ETV Bharat / bharat

ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ, ଦୁଃଖ ପ୍ରକାଶ କରିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଓ ଉପରାଷ୍ଟ୍ରପତି

author img

By

Published : Feb 1, 2023, 7:50 AM IST

ମଙ୍ଗଳବାର ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ ହୋଇଛି । ୯୭ ବର୍ଷ ବୟସରେ ଦିଲ୍ଲୀସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ
ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଓକିଲ ଶାନ୍ତି ଭୂଷଣଙ୍କ ପରଲୋକ । ମଙ୍ଗଳବାର ଦିଲ୍ଲୀସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିବା ସୂଚନା ।

  • Deeply pained to hear the news that former Union Law and Justice Minister Shanti Bhushan ji is no more. My deepest condolences to the family members on his passing away. My prayers for the departed soul. Om Shanti 🙏 pic.twitter.com/6T4IxiidbV

    — Kiren Rijiju (@KirenRijiju) January 31, 2023 " class="align-text-top noRightClick twitterSection" data=" ">

ତେବେ ନିଜର ଜୀବନକାଳରେ ଅନେକ ଚର୍ଚ୍ଚିତ ମାମଲା ଲଢିଥିଲେ । ଆହ୍ଲାବାଦ ହାଇକୋର୍ଟରେ ଚର୍ଚ୍ଚିତ ମାମଲାରେ ରାଜନାରାୟଣଙ୍କ ପ୍ରତିନିଧିତ୍ବ କରିଥିଲେ । ଏହି ମାମଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ରହିଥିଲା । ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ । ବିଗତ ଦିନରେ ସେ ଅନେକ ଅନେକ ମାମଲା ଲଢିବା ସହ ଦୁର୍ନୀତି ବିରୋଧରେ ସ୍ବର ଉଠାଇଥିଲେ । ସେ ମୋରାରଜୀ ଦେଶାଇ ସରକାରରେ ୧୯୭୭ ମସିହାରୁ ୧୯୭୯ ମସିହା ପର୍ଯ୍ୟନ୍ତ ଆଇନମନ୍ତ୍ରୀ ଥିଲେ । ଏହାପରେ ସେ ୧୯୮୦ ମସିହାରେ ସେଣ୍ଟର ଫର ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେସନ ପ୍ରତିଷ୍ଠା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Inspiring Stroy: ମହିଳାଙ୍କ ମହତ କାର୍ଯ୍ୟ, ସ୍ତନ୍ୟପାନ କରାଇ ଭୋକିଲା ନବଜାତଙ୍କ ମେଣ୍ଟାଉଛନ୍ତି ଭୋକ

ପୂର୍ବତନ ଆଇନମନ୍ତ୍ରୀ ୨୦୧୮ ମସିହାରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରି ମାଷ୍ଟର ଅଫ ରୋଷ୍ଟର ପ୍ରଣାଳୀରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ସେ ତାଙ୍କ ରାଜନୈତିକ ଜୀବନରେ ରାଜ୍ୟସଭା ସାଂସଦ ଥିଲେ । ସ୍ବର୍ଗତ ଶାନ୍ତି ଭୂଷଣ କଂଗ୍ରେସ ପରେ ଜନତା ଦଳର ସଦସ୍ୟ ରହିଥିଲେ । ଏହାପରେ ୧୯୮୦ ମସିହାରେ ଭାରତୀୟ ଜନତା ଦଳରେ ଯୋଗ ଦେଇଥିଲେ ଏହାପରେ ୧୯୮୬ ମସିହାରେ ସେ ଭାଜପାରୁ ଇସ୍ତଫା ଦେଇଥିଲେ । ତାଙ୍କ ପୁଅ ତଥା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସହ ସେ ୨୦୧୨ ମସିହାରେ ଆମ ଆଦମୀ ପାର୍ଟିର ସଦସ୍ୟ ହୋଇଥିଲେ । ବରିଷ୍ଠ ଆଇନଜୀବୀ ଭାବେ ସ୍ବର୍ଗତ ଶାନ୍ତି ଭୂଷଣ ଏବଂ ତାଙ୍କ ପୁଅ ପ୍ରଶାନ୍ତ ଭୂଷଣ ଜଣାଶୁଣା ଥିଲେ ।

ତେବେ ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଓକିଲ ଶାନ୍ତି ଭୂଷଣଙ୍କ ପରଲୋକକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ । ସେ ଟ୍ବିଟ କରି କହିଛନ୍ତି, "ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଭଗବାନ ତାଙ୍କ ପରିବାରକୁ ସାହାସ ଦିଅନ୍ତୁ । ତାଙ୍କର ଆତ୍ମାର ସଦଗତି ନିମନ୍ତେ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।"

ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ମଧ୍ୟ ଟ୍ବିଟ କରି ଦୁଃଖପ୍ରକାଶ କରିଛନ୍ତି । ସେ କହିଛନ୍ତି, "ନ୍ୟାୟପାଳିକା ତଥା ଜନସମ୍ପର୍କ କ୍ଷେତ୍ରରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ ଶାନ୍ତି ଭୂଷଣଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା । ତାଙ୍କ ଦେବାନ୍ତ ଆଇନ କ୍ଷେତ୍ର ପାଇଁ ଏକ ବଡ କ୍ଷତି ଅଟେ । ଭଗବାନ ଶୋକସନ୍ତପ୍ତ ପରିବାରକୁ ଧୌର୍ଯ୍ୟ ଦେବା ସହ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.