ETV Bharat / bharat

ମୋର୍ବି ଝୁଲାପୋଲ ଦୁର୍ଘଟଣା: ଆତ୍ମସମର୍ପଣ କଲେ ଓରେଭା ଗ୍ରୁପ ଏମଡି

author img

By

Published : Feb 1, 2023, 10:00 AM IST

ଆତ୍ମସମର୍ପଣ କଲେ ଓଭେରା ଗ୍ରୁପ ଏମଡି
morbi bridge collapse incident

ଦେଶକୁ ଦୋହଲାଇ ଦେଇଥିଲା ଗତବର୍ଷ ହୋଇଥିବା ଗୁଜରାଟ ମୋର୍ବି ଝୁଲାପୋଲ ଦୁର୍ଘଟଣା । ଘଟଣାର ଅଭିଯୁକ୍ତ ଓରେଭା ଗ୍ରୁପ ଏମଡି ଆତ୍ମସମର୍ପଣ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

ଗୁଜରାଟ: ଗତବର୍ଷ ଗୁଜରାଟ ମୋର୍ବି ଝୁଲାପୋଲ ଭୁଶୁଡିବା ଘଟଣା ଦେଶକୁ ସ୍ତବ୍ଧ କରି ଦେଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଓରେଭା ଗ୍ରୁପ ଏମଡି ଜୟସୁଖ ପଟେଲ କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଏହି ମାମଲାରେ ଗୁଜୁରାଟ ପୋଲିସ 1262 ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ । ମୋର୍ବି ଝୁଲାପୋଲ ଭୁଶୁଡିବା ଘଟଣାରେ ଜୟସୁଖ ପଟେଲ ମୁଖ୍ୟ ଅଭିଯୁକ୍ତ ହୋଇଥିଲା ।

ଜାନୁଆରୀ 24 ତାରିଖରେ ଗୁଜରାଟକ ଏକ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ । ଏହି ଦୁର୍ଘଟଣା ପରଠାରୁ ସେ ଫେରାର ଥିଲେ । ଗରିଫରୁ ସୁରକ୍ଷା ପାଇଁ ଆବେଦନ କରିଥିଲେ । ମାତ୍ର ଗତକାଲି (ସୋମବାର) ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଅଜନ୍ତା କମ୍ପାନୀ ଓରେଭା ଗ୍ରୁପ ଏମଡି ଜୟସୁଖ ପଟେଲଙ୍କ ବିରୋଧରେ ଦାଖଲ ହୋଇଥିଲା ଚାର୍ଜସିଟରେ କୁହାଯାଇଥିଲା ଯେ, ପୋଲିରେ ଲାଗିଥିବା 49ଟି କେବୁଲରୁ 22ଟିରେ କଳଙ୍କି ଲାଗିଥିଲା । ରାଜ୍ୟ ସରକାର ଓଭେରାକୁ ବ୍ରିଜ ମରାମତି କାମ ଦେଇଥିଲେ । କମ୍ପାନୀ ନିଜ ଇଚ୍ଛାରେ ମରାମତି କରିବା ସହ ବିନା ପ୍ରମାଣପତ୍ରରେ ଲୋକଙ୍କ ବ୍ୟବହାର ପାଇଁ ଏହାକୁ ଖୋଲି ଦେଇଥିଲା । ଆତ୍ମସମର୍ପଣ ପରେ ଓରେଭା ଗ୍ରୁପ ଏମଡି ଜୟସୁଖ ପଟେଲକୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଜୟସୁଖ ପଟେଲଙ୍କ ସମେତ ଅନ୍ୟ 10 ଜଣଙ୍କ ନାମ ଚାର୍ଜସିଟରେ ରହିିଛି ।

ଏହା ବି ପଢନ୍ତୁ...Republic Day Parade: ପିପୁଲ୍ସ ଚଏସ ଆଓ୍ବାର୍ଡ ଜିତିଲା ଗୁଜୁରାଟ ପ୍ରଜ୍ଞାପନ ମେଢ

ବ୍ରଟିଶ ଅମଳର ଏହି ବ୍ରିଜ ମରାମତି ପାଇଁ 12 ମାସ ଲାଗିବାର ଥିଲା । ମାତ୍ର 6 ମାସରେ ଏହାର ମରାମତି କାର୍ଯ୍ୟ ଶେଷ ହୋଇଥିଲା । ଲୋକଙ୍କ ପାଇଁ ଏହାକୁ ଖୋଲା ଯାଇଥିଲା ଫଳରେ ବଡ ଅଘଟଣ ଘଟିଥିଲା । ଓରେଭା ଗ୍ରୁପ କାନ୍ଥଘଣ୍ଟା ତିଆରି ପାଇଁ ଜଣାଶୁଣା । ଏହାପରେ ବି 100 ବର୍ଷ ପୁରୁଣା ଝୁଲାପୋଲ ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଏହି କମ୍ପାନୀକୁ ଦିଆଯାଇଥିଲା । ଏହାକୁ ବିରୋଧ କରି ବିରୋଧୀ ଗୁଜୁରାଟ ସରକାରଙ୍କୁ ଦାୟୀ କରିଥିଲେ ।

ଏହା ବି ପଢନ୍ତୁ...ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ, ଦୁଃଖ ପ୍ରକାଶ କରିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଓ ଉପରାଷ୍ଟ୍ରପତି

ବର୍ଷ 2022 ଅକ୍ଟୋବର 30 ତାରିଖ । ଗୁଜରାଟ ମାଛୁ ନଦୀ ଉପରେ ଥିବା ବ୍ରିଟିଶ ଅମଳର ମୋର୍ବି ଝୁଲାପୋଲ ଛିଣ୍ଡି ଯାଇଥିଲା । ଏହି ଅଘଟଣରେ 135ଜଣଙ୍କ ମୃତ୍ୟୁ ହୋଇଥିଲା । ବିନା ଟେଣ୍ଡରରେ ବ୍ରିଜ ମରାମତି କାର୍ଯ୍ୟ ଓରେଭା ଗ୍ରୁପକୁ ଦିଆଯାଇଥିଲା । ଏହି କମ୍ପାନୀ ଅବହେଳାରୁ ଏତେ ବଡ ଦୁର୍ଘଟଣା ହୋଇଥିବା ତଦନ୍ତରୁ ଜଣାପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.