ETV Bharat / bharat

୬୮ବର୍ଷରେ ଆଇନ ପାଠ ପଢିଲେ ବୃଦ୍ଧ, ନ୍ୟାୟ ପାଇଁ ହେଉଥିଲେ ହଟହଟା

author img

By

Published : Oct 26, 2022, 10:30 AM IST

ନିଜ କେସ ଲଢିବା ପାଇଁ ୬୮ବର୍ଷରେ ଆଇନ ପାଠ ପଢି ଲଢିଲେ ପଞ୍ଜାବ ଭଟିଣ୍ଡା ଅଧିବାସୀ ପ୍ରଶୋତମ ବଂଶଲ । ଅଧିକ ପଢନ୍ତୁ

୬୮ବର୍ଷରେ ଆଇନ ପାଠ ପଢିଲେ ବୃଦ୍ଧ, ନ୍ୟାୟ ପାଇଁ ହେଉଥିଲେ ହଟହଟା
୬୮ବର୍ଷରେ ଆଇନ ପାଠ ପଢିଲେ ବୃଦ୍ଧ, ନ୍ୟାୟ ପାଇଁ ହେଉଥିଲେ ହଟହଟା

ଚଣ୍ଡିଗଡ଼: ପଞ୍ଜାବରେ ଜଣେ ବୟସ୍କ ବ୍ୟକ୍ତି ୬୮ ବର୍ଷ ବୟସରେ ପଢିଲେ ଆଇନ ପାଠ । ସରକାରୀ ଚାକିରି ସତ୍ତ୍ବେ ନିଜ କେସ ଲଢିବା ପାଇଁ ସେ ୬୮ ବର୍ଷରେ ପଢିଛନ୍ତି ଆଇନ ପାଠ (Elderly man studied law at the age of 68) । ନ୍ୟାୟ ପାଇବା ଲାଗି ପ୍ରତ୍ୟେକ ବ୍ୟକ୍ତି ଆଇନ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ପଞ୍ଜାବ ଭଟିଣ୍ଡା ଅଧିବାସୀ ପ୍ରଶୋତମ ବଂଶଲ ଏନଏଫଏଲ (National Fertilizers Limited)ରେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ୨୦୧୬ରେ କାର୍ଯ୍ୟରୁ ଅବସର ନେଇଥିଲେ । ମାତ୍ର ନିଜର କୌଣସି କେସ୍‌ରେ ସେ ନ୍ୟାୟ ପାଇବା ଲାଗି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାସହିତ ଆଇନ ପାଠର ଜ୍ଞାନ ନଥିବାରୁ ସେ ଅନେକ ଅସୁବିଧା ଭୋଗିଥିଲେ । ଏହା ତାଙ୍କୁ ଆଇନ ପଢିବା ପାଇଁ ପ୍ରୋତ୍ସାହିତ କରିଥିଲା । ଏହାପରେ ସେ ୨୦୧୯ ମସିହାରୁ ପଟିଆଲା ୟୁନିଭର୍ସିଟିରେ ଆଇନ ପାଠ ପଢିବା ଆରମ୍ଭ କରିଥିଲେ (He studied law from the regular Patiala University) ।

ଏହା ବି ପଢନ୍ତୁ- ହିମାଚଳ ପ୍ରଦେଶରେ ନିଆରା ପରମ୍ପରା, ମାଆ କାଳୀଙ୍କ ସନ୍ତୁଷ୍ଟି ପାଇଁ ପଥରମାଡ଼ ପର୍ବ

ଏହାପରେ ତାଙ୍କୁ ବାର ଆସୋସିଏସନର ଆଇନଗତ ଲାଇସେନ୍ସ ମଧ୍ୟ ମିଳିଛି । ସେ କହିଛନ୍ତି, "ପ୍ରତ୍ୟେକ ବ୍ୟକ୍ତିଙ୍କର ଭାରତୀୟ ଆଇନ ବିଷୟରେ ସାଧାରଣ ଜ୍ଞାନ ରହିବା ଉଚିତ୍‌ । ଯାହାଦ୍ବାରା ସେମାନେ ସେମାନଙ୍କର ଅଧିକାର ଏବଂ ଏହା ସମ୍ବନ୍ଧୀୟ ଆଇନ ସମ୍ପର୍କରେ ଜାଣିପାରିବେ । ଏପରିକି ଯେତେବେଳେ ସେମାନେ ଆଇନ ଅଧ୍ୟୟନ ଆରମ୍ଭ କରିଥିଲେ ସେତେବେଳେ ଯୁବ ଛାତ୍ରମାନେ ତାଙ୍କୁ ସହଯୋଗ କରିନଥିଲେ । କିନ୍ତୁ ଧୀରେ ଧୀରେ ଯୁବ ଛାତ୍ରଛାତ୍ରୀ ସେମାନଙ୍କ ସହ ମିଶି ଖୁସି ହୋଇଥିଲେ ଏବଂ ପ୍ରେରଣା ମଧ୍ୟ ପାଇଥିଲେ । ଫଳରେ ବର୍ତ୍ତମାନ ବହୁ ସଂଖ୍ୟକ ଝିଅ ଓକିଲାତି କ୍ଷେତ୍ରରେ ଆଗ୍ରହ ଦେଖାଉଛନ୍ତି । ସେ କହିଛନ୍ତି ଯେ ନ୍ୟାୟ ପାଇବା ଲାଗି ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ଅଧିକାର ଜାଣିବା ଅତ୍ୟନ୍ତ ଆବଶ୍ୟକ । ସମ୍ପ୍ରତି ସେ ଖାଉଟି ଅଦାଲତ (consumer court)ରେ ତାଙ୍କର ପ୍ରଥମ ମାମଲା ଦାଏର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.