ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 26, 2022, 11:01 AM IST

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.କୁପୱାଡାରେ ସେନାର ସର୍ଚ୍ଚ ଅପରେସନ, ଟଳିଲା ଜଣେ ବିଦେଶୀ ଆତଙ୍କୀ

ଜମ୍ମୁ କାଶ୍ମୀର କୁପୱାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ବିଦେଶୀ ଆତଙ୍କୀକୁ ସଫା କରିଛି ସୁରକ୍ଷାବାହିନୀ । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

2.ଆଜି କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେବେ ମଲ୍ଲିକାର୍ଜୁନ ଖଡ୍‌ଗେ

ଆଜି କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେବେ ମଲ୍ଲିକାର୍ଜୁନ ଖଡଗେ ।

3.ହିମାଚଳରେ ନକଲି ପରିଚୟ ଦେଇ ରହୁଥିବା ଚୀନ ମହିଳା ଗିରଫ

ହିମାଚଳ ପ୍ରଦେଶରେ ନକଲି ପରିଚୟ ଦେଇ ରହୁଥିବା ଚୀନ ମହିଳା ଗିରଫ । ତାଙ୍କ ନିକଟରୁ ୬ ଲକ୍ଷ ୪୦ ହଜାର ଭାରତୀୟ ଟଙ୍କା ଏବଂ ୧ ଲକ୍ଷରୁ ଅଧିକ ନେପାଳ ମୁଦ୍ରା ଜବତ ।

4.୬୮ବର୍ଷରେ ଆଇନ ପାଠ ପଢିଲେ ବୃଦ୍ଧ, ନ୍ୟାୟ ପାଇଁ ହେଉଥିଲେ ହଟହଟା

ନିଜ କେସ ଲଢିବା ପାଇଁ ୬୮ବର୍ଷରେ ଆଇନ ପାଠ ପଢି ଲଢିଲେ ପଞ୍ଜାବ ଭଟିଣ୍ଡା ଅଧିବାସୀ ପ୍ରଶୋତମ ବଂଶଲ ।

5.ଆସାମର 83 ଗାଁରେ ବାତ୍ୟା ସିତ୍ରାଙ୍ଗ ପ୍ରଭାବ, 1000ରୁ ଊର୍ଦ୍ଧ୍ବ ପ୍ରଭାବିତ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ସିତ୍ରାଙ୍ଗ ତାର କୋପ ଦେଖାଇଛି । ଆସାମରେ ବାତ୍ୟା ସିତ୍ରାଙ୍ଗର ତାଣ୍ଡବ ଦେଖିବାକୁ ମିଳିଛି । ସିତ୍ରାଙ୍ଗ ପ୍ରଭାବରେ 1000ରୁ ଊର୍ଦ୍ଧ୍ବ ପ୍ରଭାବିତ ହୋଇଛନ୍ତି ।

6.ତୁରନ୍ତ ୟୁକ୍ରେନ ଛାଡ, ପୁଣିଥରେ ନାଗରିକଙ୍କ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ

ତୁରନ୍ତ ୟୁକ୍ରେନ ଛାଡିବାକୁ ପୁଣି ଥରେ ନାଗରିକଙ୍କ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ ।

7.ଋଷି ସୁନକଙ୍କ ନୂଆ ମନ୍ତ୍ରୀମଣ୍ଡଳ, ସୁଏଲା ବ୍ରେଭରମ୍ୟାନଙ୍କ କମବ୍ୟାକ

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଋଷି ସୁନକ ତାଙ୍କର ନୂଆ କ୍ୟାବିନେଟ ଗଠନ କରିଛନ୍ତି । ଋଷି ସୁନକଙ୍କ କ୍ୟାବିନେଟରେ ତିନି ମହିଳାଙ୍କୁ ଦାୟିତ୍ବ ମିଳିଛି । ଗତ ସପ୍ତାହରେ ଇସ୍ତଫା ଦେଇଥିବା ସୁଏଲା ବ୍ରେଭରମ୍ୟାନ ପୁଣି ଫେରିଛନ୍ତି ।

8.Encounter In Nuapada: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଆପଡାର ପାଟଦରା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ବିପୁଳ ମାଓ ସାମଗ୍ରୀ ଜବତ ।

9.ସିଡନୀରେ ଅସନ୍ତୁଷ୍ଟ ଟିମ ଇଣ୍ଡିଆ, ନେଟ୍‌ ପ୍ରାକ୍ଟିସ ପାଇଁ ମନା କଲା ଦଳ

ସଡନୀରେ ମୁକାବିଲା ପୂର୍ବରୁ ଅସନ୍ତୁଷ୍ଟ ଭାରତୀୟ ଦଳ । ଦିଆଯାଇଥିବା ଖାଦ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଖେଳାଳି । ଖାଇବାରେ କେବଳ ସାଣ୍ଡୱିଚ୍ ଦିଆଯାଇଥିଲା ତାହା ପୁଣି ଥଣ୍ଡା । ନେଟ୍‌ ପ୍ରାକ୍ଟିସ ପାଇଁ ଟିମ ମନା କରିଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।

10.IND vs PAK: ଟିମ୍ ଇଣ୍ଡିଆର ବିଜୟ ଉତ୍ସବ ମନାଇଲେ ଶାହାରୁଖ, କହିଲେ ଏବେ ଦୀପାବଳି ଆରମ୍ଭ

ଶାହରୁଖ ଖାନ ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ବିରାଟ କୋହଲିଙ୍କ ଚମତ୍କାର ଇନିଂସ ଏବଂ ଟିମ୍ ଇଣ୍ଡିଆର ବିଜୟରେ ଖୁସି ବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.