ETV Bharat / sports

T20 World Cup Final: ଟ୍ରଫି ହାତେଇବାକୁ ଇଂଲଣ୍ଡ ଆଗରେ ୧୩୮ ରନ୍‌ ଟାର୍ଗେଟ

author img

By

Published : Nov 13, 2022, 3:20 PM IST

Updated : Nov 13, 2022, 3:55 PM IST

T20 World Cup Final : ଟ୍ରଫି ହାତେଇବାକୁ ଇଂଲଣ୍ଡ ଆଗରେ ୧୩୮ ରନର ଟାର୍ଗେଟ
T20 World Cup Final : ଟ୍ରଫି ହାତେଇବାକୁ ଇଂଲଣ୍ଡ ଆଗରେ ୧୩୮ ରନର ଟାର୍ଗେଟ

ଟି୨୦ ବିଶ୍ବକପ ଟାଇଟଲ ହାତେଇବାକୁ ହେଲେ ଇଂଲଣ୍ଡକୁ 138 ରନ୍‌ ଟାର୍ଗେଟ ପୂରଣ କରିବାକୁ ହେବ । ଅଧିକ ପଢନ୍ତୁ

ମେଲବର୍ଣ୍ଣ: ଇଂଲିସ୍ ଟିମ୍ ଆଗରେ 138 ରନର ଟାର୍ଗେଟ ରଖିଲା ପାକିସ୍ତାନ । ଆରମ୍ଭ ହୋଇଯାଇଛି ମିଶନ୍ ମେଲବର୍ଣ୍ଣ ପାଇଁ ଲଢେଇ । ଟି୨୦ ବିଶ୍ବକପ ଫାଇନାଲରେ ଇଂଲଣ୍ଡ ବନାମ ପାକିସ୍ତାନ ମଧ୍ୟରେ ଖେଳାଯାଉଛି ହାଇଭୋଲଟେଜ୍ ମ୍ୟାଚ୍ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ 137 ରନ୍ କରିଛି । ତେବେ ଟି୨୦ ବିଶ୍ବକପ ଟାଇଟଲ ହାତେଇବାକୁ ହେଲେ ଇଂଲଣ୍ଡକୁ 138 ରନ ଟାର୍ଗେଟ ହାସଲ କରିବାକୁ ହେବ ।

୨୦୨୨ ବିଶ୍ବକପ ଟାଇଟଲ ହାତେଇବାକୁ ଇଂଲଣ୍ଡ ଓ ପାକିସ୍ତାନ ସ୍ବତନ୍ତ୍ର ରଣକୌଶଳ ନେଇ ମଇଦାନକୁ ଓହ୍ଲାଇଛନ୍ତି । ଉଭୟ ଦଳ ପରସ୍ପରକୁ ମାତ୍ ଦେବାକୁ ଜାରି ରଖିଛନ୍ତି ଜୋରଦାର ଲଢେଇ । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ବାବର ଆଜମଙ୍କ ସେନା । ଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ମ୍ୟାନ୍ ଇନ୍ ଗ୍ରୀନ୍ ଇଂଲିସ୍ ଟିମ୍ ଆଗରେ ବଡ ଟାର୍ଗେଟ ଦେବାରେ ବିଫଳ ହୋଇଛି । ସବୁଠୁ ବଡ କଥା ହେଲା ଦଳର କୌଣସି କ୍ରିକେଟ ଅର୍ଦ୍ଧଶତକୀୟ ପାଳି ଖେଳି ପାରିନାହାନ୍ତି । ସାମ୍ କରନଙ୍କ ଘାତକ ବୋଲିଂ ପାକିସ୍ତାନର ବ୍ୟାଟିଂ ଅର୍ଡର ଧ୍ବସ୍ତ ହୋଇଥିଲା ।

ଓପନିଂ ଯୋଡି ଆରମ୍ଭରୁ ଭଲ ପାଳି ଆରମ୍ଭ କରିଥିଲେ । ହେଲେ ମିଡିଲ ଅର୍ଡର ବ୍ୟାଟର ଇଂଲଣ୍ଡ ବୋଲରଙ୍କ ରଣନୀତି ଆଗରେ ଧରାଶାୟୀ ହୋଇଥିଲେ । ଓପନିଂ ଯୋଡ଼ି ୪.୨ ଓଭରରେ ଦଳୀୟ ଖାତାରେ ୨୯ ରନ୍ ଯୋଡିଥିଲେ । ଏହାପରେ ମହମ୍ମଦ ରିଜୱାନ୍ ୧୫ ରନ କରି ପାଭିଲିୟନ ଫେରିଯାଇଥିଲେ । ଶାନ୍ ମାସୁଦ ୨୮ଟି ବଲ୍‌ରୁ ୨ ଟି ଚୌକା ଓ ଗୋଟିଏ ଛକା ସହିତ ସର୍ବାଧିକ ୩୮ ରନ୍ ଇନିଂସ ଖେଳିଥିଲେ । ସେହିପରି ଅଧିନାୟକ ବାବର ଆଜମ ୩୨ ରନ୍, ଓ ଶଦାବ୍ ଖାନ୍ ୨୦ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ କରିପାରିନଥିଲେ ।

ଟି୨୦ ବିଶ୍ବକପ ଟାଇଟଲ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ ବୋଲର ଆରମ୍ଭରୁ ମାପିଚୁପି ବୋଲିଂ କରିଥିଲେ । ସାମ୍ କରନ୍ ୪ ଓଭର ବୋଲିଂ କରି ମାତ୍ର ୧୨ ରନ୍ ବ୍ୟୟରେ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ସେହିପରି ଆଦିଲ ରସିଦ୍, କ୍ରିସ୍ ଜୋର୍ଡାନ୍ ଦୁଇଟି ୱିକେଟ ନେଇଥିବା ବେଳେ ବେନ୍ ଷ୍ଟୋକ୍ସ ଗୋଟିଏ ୱିକେଟ ନେଇଥିଲେ । ଇଂଲଣ୍ଡ ୧୩୮ ରନ୍ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛି ।

Last Updated :Nov 13, 2022, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.