ETV Bharat / bharat

Manipur Internet Service Restored : 4 ମାସ ପରେ ସଚଳ ହେଲା ଇଣ୍ଟରନେଟ ସେବା

author img

By ETV Bharat Odisha Team

Published : Sep 24, 2023, 10:18 AM IST

100ରୁ ଊର୍ଦ୍ଧ୍ବ ଦିନ ବନ୍ଦ ରହିବା ପରେ ମଣିପୁରକୁ ଫେରିଲା ଇଣ୍ଟରନେଟ ସେବା । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଇମ୍ଫାଲ: ମଣିପୁରକୁ ଫେରିଲା ଇଣ୍ଟରନେଟ ସେବା । କଟକଣା ଲାଗିବାର 4 ମାସ ପରେ ମଣିପୁରରେ ସଚଳ ହୋଇଛି ଇଣ୍ଟରନେଟ୍‌ । ସ୍ଥିତିରେ ସୁଧାର ଆସିଥିବାରୁ ଶନିବାର ରାଜ୍ୟ ସରକାର ଇଣ୍ଟରନେଟ୍‌ କଟକଣାକୁ ହଟାଇ ଦେଇଛନ୍ତି । ପାହାଡ଼ିଆ ଅଞ୍ଚଳରେ କର୍ଫ୍ୟୁ ହଟାଇ ଦିଆଯାଇଥିବା ବେଳେ ନାଇଟ୍‌ କର୍ଫ୍ୟୁ କିନ୍ତୁ ବଳବତ୍ତର ରହିବ । ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି । ଗତ ମେ' ୩ ତାରିଖରେ ମଣିପୁରର ଚୁରାଚାନ୍ଦପୁରରେ ମେଇତି ସମ୍ପ୍ରଦାୟର ଏକ ପ୍ରତିବାଦ ଶୋଭାଯାତ୍ରା ସମୟରେ ହିଂସାର ସୂତ୍ରପାତ ହୋଇଥିଲା । ଏହାପରେ ସେଠାରେ ଇଣ୍ଡରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Manipur Violence: ୪ ମାସରେ ଯାଇଛି ୧୭୫ ଜୀବନ, ୧୧୦୮ ଆହତ

ଜୁଲାଇ 24 ତାରିଖରେ ବ୍ରଡବ୍ୟାଣ୍ଡ୍‌ ସେବା ଆରମ୍ଭ ହୋଇଥିଲା । ଅଗଷ୍ଟ 30 ତାରିଖରୁ ସରକାରୀ କର୍ମଚାରୀଙ୍କ ହାଇଟଲିଷ୍ଟେଣ୍ଡ ନମ୍ବରରେ ମୋବାଇଲ ଇଣ୍ଟରନେଟ ସେବା ସଚଳ ହୋଇଥିଲା । ସେପ୍ଟେମ୍ବର 23 ତାରିଖରେ ପୁରା ମଣିପୁରରେ ଇଣ୍ଟରସେବାକୁ ସଚଳ କରାଯାଇଛି । ହିଂସା ସମୟରେ ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରହିବା ପାଇଁ ମେ 3ରୁ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରହିଥିଲା । ରାଜ୍ୟରେ ସ୍ଥିତିରେ ସୁଧାର ଆସୁଥିବାରୁ ଇଣ୍ଟରନେଟ ଉପରୁ କଟକଣା ହଟିଥିବା ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂ ଶନିବାର ଘୋଷଣା କରିଥିଲେ । ଇଣ୍ଟରନେଟ୍‌ ସେବା ପୁଣି ଥରେ ଆରମ୍ଭ ହେବା ପରେ ସମସ୍ତେ ବେଶ ଖୁସି ବ୍ୟକ୍ତ କରିଛନ୍ତି ଲୋକେ ।

ଏହା ମଧ୍ୟ ପଢନ୍ତୁ-Manipur: ଛୁଟିରେ ଘରକୁ ଫେରିଥିବା ଯବାନଙ୍କୁ ପୁଅ ସାମ୍ନାରେ ଅପହରଣ ପରେ ହତ୍ୟା

ମେ' 3 ତାରିଖରେ ସଂରକ୍ଷଣକୁ ନେଇ ଆଦିବାସୀ ଓ ଅଣଆଦିବାସୀ ମୁହାଁମୁହିଁ ହୋଇଥିଲେ । ଏହି ସାମ୍ପ୍ରଦାୟିକ ହିଂସା କ୍ରମଶଃ ସାରା ରାଜ୍ୟକୁ ନିଆଁ ଭଳି ବ୍ୟାପି ଯାଇଥିଲା । ଚାରିଆଡ଼େ ଆକ୍ରମଣ, ହତ୍ୟା, ପୋଡ଼ାଜଳା, ଭଙ୍ଗାରୁଜା ଦେଖିବାକୁ ମିଳିଥିଲା । ଏସବୁ ମଧ୍ୟରେ ସବୁଠୁ ହୃଦୟ ବିଦାରକ ଥିଲା ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା । ଏହି ଲଜ୍ଜାଜନକ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହି ସଂଘର୍ଷରେ 175ଜଣଙ୍କ ଜୀବନ ଗଲାଣି । ପ୍ରାୟ 1108 ଜଣ ଆହତ ହୋଇଥିବା ବେଳେ 32ଜଣଙ୍କ ପତ୍ତା ମିଳୁନି । ଦଙ୍ଗାକାରି 786ଟି ଘର ଜାଳି ଦେଇଛନ୍ତି । ପ୍ରାୟ 386ଟି ଧାର୍ମିକ ସ୍ଥଳୀରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଏନେଇ ଆଇଜିପି(ଅପରେସନ) ଆଇ.କେ ମୁଇଭା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଥିଲେ । ହିଂସା ଘଟଣାରେ ବିଭିନ୍ନ ଥାନାରେ 9,332ଟି ମାମଲା ରୁଜୁ ହୋଇଥିବା ବେଳେ 325 ଜଣଙ୍କୁ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.