ETV Bharat / bharat

ବ୍ୟବସାୟ ପାଇଁ ଲକ୍ଷ୍ନୌ ଆସିଥିଲେ କାଶ୍ମୀର ଯୁବକ, ସାମଗ୍ରୀ ଫିଙ୍ଗିଦେଲେ ସରକାରୀ ବାବୁ

author img

By

Published : Feb 3, 2023, 3:26 PM IST

ଲକ୍ଷ୍ନୌରେ ଡ୍ରାଏ ଫ୍ରୁଡ୍ସ ବିକ୍ରି କରୁଥିଲେ କାଶ୍ମୀରର ଯୁବକ। ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀ ପରିଚୟ ଦେଇ ସେମାନଙ୍କ ସାମଗ୍ରୀକୁ ନଦୀରେ ଫିଙ୍ଗି ଦେଲେ କିଛି ବ୍ୟକ୍ତି। ଅଧିକ ପଢନ୍ତୁ

Kashmir lucknow dry fruits
Kashmir lucknow dry fruits

ଲକ୍ଷ୍ନୌ: କାଶ୍ମୀରରୁ ଲକ୍ଷ୍ନୌ ଆସି ଡ୍ରାଏ ଫ୍ରୁଡ୍ସ ବିକ୍ରି କରୁଥିଲେ ଦୁଇ ଯୁବକ । ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀ ପରିଚୟ ଦେଇ କାଶ୍ମୀର ଯୁବକଙ୍କ ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀକୁ ଗୋମତି ନଦୀରେ ଫିଙ୍ଗି ଦେଲେ କିଛି ବ୍ୟକ୍ତି । ଏପରି ଘଟଣା ପରେ କାଶ୍ମୀର ଯୁବକମାନେ ଦୁଃଖ ପ୍ରକାଶ କରିବା ସହ ଅଭିଯୋଗ ମଧ୍ୟ କରିଛନ୍ତି । କଲେଜ ଫି ଜମା କିରବା ପାଇଁ କାଶ୍ମୀରରରୁ ଦୁଇ ଯୁବକ ଆସି ଲକ୍ଷ୍ନୌରେ ଡ୍ରାଏ ଫ୍ରୁଡ୍ସ ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲେ । କିନ୍ତୁ ସ୍ଥାନୀୟ ଲୋକମାନେ ସେମାନଙ୍କୁ ବ୍ୟବସାୟ ପାଇଁ ଅନୁମତି ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ପୋଲିସର କହିବା ଅନୁଯାୟୀ, ଦୁଇ ଗ୍ରାହକଙ୍କ ମଧ୍ୟରେ ବିବାଦ ହେବା ପରେ ସେମାନଙ୍କ ମଧ୍ୟରୁ ଜଣେ ସମସ୍ତ ସାମଗ୍ରୀକୁ ଗୋମାତି ନଦୀରେ ଫିଙ୍ଗି ଦେଇଥିଲେ ।

ଏନେଇ କାଶ୍ମୀରର କୁଲଗାମ ନିବାସୀ ମୋମିନ କହିଛନ୍ତି, "ପ୍ରତିଦିନ ଭଳି ମୁଁ ଗୁରୁବାର ମଧ୍ୟ ଡ୍ରାଏ ଫ୍ରୁଡ୍ସ ବିକ୍ରି କରିବାକୁ ବଜାରକୁ ଆସିଥିଲି । ପ୍ରଥମେ ପୋଲିସ ଆସି ଜିନିଷପତ୍ର ହଟାଇବାକୁ କହିଥିଲା । କିଛି ସମୟ ପରେ କିଛି ଯୁବକ ଓ ଯୁବତୀ ଏକ କାରରେ ଆସି ଗୋମତି ନଦୀରେ ଆମର ସମସ୍ତ ସାମଗ୍ରୀକୁ ଫିଙ୍ଗି ନିଜକୁ ମ୍ୟୁନିସିପାଲିଟି କର୍ପୋରେସନର କର୍ମଚାରୀ ବୋଲି ଦାବି କରିଥିଲେ । ସେଠାରେ ଉପସ୍ଥିତ ଜଣେ ଓକିଲ ଏହାକୁ ବିରୋଧ କରିବା ପରେ ସେ ତାଙ୍କ କାର ଛାଡି ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ ।''

