ETV Bharat / bharat

Most Popular World Leader: 78% ସହ ଆଗରେ ମୋଦି, ପଛରେ ବାଇଡେନ-ସୁନାକ

author img

By

Published : Feb 3, 2023, 4:31 PM IST

Most Popular World Leader
Most Popular World Leader

ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକାର ଏକ ବିଜନେସ ଇଣ୍ଟେଲିଜେନ୍ସ କମ୍ପାନୀର ସର୍ଭେ ଅନୁସାରେ ମୋଦି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ମୋଦିଙ୍କ ପଛରେ ପଡ଼ିଛନ୍ତି ଆମେରିକାର ରାଷ୍ଟ୍ରପତି ଓ ଅନେକ ବିଶ୍ବର ପ୍ରମୁଖ ନେତାଗଣ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ କିଛି ବର୍ଷ ଧରି ବିଶ୍ବସ୍ତରରେ ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବିଜନେସ ଇଣ୍ଟେଲିଜେନ୍ସ କମ୍ପାନୀ 'Morning Consult'ର ଏକ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ୭୮ ପ୍ରତିଶତ ସହ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ତାଙ୍କ ପଛକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ପରି ପ୍ରାୟ ୨୨ଟି ଦେଶର ରାଷ୍ଟ୍ରମୁଖ୍ୟ ପଛରେ ରହିଛନ୍ତି । ଗତ ଜାନୁଆରୀ ୨୬ରୁ ୩୧ ତାରିଖ ମଧ୍ୟରେ ହୋଇଥିଲା ଏହି ସର୍ଭେ ।

  • Global Leader Approval: *Among all adults

    Modi: 78%
    López Obrador: 68%
    Albanese: 58%
    Meloni: 52%
    Lula da Silva: 50%
    Biden: 40%
    Trudeau: 40%
    Sánchez: 36%
    Scholz: 32%
    Sunak: 30%
    Macron: 29%
    Yoon: 23%
    Kishida: 21%
    *Updated 01/31/23https://t.co/Z31xNcDhTg pic.twitter.com/rxahbUCB0x

    — Morning Consult (@MorningConsult) February 2, 2023 " class="align-text-top noRightClick twitterSection" data=" ">

ସର୍ଭେର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଲୋପେଜ ଓବ୍ରାଡର ୬୮%ରେ ରହିଛନ୍ତି । ସେହପରି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଡ ୫୮ ପ୍ରତିଶତ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଆମେରିକାର ରାଷ୍ଟ୍ରପତି ୬ଷ୍ଠ ସ୍ଥାନରେ ରହିଛନ୍ତି । ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀରେ ୫୨ ପ୍ରତିଶତ ସହିତ ୪ର୍ଥ ସ୍ଥାନରେ ରହିଛନ୍ତି । ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି ସିଲଭା ୫ମନ ସ୍ଥାନରେ ରହିଛନ୍ତି । ତାଙ୍କର ୫୦ ପ୍ରତିଶତ ରେଟିଂ ରହିଛି ।

ଏହା ବି ପଢନ୍ତୁ-ବ୍ୟବସାୟ ପାଇଁ ଲକ୍ଷ୍ନୌ ଆସିଥିଲେ କାଶ୍ମୀର ଯୁବକ, ସାମଗ୍ରୀ ଫିଙ୍ଗିଦେଲେ ସରକାରୀ ବାବୁ

ବାଇଡେନ ଓ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଯଥାକ୍ରମେ ୬ଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି । ଉଭୟଙ୍କ ୪୦ ପ୍ରତିଶତ ରେଟିଂ ରହିଛି । ୟୁକେର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନାକ ୩୦ ପ୍ରତିଶତ ସହିତ ୧୬ତମ ସ୍ଥାନରେ ରହିଛନ୍ତି । ଫ୍ରେଞ୍ଚ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ୨୯ ପ୍ରତିଶତ ସହିତ ୧୭ତମ ସ୍ଥାନରେ ରହିଛନ୍ତି । ନରୱେ ପ୍ରଧାନମନ୍ତ୍ରୀ ଜୋନସ ଷ୍ଟୋର ୨୧ ପ୍ରତିଶତ ସହିତ ୨୨ତମ ସ୍ଥାନରେ ରହିଛନ୍ତି । ଏହି ସର୍ଭେ ସମ୍ପର୍କରେ ମର୍ଣ୍ଣିଂ କନସଲ୍ଟ ଦ୍ବାରା ଟ୍ବିଟ କରି ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ- ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା, ବସ-ଟ୍ରକ ଧକ୍କାରେ ୧୭ ମୃତ

କିପରି ହୁଏ ସର୍ଭେ ?:- ଆମେରିକାର ଏହି ବିଜନେସ ଇଣ୍ଟେଲିଜେନ୍ସ କମ୍ପାନୀ ଦିନକୁ ପ୍ରାୟ ୨୦ ହଜାର ସାକ୍ଷାତକାର କରିଥାଏ । ଏହି ସାକ୍ଷାତକାରରେ ଆସୁଥିବା ଉତ୍ତର ସମସ୍ତ ତଥ୍ୟକୁ ଆଧାର କରି ଏହି ସର୍ଭେ କରାଯାଇଥାଏ । ଏହି ସର୍ଭେରେ କେବଳ ଆମେରିକାର ସାମ୍ପଲ ଆକାର ପ୍ରାୟ ୪୫ ହଜାର ବୋଲି ଜଣାପଡ଼ିଛି । ଅନ୍ୟ ଦେଶର ସାମ୍ପଲ ଆକାର ୫୦୦ରୁ ୫୦୦୦ । ପ୍ରତ୍ୟେକ ଦେଶର ଅଂଶଗ୍ରହଣକାରୀଙ୍କ ବୟସ, ଲିଙ୍ଗ, ଅଞ୍ଚଳ ଆଧାରରେ ଏହି ସର୍ଭେ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.