ETV Bharat / bharat

PMO to RTI Query: ୨୦୧୪ରୁ ଗୋଟିଏ ବି ଛୁଟି ନେଇନାହାନ୍ତି ମୋଦି, ବିନା ଛୁଟିରେ 3000 ଇଭେଣ୍ଟ

author img

By ETV Bharat Odisha Team

Published : Sep 4, 2023, 10:07 PM IST

PMO to RTI Query
PMO to RTI Query

୯ବର୍ଷର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ବି ଛୁଟି ନେଇନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୪ରୁ ନିରନ୍ତର ଭାବେ କରିଆସୁଛନ୍ତି ଦେଶ ସେବା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କର୍ମଠ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ବର୍ଷରେ ଦୀର୍ଘ ୯ ବର୍ଷ ଧରି ଶାସନ ଭାର ସମ୍ଭାଳି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲେ ପସନ୍ଦ ନୁହେଁ ଛୁଟି । ସର୍ବଦା କାମ କରିବାକୁ ଆଗଭର ବିଶ୍ବର ଶ୍ରେଷ୍ଠ ନେତାଙ୍କ ମଧ୍ୟରୁ ଅନ୍ୟତମ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମେ କହୁ ନାହୁଁ, ଆରଟିଆଇକୁ ତଥ୍ୟରୁ ଜଣାପଡିଛି । ୨୦୧୪ରୁ ଏଯାବତ ପ୍ରଧାନମନ୍ତ୍ରୀ ମୋଦି ନେଇନାହାନ୍ତି ଗୋଟିଏ ବି ଛୁଟି । ପ୍ରଧାନମନ୍ତ୍ରୀ ଏଯାବତ ୩୦୦୦ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସୂଚନା ଅଧିକାର (RTI) ପ୍ରଶ୍ନର ଉତ୍ତର ଦେବାବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଏହି ତଥ୍ୟ ଦିଆଯାଇଛି ।

PMO to RTI Query
PMO to RTI Query: ୨୦୧୪ରୁ ଗୋଟିଏ ବି ଛୁଟି ନେଇନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି

ମହାରାଷ୍ଟ୍ର ପୁଣେର ଜଣେ ଉଦ୍ୟୋଗୀ ପ୍ରଫୁଲ ପି ସାରଦା ସୂଚନା ଅଧିକାର ଆଧାରରେ ଏକ ଆବେଦନ କରିଥିଲେ । ଆବେଦନ ପତ୍ରରେ ସେ ୨ଟି ପ୍ରଶ୍ନ କରିଥିଲେ । ଗୋଟିଏ ପ୍ରଶ୍ନ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଏଯାବତ କେତୋଟି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ଉତ୍ତର ରଖି କୁହାଯାଇଛି, " ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ନିଜ ଡ୍ୟୁଟିରେ ରହିଥାନ୍ତି । ସେ ଅଫିସରୁ ଏଯାବତ ଗୋଟିଏ ବି ଛୁଟି ନେଇନାହାନ୍ତି ।"

ଏହା ବି ପଢନ୍ତୁ- Most Popular World Leader: 78% ସହ ଆଗରେ ମୋଦି, ପଛରେ ବାଇଡେନ-ସୁନାକ

ଦ୍ବିତୀୟ ପ୍ରଶ୍ନରେ ଆବେଦନକାରୀ ପ୍ରଫୁଲ୍ଲ ପ୍ରଧାନମନ୍ତ୍ରୀ କେବେ, କେଉଁଠି ଓ କେଉଁ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ, ତାହାର ତଥ୍ୟ ମାଗିଥିଲେ । ଏହାଉପରେ ପ୍ରତିକ୍ରିୟା ରଖି PMO ପକ୍ଷରୁ ଏକ ୱେବସାଇଟ ଆବେଦନକାରୀଙ୍କୁ ଦିଆଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ୨୦୧୪ ମସିହାରୁ ଏଯାବତ ମୋଟ ୩୦୦୦ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଜଣାପଡ଼ିଛି । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଛି । ସୋସିଆଲ ମିଡିଆରେ ୟୁଜର୍ସ ପ୍ରଧାନମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଜଣେ ପ୍ରଭାବଶାଳୀ, ଆଦର୍ଶ ନେତା ବୋଲି କହିଛନ୍ତି । ଦେଶ ସେବାରେ ଏହି ନିରନ୍ତର ସେବାକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି ।

ଏହା ବି ପଢନ୍ତୁ- ବିଶ୍ବର ସବୁଠୁ ଲୋକପ୍ରିୟ ନେତା ମୋଦି, ପଛରେ ପଡିଲେ US-UK ରାଷ୍ଟ୍ରପତି

ପୂର୍ବରୁ ମଧ୍ୟ ଉଠିଥିଲା ପ୍ରଶ୍ନ:- ଗତ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଥିଲା । ଜଣେ ନାଗରିକ ସୂଚନା ଅଧିକାର ଆଇନ ଆଧାରରେ ଏହି ପ୍ରଶ୍ନ ପଚାରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକାଳ ତଥ୍ୟ ଆଧାରରେ ରିପୋର୍ଟ ପ୍ରକାଶ ପାଇଥିଲା । ପ୍ରଧାନମନ୍ତ୍ରୀ ଗୋଟିଏ ବି ଛୁଟି ନେଇନାହାନ୍ତି ବୋଲି ତଥ୍ୟ ଦେଇଥିଲା ପିଏମଓ ।

୨୦ବର୍ଷରେ ଗୋଟିଏ ଛୁଟି ନେଇନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି: ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ନିରନ୍ତର ସେବା ଏବେ ରାଜନୀତି ଓ ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହାଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ୨୦୧୯ ମସିହାରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ ଗତ ୨୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ନିରନ୍ତର ଭାବେ ଦେଶ ସେବାରେ ନିୟୋଜିତ ରହିଛନ୍ତି । ସେ ଗୋଟିଏ ବି ଛୁଟି ନେଇନଥିବା ସେତେବେଳେ କହିଥିଲେ ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.