ETV Bharat / entertainment

IND vs PAK: ଟିମ୍ ଇଣ୍ଡିଆର ବିଜୟ ଉତ୍ସବ ମନାଇଲେ ଶାହାରୁଖ, କହିଲେ ଏବେ ଦୀପାବଳି ଆରମ୍ଭ

author img

By

Published : Oct 25, 2022, 10:01 AM IST

ଶାହରୁଖ ଖାନ ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ବିରାଟ କୋହଲିଙ୍କ ଚମତ୍କାର ଇନିଂସ ଏବଂ ଟିମ୍ ଇଣ୍ଡିଆର ବିଜୟରେ ଖୁସି ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ଟିମ୍ ଇଣ୍ଡିଆର ବିଜୟ ଉତ୍ସବ ମନାଇଲେ ଶାହାରୁଖ, ଲେଖିଲେ- ଏବେ ଆରମ୍ଭ ହେଲା ଦୀପାବଳି
ଟିମ୍ ଇଣ୍ଡିଆର ବିଜୟ ଉତ୍ସବ ମନାଇଲେ ଶାହାରୁଖ, ଲେଖିଲେ- ଏବେ ଆରମ୍ଭ ହେଲା ଦୀପାବଳି

ମୁମ୍ବାଇ: ଟି -20 ବିଶ୍ବ କପ୍‌ରେ ପାକିସ୍ତାନ ଉପରେ ଭାରତର ରୋମାଞ୍ଚକର ବିଜୟରେ ସମଗ୍ର ଦେଶ ଉତ୍ସବ ମୁଖରିତ ହୋଇଯାଇଛି । ବିରାଟ କୋହଲିଙ୍କ ଚମତ୍କାର ଇନିଂସ ପାଇଁ ଭାରତ ଏହି ଅବିଶ୍ବସନୀୟ ବିଜୟ ହାସଲ କରିପାରିଛି । ତେବେ ଭାରତର ଏହି ବିଜୟରେ ମନୋରଞ୍ଜନ ଜଗତର ଅନେକ ତାରକା ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ଦେଇଛନ୍ତି । କାର୍ତ୍ତିକ ଆର୍ଯ୍ୟଙ୍କ ଠାରୁ ଜାଭେଦ ଅଖତର ପର୍ଯ୍ୟନ୍ତ କେହି କେହି ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଛନ୍ତି ତ କେହି କେହି ପୋଷ୍ଟ ଲେଖି ଭାରତର ଜବରଦସ୍ତ ବିଜୟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏହି କ୍ରମରେ ବର୍ତ୍ତମାନ ବଲିଉଡର ବାଦଶାହା ଶାହରୁଖ ଖାନ ମଧ୍ୟ ଏକ ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ବିରାଟ କୋହଲିଙ୍କ ଚମତ୍କାର ଇନିଂସ ଏବଂ ଟିମ୍ ଇଣ୍ଡିଆର ବିଜୟରେ ନିଜ ଖୁସିବ୍ୟକ୍ତ କରିଛନ୍ତି ।

  • So good to see a great game of cricket. So wonderful to see India win. So brilliant to see @imVkohli batting….and so inspiring to see him cry and smile….and the background score of Chak de India!! Happy Diwali starts right now!!!

    — Shah Rukh Khan (@iamsrk) October 23, 2022 " class="align-text-top noRightClick twitterSection" data=" ">

ସୁପରଷ୍ଟାର ଶାହରୁଖ ଖାନ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, "ଭାରତ ବନାମ ପାକିସ୍ତାନ ମ୍ୟାଚରେ ପାକିସ୍ତାନର ପରାଜୟ ଏବଂ ଭାରତର ବିଜୟ କାରଣରୁ ତାଙ୍କର ଦିୱାଲୀ ଖୁସି ଦ୍ୱିଗୁଣିତ ହୋଇଯାଇଛି । ତାଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ, ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନକୁ ନେଇ ସେ ମଧ୍ୟ ବହୁତ ଖୁସିଅଛନ୍ତି । ସେ ନିଜ ଟ୍ୱିଟରେ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି ଏବଂ ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।"

ଶାହାରୁଖ ଖାନ ତାଙ୍କ ଟ୍ୱିଟରେ ଆହୁରି ଲେଖିଛନ୍ତି- "କ୍ରିକେଟର ଏକ ଶାନଦାର ଖେଳ ଦେଖି ବହୁତ ଭଲ ଲାଗୁଛି । ଭାରତର ଦଳର ବିଜୟ ଦେଖିବା ବହୁତ ମଜାଦାର ଥିଲା । ବିରାଟ କୋହଲିଙ୍କ ବ୍ୟାଟିଂ ବହୁତ ଭଲ ଥିଲା । ସେମାନଙ୍କୁ କାନ୍ଦିବା ଏବଂ ହସିବା ଏବଂ ବ୍ୟାକଗ୍ରାଉଣ୍ଡରେ ଚକ ଦେ ଇଣ୍ଡିଆ ଶୁଣିବା ପ୍ରେରଣାଦାୟକ ଥିଲା । ଶୁଭ ଦୀପାବଳି ତ ବର୍ତ୍ତମାନ ଆରମ୍ଭ ହେଲା ।" ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ଏହି ଟ୍ୱିଟକୁ ଏବେ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହି ଟୁଇଟ୍ ପରେ ବିରାଟ କୋହଲିଙ୍କ ସହ ଶାହାରୁଖ ଖାନଙ୍କ ନାମ ମଧ୍ୟ ଟ୍ରେଣ୍ଡ ହେଉଛି । କିଙ୍ଗ୍‌ ବିରାଟଙ୍କ ପ୍ରଶଂସା କରି ପ୍ରଶଂସକମାନେ ଶାହାରୁଖ ଖାନଙ୍କୁ ପ୍ରଶଂସା କରୁଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି- "ବିରାଟ କୋହଲିଙ୍କ ଦ୍ୱାରା ଚମତ୍କାର ଇନିଂସ ଏବଂ ଶାହାରୁଖ ଖାନଙ୍କ ଟୁଇଟ୍, ଆଉ କ’ଣ ଦରକାର ।" ଅନ୍ୟ ଜଣେ ଲେଖିଛନ୍ତି - "ଆମେ ବିରାଟଙ୍କ ପରି ଆପଣଙ୍କର ମଧ୍ୟ କମ୍‌ବ୍ୟାକ୍‌ ଚାହୁଁଛୁ ଶାହାରୁଖ ।" ଶାହାରୁଖ ଖାନଙ୍କ ଟ୍ୱିଟକୁ ନେଇ ଅନେକ ୟୁଜର୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.