ETV Bharat / international

ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା, ବସ-ଟ୍ରକ ଧକ୍କାରେ ୧୭ ମୃତ

author img

By

Published : Feb 3, 2023, 1:43 PM IST

ପାକିସ୍ତାନର କୋହାଟ ଜିଲ୍ଲାର ଖାଇବର ପଖତୁନଖାଓ୍ବା ଅଞ୍ଚଳରେ ବସ-ଟ୍ରକ ମୁହାଁମୁହିଁ ଧକ୍କା । ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

road accident
road accident

ଇସଲାମବାଦ: ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପାକିସ୍ତାନର କୋହାଟ ଜିଲ୍ଲାର ଖାଇବର ପଖତୁନଖାଓ୍ବା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

ସୂଚନାଅନୁସାରେ, ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ ଯାଉଥିବା ବେଳେ ଖାଇବର ପଖତୁନଖାଓ୍ବା ଅଞ୍ଚଳରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ତେବେ ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଥିବା ଜଣାପଡିଛି ।

ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତ ଏବଂ ମୃତକମାନଙ୍କୁ ଉଦ୍ଧାରକରି କୋହାଟର ଏକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ଅସ୍ଥାୟୀଭାବେ ଦାୟିତ୍ବରେ ରହିଥିବା ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଆଜାମ ଖାନ ଦୁଃଖ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Parliament Updates: ହିଣ୍ଡନବର୍ଗ ରିପୋର୍ଟ ନେଇ ପୁଣି ବିରୋଧିଙ୍କ ହଟ୍ଟଗୋଳ, ଉଭୟ ଗୃହ ମୁଲତବୀ

ପ୍ରକାଶଥାଉକି, ଗତ ରବିବାର ଦିନ ବାଲୁଚିସ୍ତାନରେ ଭାରସାମ୍ୟ ହରାଇ ଏକ ଯାତ୍ରିବାହୀ ବସ ବ୍ରିଜର ଖମ୍ବକୁ ଧକ୍କା ଦେଇ ତଳକୁ ଖସିପଡିଥିଲା । ଫଳରେ ବସରେ ଥିବା ୪୦ ଜଣଙ୍କ ଯାତ୍ରୀଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଥିଲା । ଗତ ଜାନୁଆରୀ ୨୯ ତାରିଖରେ ପାକିସ୍ତାନ ବାଲୁଚିସ୍ତାନର ଲାସବେଲାରେ ଏହି ଦୁର୍ଘଟଣା ହୋଇଥିଲା । ଅନେକ ଲୋକ ଆହତ ହୋଇଥିବା ଲାସବେଲାର ଆସିଷ୍ଟାଣ୍ଟ କମିଶନର ହାମଜା ଅଞ୍ଜୁମ ସୂଚନା ଦେଇଛନ୍ତି ।

ବସର ବେଗ ଅଧିକ ରହିଥିବା ବେଳେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା । ପାସେଞ୍ଜର ବସଟି କ୍ବେଟାରୁ କରାଚି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ସମୟରେ ବସରେ ମୋଟ 48 ଜଣ ଯାତ୍ରୀ ଥିଲେ । ବସଟି ଲାସବେଲା ନିକଟରେ ୟୁ-ଟର୍ନ ନେଉଥିବା ବେଳେ ତଳକୁ ଖସିପଡିଥିଲା । ଦୁର୍ଘଟଣା ପରେ ତିନି ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ଶିଶୁ ଓ ମହିଳା ଉଦ୍ଧାର ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଦ୍ରୁତ ବେଗରେ ଆସୁଥିବା ବେଳେ ଖସିପଡିଲା ଟ୍ରେନ, 41 ମୃତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.