖ ରାଜନୈତିକ ଦଳଗୁଡିକ ନିଜର ପ୍ରାର୍ଥୀ ଘୋଷଣା କରୁଛନ୍ତି । ସେପଟେ ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ଶୃଙ୍ଖଳିତ ନିର୍ବାଚନ ପାଇଁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ରାଜ୍ୟରେ ଥିବା ଦିବ୍ୟାଙ୍ଗ(Divyang voters) ଓ ବୟସ୍କ ଭୋଟରଙ୍କ ପାଇଁ ଘରେ ମତଦାନର ବ୍ୟବସ୍ଥା କରାଯାଇଛି । ଗୁଜୁରାଟର ମୁଖ୍ୟ ନିର୍ବାଚନ ଅଧିକାରୀ(chief election officer) ପି. ଭାରତୀ କହିଛନ୍ତି, ''ରାଜ୍ୟରେ ମୋଟ ୧୨ ଲକ୍ଷ ୨୬ ହଜାର ୯୧୧ ଜଣ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ଦିବ୍ୟାଙ୍ଗ ଭୋଟର ସଂଖ୍ୟା ୪ ଲକ୍ଷ ୯୩ ହଜାର । ନିର୍ବାଚନ ଅଧିକାରୀମାନେ ପ୍ରତ୍ୟେକ ଜିଲ୍ଲାର ଏହି ଶ୍ରେଣୀର ଭୋଟରଙ୍କ ସହ ଯୋଗାଯୋଗ କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ମୋଟ ୭,୭୭୬,୦୪୪ ଭୋଟରଙ୍କ ସହ ସେମାନେ ବ୍ୟକ୍ତିଗତ ଭାବେ କଥା ହୋଇଛନ୍ତି । ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ମତଦାନ କରିବାକୁ ଅକ୍ଷମ ଭୋଟର ପୋଷ୍ଟାଲ ବାଲାଟ ମତଦାନ ପାଇଁ 12D ଫର୍ମ ପୂରଣ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୪,୯୩,୩୧୦ ଭୋଟରଙ୍କୁ ଏହି ଫର୍ମ ପ୍ରଦାନ କରାଯାଇଛି । କହିରଖୁଛୁ କି, 12D ହେଉଛି ପୋଷ୍ଟାଲ ବାଲାଟ ଭୋଟ । ଦିବ୍ୟାଙ୍ଗ, ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଓ କୋଭିଡ ସଂକ୍ରମିତ ଥିବା ଭୋଟର ଏହି ସୁବିଧା ପାଇଥାନ୍ତି ।

ଏହାମଧ୍ୟ ପଢନ୍ତୁ: ବିଜେପିରେ ମିଶିବେ ଥରୁରଙ୍କ ହଜାରେ ସମର୍ଥକ: ହିମନ୍ତ ବିଶ୍ବଶର୍ମା

ଅଦ୍ୟାବିଧି ରାଜ୍ୟରେ ଆଦର୍ଶ ଆଚରଣ ବିଧି(Code of conduct ) ଉଲ୍ଲଙ୍ଘନ ନେଇ କୌଣସି ପ୍ରକାର ଅଭିଯୋଗ ଆସିନଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । c-VIGIL ସ୍ମାର୍ଟଫୋନ ଆପ୍ ଜରିଆରେ ଆଚରଣ ବିଧି ପାଳନର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି । ୪୪, ୨୩୩ ପୋଷ୍ଟର, ବ୍ୟାନର ଓ ବିଜ୍ଞାପନଗୁଡିକୁ ପ୍ରାଇଭେଟ ପ୍ରପଟି ଏବଂ କମ୍ଲେକ୍ସରୁ ହଟାଇ ଦିଆଯାଇଛି । ସେହିପରି ସରକାରୀ ବିଲ୍ଡିଂରୁ ମଧ୍ୟ ୨, ୨୮, ୯୮୧ ପୋଷ୍ଟର ଓ ବ୍ୟାନର ବାହାର କରାଯାଇଥିବା ସେ କହିଛନ୍ତି ।

ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିବାକୁ ୮୦୨ ସର୍ଭିଲାନ୍ସ ଟିମ୍ ଏବଂ ୬୧୧ ଫ୍ଲାଇଂ ସ୍କ୍ବାର୍ଡ କାମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୭,୧୮୮ ଲକ୍ଷ ଟଙ୍କା ଜବତ କରାଯାଇସାରିଛି । ପ୍ରକାଶଥାଉ କି, ଦୁଇଟି ପର୍ଯ୍ୟାୟରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୧ ଓ ୫ ତାରିଖରେ ମତଦାନ କରାଯିବ । ଡିସେମ୍ବର ୮ରେ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ସହିତ ଗୁଜୁରାଟ ଫଳାଫଳ ବାହାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.