ଅନ୍ୟ ଜଣେ କାଶ୍ମୀରର ଯୁବକ ଆଦିଲ କହିଛନ୍ତି, "ବର୍ତ୍ତମାନ ମୁଁ କାଶ୍ମୀରରେ ବି.କମ୍‌ ପାଠ ପଢୁଥିବା ବେଳେ ପ୍ରତିବର୍ଷ ଶୀତ ଦିନେ ଡ୍ରାଏ ଫ୍ରୁଡ୍ସ ବିକ୍ରୟ କରିବାକୁ ଲକ୍ଷ୍ନୌ ଆସେ । କିନ୍ତୁ କେବେ ବି ଆମକୁ କେହି ଏଠାରେ ବାରଣ କରନ୍ତି ନାହିଁ କି ଅପବ୍ୟବହାର ମଧ୍ୟ କରନ୍ତି ନାହିଁ । ଲକ୍ଷ୍ନୌରେ ଜି 20 ସମ୍ମିଳନୀ ଓ ନିବେଶକ ସମ୍ମିଳନୀ ହେବାକୁ ଥିବା ବେଳେ କୌଣସି ଦେକାନ ଖୋଲିବାକୁ ପୋଲିସ ଆମକୁ ବାରଣ କରିଥିଲା । ଏଥିପାଇଁ ଆମେ ସେ ସମସ୍ତ ଜିନିଷକୁ ବ୍ୟାଗରେ ରଖିଥିଲୁ । ଅପେକ୍ଷା କରିଥିଲୁ ସମସ୍ତ ସାମଗ୍ରୀ ବିକ୍ରୟ ପରେ ଆମେ କାଶ୍ମୀର ପଳାଇବୁ । କିନ୍ତୁ ଆମର ସମସ୍ତ ସାମଗ୍ରୀକୁ ବର୍ତ୍ତମାନ ନଦୀରେ ଫିଙ୍ଗି ଦିଆଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ଡ୍ରାଏଫ୍ରୁଟ୍‌ ରହିଥିଲା ।"

ଏନେଇ ହଜରତଗଞ୍ଜ ଇନ୍ସପେକ୍ଟର ଅଖିଳେଶ କୁମାର ମିଶ୍ର କହିଛନ୍ତି, "କାଶ୍ମୀର ଯୁବକମାନେ ଗୋମତି ନଦୀ ନିକଟରେ ସାମଗ୍ରୀ ବିକ୍ରି କରୁଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ଓକିଲ ଏବଂ କାରରେ ଆସିଥିବା ଯୁବକମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଫଳରେ କାରରେ ଥିବା ଯୁବକମାନେ କାଶ୍ମୀରର ଯୁବକମାନଙ୍କ ବ୍ୟାଗକୁ ନଦୀରେ ଫିଙ୍ଗି ଦେଇଥିଲେ। ବର୍ତ୍ତମାନ କାର ଜବତ କରାଯାଇଛି ଏବଂ ଯେଉଁମାନେ ସେମାନଙ୍କ ସାମଗ୍ରୀକୁ ନଦୀରେ ଫିଙ୍ଗିଛନ୍ତି ସେମାନଙ୍କୁ ଖୋଜାଖୋଜି ଜାରି ରହିଛି ।"

ଅନ୍ୟ ପକ୍ଷରେ ଡିସିପି କହିଛନ୍ତି, "ଗୋମତି ନଦୀ ବନ୍ଧରେ ବର୍ତ୍ତମାନ ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି। ଏହି ସମୟରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣର କର୍ମଚାରୀମାନେ ସେଠାରେ ଡ୍ରାଏ ଫ୍ରୁଡ୍ସ ବିକ୍ରୟ କରୁଥିବା କାଶ୍ମୀର ଯୁବକମାନଙ୍କୁ ଯିବାକୁ କହିଥିଲେ । କିନ୍ତୁ ସେଠାରୁ ସେମାନେ ନଯିବାରୁ ଏଲଡିଏ କର୍ମଚାରୀମାନେ ପୁନର୍ବାର ସେଠାକୁ ଯାଇଥିଲେ। ଏହି ସମୟରେ ଜଣେ ଓକିଲ ଏହାକୁ ବିରୋଧ କରି ତାଙ୍କ ସହ ବଚସା ଆରମ୍ଭ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ନଦୀରେ କାଶ୍ମୀର ଯୁବକଙ୍କ ବିକ୍ରୟ ହେବାକୁ ଥିବା ସାମଗ୍ରୀକୁ ନଦୀରେ ପକାଇବା ଭଳି କିଛି ଘଟଣା ସାମ୍ନାକୁ ଆସିନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.