ETV Bharat / international

ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ମିଳୁନି ଇବ୍ରାହିମ ରଇସିଙ୍କ ପତ୍ତା ! - Iran President Helicopter Crash

author img

By ETV Bharat Odisha Team

Published : May 19, 2024, 10:20 PM IST

Iran President's Helicopter Hard Landing: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ଫଳରେ ରାଷ୍ଟ୍ରପତିଙ୍କ ପତ୍ତା ମିଳିନାହିଁ ।

Iran President
Iran President (ETV Bharat)

ତେହରାନ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । କୌଣସି କାରଣବଶତଃ ହେଲିକପ୍ଟରଟି ଏମରଜେନ୍ସି ଲ୍ୟାଣ୍ଡିଂ ବା ହାର୍ଡ ଲ୍ୟାଣ୍ଡିଂ କରିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଅଜବେରସ୍ତାନ ଦେଶର ସୀମାରେ ଅବସ୍ଥିତ ଜୋଲଫା ସହରରେ ଘଟିଥିବା ଜଣାପଡ଼ିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଉଦ୍ଧାରକାରୀ ଦଳ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ହେଲିକପ୍ଟରର ଅନୁସନ୍ଧାନ ଜାରି ରଖିଛନ୍ତି ।

ଇରାନର ମନ୍ତ୍ରୀ ଅହମ୍ମଦ ୱାହିଦୀ ଦେଇଥିବା ସୂଚନା ମୁତାବକ, ରାଷ୍ଟ୍ରପତି ରଇସିଙ୍କୁ ଯାଉଥିବା ହେଲିକପ୍ଟରରେ କୌଣସି ସମସ୍ୟା ଦେଖାଦେଇଥିବା କାରଣରୁ ତାହା ବିପଦସଙ୍କୁଳ ଭାବେ ଲ୍ୟାଣ୍ଡିଂ କରିଛି । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପାଗ ଖରାପ ଓ ପ୍ରବଳ କୁହୁଡି କାରଣରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ଖରାପ ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏପରିକି ଘନ କୁହୁଡି ଯୋଗୁ ଉଦ୍ଧାରକାରୀ ଦଳ ମଧ୍ୟ ବିଳମ୍ବରେ ପହଞ୍ଚିଛନ୍ତି ।

ରଇସି ଇରାନର ପୂର୍ବ ଭାଗରେ ଅବସ୍ଥିତ ଆଜରବେଜାନ ଯାତ୍ରା କରୁଥିଲେ । ରାଜଧାନୀ ତେହରାନରୁ ପାଖାପାଖି ୬ ଶହ କିଲୋମିଟର ଉତ୍ତର-ପଶ୍ଚିମରେ ଜୋଲଫା ସହର ନିକଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଅମିରବଦୁଲାହଙ୍କ ସମେତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ସେହି ହେଲିକପ୍ଟରରେ ଯାତ୍ରା କରୁଥିଲେ ବୋଲି କୁହାଯାଉଛି । ଘନ କୁହୁଡି ଯୋଗୁ ହେଲିକପ୍ଟରଟି ପାହାଡରେ ମାଡ଼ ହୋଇଥିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦୁର୍ଘଟଣା ପରଠୁ ବର୍ତ୍ତମାନ ସୁଦ୍ଧା କୌଣସି ରାଷ୍ଟ୍ରପତିଙ୍କର କୌଣସି ପତ୍ତା ମିଳିନାହିଁ ।

ଏହା ବି ପଢନ୍ତୁ...କିର୍ଗିଜସ୍ତାନରେ ଭିଡହିଂସାରେ 4 ପାକିସ୍ତାନୀ ଛାତ୍ର ମୃତ, ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି - Kyrgyzstan Violence

ସୂଚନା ଅନୁସାରେ, ଆଜି (ରବିବାର) ସକାଳେ ଆଜେରବେଜାନର ରାଷ୍ଟ୍ରପତି ଇଲହାମ ଆଲିଭଙ୍କ ସହ ମିଶି ଏକ ସେତୁର ଉଦଘାଟନ କରିଥିଲେ ରଇସି । ଏହା ହେଉଛି ତୃତୀୟ ସେତୁ ଯାହା ଉଭୟ ଦେଶ ମଧ୍ୟରେ ଆରସ ନଦୀ ଉପରେ ନିର୍ମାଣ ହୋଇଛି । ରଇସି ଜଣେ କଠୋରପନ୍ଥୀ ନେତା ଅଟନ୍ତି । ଆଜି ତାଙ୍କର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ରାଷ୍ଟ୍ରପତିଙ୍କ ସମେତ ସେହି ହେଲିକପ୍ଟରରେ ଯାତ୍ରା କରୁଥିବା ଅନ୍ୟ ମନ୍ତ୍ରୀମାନେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡକୁ ମୋଦିଙ୍କ ନିନ୍ଦା, ଆଶୁଆରୋଗ୍ୟ କାମନା କଲେ - PM MODI ON SLOVAKIA PM

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.