ETV Bharat / bharat

ବିଶ୍ବର ସବୁଠୁ ଲୋକପ୍ରିୟ ନେତା ମୋଦି, ପଛରେ ପଡିଲେ US-UK ରାଷ୍ଟ୍ରପତି

author img

By

Published : Nov 7, 2021, 11:31 AM IST

ଲୋକପ୍ରିୟତା କ୍ଷେତ୍ରରେ ଆମେରିକା, ବ୍ରିଟେନ ରାଷ୍ଟ୍ରପତିଙ୍କୁ ପଛରେ ପକାଇଲେ ପିଏମ ମୋଦି । ବିଶ୍ବର ସବୁଠୁ ଲୋକପ୍ରିୟ ନେତା ଭାବେ ଶୀର୍ଷରେ ଭାରତ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ବିଶ୍ବର ସବୁଠୁ ଲୋକପ୍ରିୟ ନେତା ମୋଦି, ପଛରେ ପଡିଲେ US-UK ରାଷ୍ଟ୍ରପତି
ବିଶ୍ବର ସବୁଠୁ ଲୋକପ୍ରିୟ ନେତା ମୋଦି, ପଛରେ ପଡିଲେ US-UK ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି । ବଡ ବଡ ବିଶ୍ବନେତାକୁ ପଛରେ ପକାଇ ମୋଦି ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି । ଭାରତର ଶାସନ ମଙ୍ଗ ଧରିବା ପରଠୁ ମୋଦିଙ୍କ ଲୋକପ୍ରିୟତା ବଢି ଚାଲିଛି । ପୂର୍ବରୁ ମୋଦି ନମ୍ବର ୱାନ ଲୋକପ୍ରିୟ ନେତା ଭାବେ ପ୍ରଶଂସା ସାଉଁଟି ଥିବାବେଳେ ଚଳିତ ବର୍ଷ ମଧ୍ୟ ତାଙ୍କର ସ୍ଥାନ ଅବ୍ୟାହତ ରହିଛି । ମର୍ନିଂ କନ୍ସଲ୍ଟ ଏଜେନ୍ସିର ଏକ ସର୍ଭରୁ ଏହା ଜଣାଯାଇଛି । ନିକଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମଧ୍ୟ ମୋଦିଙ୍କୁ ଇସ୍ରାଏଲର ସବୁଠୁ ଲୋକପ୍ରିୟ ବ୍ୟକ୍ତି ବୋଲି କହିଥିଲେ ।

ସୂଚନାଯୋଗ୍ୟ, ଗ୍ଲୋବାଲ ଲିଡର ଟ୍ରାକରରେ ମୋଦିଙ୍କୁ ସର୍ବାଧିକ ୭୦ ପ୍ରତିଶତ ରେଟିଂ ମିଳିଛି । ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର(Andrés Manuel López Obrador) ୬୬ ପ୍ରତିଶତ ରେଟିଂ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୫୮ ପ୍ରତିଶତ ରେଟିଂ ସହ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି(Mario Draghi) ତୃତୀୟ ସ୍ଥାନରେ, ୫୪ ପ୍ରତିଶତ ସହ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ(Angela Merkel) ଚତୁର୍ଥ ସ୍ଥାନରେ , ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ(Scott Morrison) ୪୭ ପ୍ରତିଶତ ରେଟିଂ ସହ ପଞ୍ଚମ ସ୍ଥାନରେ ଥିବାବେଳେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ(Joe Biden) ଷଷ୍ଠ ସ୍ଥାନରେ ରହିଛନ୍ତି ।

ଏହି କ୍ରମରେ କାନାଡା ପିଏମ ଜଷ୍ଟିନ ଟ୍ରୁଡୋ(Justin Trudeau) ୪୩ ପ୍ରତିଶତ ରେଟିଂ ସହ ବିଶ୍ବର ସପ୍ତମ ଲୋକପ୍ରିୟ ନେତା ହୋଇଛନ୍ତି ଏବଂ ତାଙ୍କ ପଛକୁ ଦକ୍ଷିଣ କୋରିଆ ନେତା ମୁନ ଜେ ଇନ(Moon Jae-in) ଏବଂ ୧୦ ନଂରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରହିଛନ୍ତି ।

ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ‘କୂ’ ଆପ ଯୋଗେ ମୋଦିଙ୍କ ଏହି ଲୋକପ୍ରିୟତା ବାବଦରେ ସୂଚନା ଦେଇଛନ୍ତି । କହିରଖୁଛୁ କି, ମର୍ନିଂ କନ୍ସଲ୍ଟ ପଲଟିକାଲ ଏଜେନ୍ସି ଦ୍ବାରା ଏହି ରେଟିଂ ସର୍ଭେ କରାଯାଇଛି । ଏହି ଏଜେନ୍ସି ଦ୍ବାରା ପ୍ରତ୍ୟେକ ବର୍ଷ ବିଶ୍ବର ୧୩ଟି ରାଷ୍ଟ୍ରର ନେତାଙ୍କ ରେଟିଂ କରାଯାଇଥାଏ । ଯେଉଁଥିରେ ଭାରତ, ବ୍ରାଜିଲ, ଆମେରିକା, ବ୍ରିଟେନ, ଜାପାନ, ଇଟଲୀ, ମେକ୍ସିକୋ, ସ୍ପେନ, ଜର୍ମାନୀ, ଫ୍ରାନ୍ସ ଏବଂ କାନାଡା ଅନ୍ତର୍ଭୁକ୍ତ ।

ଉଲ୍ଲେଖଯୋଗ୍ୟ, ମର୍ନିଂ କନ୍ସଲ୍ଟ ପକ୍ଷରୁ ପ୍ରତି ଦେଶର ବୟସ୍କ ବ୍ୟକ୍ତିଙ୍କ ସହ ସାକ୍ଷାତକାର ଆଧାରରେ ରେଟିଂ ନିର୍ଦ୍ଧାରିତ କରାଯାଇଥାଏ । ଚଳିତ ବର୍ଷର ରେଟିଂ ଡାଟା ପ୍ରସ୍ତୁତ କରିବାକୁ ଏଜେନ୍ସିଂ ଭାରତର ୨,୧୨୬ ଜଣ ଲୋକଙ୍କ ଇଣ୍ଟଭ୍ୟୁ ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.