ETV Bharat / bharat

ବିଜେପିରେ ମିଶିବେ ଥରୁରଙ୍କ ହଜାରେ ସମର୍ଥକ: ହିମନ୍ତ ବିଶ୍ବଶର୍ମା

author img

By

Published : Nov 13, 2022, 9:33 AM IST

କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ଶଶୀ ଥରୁରଙ୍କୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା । କହିଲେ ନିର୍ବାଚନରେ ଥରୁରଙ୍କ ଭୋଟ ଦେଇଥିବା ହଜାରେ ସମର୍ଥକ ବିଜେପିରେ ମିଶିବେ । ଅଧିକ ପଢନ୍ତୁ

ବିଜେପିରେ ମିଶିବେ ଥରୁରଙ୍କ ହଜାରେ ସମର୍ଥକ, କହିଲେ ହିମନ୍ତ ବିଶ୍ବଶର୍ମା
ବିଜେପିରେ ମିଶିବେ ଥରୁରଙ୍କ ହଜାରେ ସମର୍ଥକ, କହିଲେ ହିମନ୍ତ ବିଶ୍ବଶର୍ମା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ଫଳାଫଳକୁ ନେଇ ସାଂସଦ ଶଶୀ ଥରୁରଙ୍କୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ମୁଖ୍ୟମନ୍ତ୍ରୀ କହିଛନ୍ତି, "କଂଗ୍ରେସ ସଭାପତି ନିର୍ବାଚନରେ ଯେଉଁମାନେ ଥିରୁଅନନ୍ତପୁରମ ସାଂସଦ ଶଶୀ ଥରୁରଙ୍କୁ(Thiruvananthapuram MP Shashi Tharoor ) ଭୋଟ ଦେଇଥିଲେ ସେମାନେ ଭାରତୀୟ ଜନତା ପାର୍ଟିରେ(BJP) ସାମିଲ ହେବେ । ଥରରୁଙ୍କୁ ସମର୍ଥନ କରିଥିବା ୧ ହଜାର ସମର୍ଥକ ବିଜେପିରେ ମିଶିବେ ବୋଲି ମୁଁ ଆଶା କରୁଛି (Tharoor supporters will join BJP) ।''

ବିଶ୍ବଶର୍ମା କଟାକ୍ଷ ପୂର୍ବକ କହିଛନ୍ତି ଯେ, "କଂଗ୍ରେସ ସଭାପତି ନିର୍ବାଚନ ଫଳାଫଳ ଭୋଟ ଗଣତି ପୂର୍ବରୁ ଜଣାପଡିଥିଲା । ନିର୍ବାଚନରେ ଶଶୀ ଥରୁରଙ୍କୁ ସମର୍ଥନ କରି ସାହସ ଦେଖାଇଥିବା ୧ ହଜାର ସମର୍ଥକ ହେଉଛନ୍ତି ଗଣତନ୍ତ୍ର ବିଶ୍ବାସୀ । ସେହିମାନେ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଆଶା ।'' ତେବେ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କ ଏହି ମନ୍ତବ୍ୟର କଡା ଜବାବ ଦେଇଛନ୍ତି ଥରୁର । କଂଗ୍ରେସ ନେତା କହିଛନ୍ତି, ''ଯେଉଁମାନଙ୍କ ଲଢେଇ କରିବାର ସାହସ ନାହିଁ ସେମାନ ବିଜେପିରେ ସାମିଲ ହୁଅନ୍ତି । ସାହସୀ ବ୍ୟକ୍ତି କଦାପି ବିଜେପିରେ ମିଶିବେ ନାହିଁ ।''

ଏହାମଧ୍ୟ ପଢନ୍ତୁ: Himachal assembly election: ବାପାଙ୍କ ଅନ୍ତିମ ସଂସ୍କାର ସାରି ଭୋଟ ଦେଲେ ୩ ପୁଅ

ପ୍ରକାଶଥାଉ କି, ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ(Congress presidential elections) ହୋଇଥିଲା । ୧୯ରେ ଫଳାଫଳ ଘୋଷଣା ହୋଇଥିଲା । ଏଥିରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ସାଂସଦ ଶଶୀ ଥରୁରଙ୍କ ବିପୁଳ ଭୋଟରେ ହରାଇ ବାଜିମାତ୍ କରିଥିଲେ । ମୋଟ ୯,୩୮୫ ଭୋଟରୁ ଖଡ୍‌ଗଙ୍କୁ ୭,୮୯୭ ଖଣ୍ଡ ଭୋଟ ମିଳିଥିଲା । ଶଶୀ ଥରୁର ମାତ୍ର ୧,୦୭୨ ଭୋଟ ପାଇଥିଲେ । ଏହାକୁ ନେଇ ବିଶ୍ବଶର୍ମା(Assam CM Himanta Biswa Sarma)ଥରୁରଙ୍କ କଟାକ୍ଷ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.