ETV Bharat / politics

ଖୋର୍ଦ୍ଧାରେ ପ୍ରଚାର କଲେ ରାଜନାଥ, ବିଜେଡି ସରକାରକୁ କଲେ ଟାର୍ଗେଟ - Rajnath Singh at Khordha

author img

By ETV Bharat Odisha Team

Published : May 19, 2024, 11:04 PM IST

Rajnath Singh at Khordha: ଖୋର୍ଦ୍ଧା ହାବେଳି ପଡିଆରେ ଅନୁଷ୍ଠିତ ଏକ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅଧିକ ପଢ଼ନ୍ତୁ

Rajnath Singh at Khordha
Rajnath Singh at Khordha (ETV Bharat Odisha)

ଖୋର୍ଦ୍ଧା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ହାଇଭୋଲ୍ଟେଜ ଲଢ଼େଇ ଦେଖିବାକୁ ମିଳିବ । ୩ୟ ପର୍ଯ୍ୟାୟରେ ଭୁବନେଶ୍ବର ଲୋକସଭା ସମେତ ଏହା ଅଧୀନ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡ଼ିବ ଭୋଟ । ଏଥିପାଇଁ ଜଣକ ପରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଘନ ଘନ ଓଡିଶା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ଏହି କ୍ରମରେ ଆଜି ଖୋର୍ଦ୍ଧା ହାବେଳି ପଡିଆରେ ଅନୁଷ୍ଠିତ ଏକ ବିଶାଳ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଏହି ବିଜୟ ସଂକଳ୍ପ ସମାବେଶରେ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିବା ସହ ମୋଦି ସରକାରଙ୍କ ସଫଳତା ବଖାଣିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ ଓଡିଆ ଭାଷା ଅତି ସୁନ୍ଦର ଭାଷା ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ଏଠାରେ ୨୫ ବର୍ଷ ଧରି ବିଜେଡି ସରକାର ଶାସନ କରୁଛି । କିନ୍ତୁ ଲୋକମାନଙ୍କ ସମସ୍ୟା ବୁଝିବାରେ ବିଫଳ ହୋଇଛି ।" ସେହିଭଳି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର କଥା ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ରାଜନାଥ । ରତ୍ନ ଭଣ୍ଡାରର ଚାବି ମିଳୁନି । ଆମ ସରକାର ଆସିଲେ ଏହି ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ।

ସେହିପରି ବିଜେପି ଯାହା କହେ ତାହା କରିକି ଦେଖାଏ ବୋଲି କହିବା ସହ ଧାରା ୩୭୦, ରାମ ମନ୍ଦିର, ତିନି ତଲାକ ବିଲ କଥା କହିଥିଲେ । ସେ ଆହୁରି କହିଥିଲେ, "ଭାରତରୁ ଗରିବୀ ହଟାଇବା ପାଇଁ ଆମ ସରକାର କାର୍ଯ୍ୟ କରିଛି । ଶାସନର ୮ ବର୍ଷ ଭିତରେ ଏଥିରେ ଆମେ ସଫଳ ହୋଇଛୁ । ଭ୍ରଷ୍ଟାଚାର ଭାଷଣରେ ସମାପ୍ତ ହୁଏନି, ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ । ଏହାକୁ ମୋଦି ସରକାର କରି ଦେଖାଇଛି । ୨୦୧୪ରେ ଭାରତର ଅର୍ଥ ବ୍ୟବସ୍ଥା ବିଶ୍ବର ୧୪ ନମ୍ବର ସ୍ଥାନରେ ଥିଲା । କିନ୍ତୁ ଗତ ୧୦ ବର୍ଷ ଭିତରେ ଏହା ୫ମ ସ୍ଥାନକୁ ଆସିଛି । ଆମେ ଭାରତକୁ ମହାଶକ୍ତି କରିବାକୁ ଚାହୁଁଛୁ । ବିଶ୍ବର କଲ୍ୟାଣ ପାଇଁ ଏହି ମହାଶକ୍ତି କାର୍ଯ୍ୟ କରିବ । ପିଓକେ ଭାରତର ଥିଲା, ଅଛି ଓ ରହିବ । ଏହାକୁ ଦୁନିଆର କୌଣସି ଶକ୍ତି ଅଟକାଇ ପାରିବ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ରାଜନାଥ ସିଂଙ୍କ ମାରାଥନ ପ୍ରଚାର: ଧର୍ମେନ୍ଦ୍ରଙ୍କ ପାଇଁ ମାଗିଲେ ଭୋଟ, ମୋଦିଙ୍କୁ ପ୍ରଶଂସାରେ ପୋତିଲେ - Rajnath Singh Campaign For BJP

ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ବିଜୟୀ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ ରାଜନାଥ । କିଭଳି ରାଜ୍ୟରେ ଏଥର ୨୫ ବର୍ଷର ସରକାର ହଟିବ ଏବଂ ଭାରତୀୟ ଜନତା ପାର୍ଟିର ଜଣେ ସୁସ୍ଥ, ଦକ୍ଷ, ଓଡିଆ ଯୁବକ ମୁଖ୍ୟମନ୍ତ୍ରୀ ହେବେ, ସେ ଉପରେ ମନ୍ତବ୍ୟ ଦେଇଥିଲେ । ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ସ୍ବପ୍ନ ସାକାର କରାଯିବ ବୋଲି କହିଥିଲେ । ସେ କହିଥିଲେ, "ଆମ ରାଜ୍ୟରେ ୪୨ ପ୍ରତିଶତ ଶିକ୍ଷିତ ଯୁବକଯୁବତୀ ବେରୋଜଗାର ଅଛନ୍ତି । ଯାହା ଆମ ରାଜ୍ୟ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଚଳିତ ନିର୍ବାଚନରେ ମତଦାନ ହାର ବଢିବ । ସବୁଆଡେ ଫୁଲ ଫୁଟିବ ।" ସେହିପରି ଏଥର ଖୋର୍ଦ୍ଧାରେ ପାଇକ ପୁଅ ବିଧାୟକ ହେବେ ବୋଲି କହିଥିଲେ ପ୍ରଶାନ୍ତ ଜଗଦେବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.