ETV Bharat / bharat

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା: ୧୦ ଫୁଟ ଗାତ ଖୋଳି ପୋତିଦେଲା ପଡୋଶୀ

author img

By

Published : Jul 29, 2023, 8:10 AM IST

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ୧୦ ଫୁଟ ଗାତରେ ପୋତିଦେଲା ଅଭିଯୁକ୍ତ । ୬ ଗିରଫ । ଅଧିକ ପଢନ୍ତୁ

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ପାଟନା: ସୀମା ଟପିଲା ବର୍ବରତା । ପଡିଶା ଘରକୁ ଯାଇଥିବା ବେଳେ ୧୦ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା । ମୃତଦେହ ଲୁଚାଇବାକୁ ୧୦ ଫୁଟ ଗାତ ଖୋଳି ପୋତିଦେଲା ଅଭିଯୁକ୍ତ ପଡୋଶୀ । ଏଭଳି ଏକ ଲୋମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି ବିହାର ବେଗୁସରାଇରୁ । ସେହି ନାବାଳିକା ଜଣକ ମେହେନ୍ଦୀ ପତ୍ର ତୋଳିବାକୁ ପଡୋଶୀ ଘରକୁ ଯାଇଥିବା ସମୟରେ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି । ପୋଲିସ ଅଭିଯୁକ୍ତର ବେସମେଣ୍ଟରୁ ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ଗତ ୨୪ ତାରିଖରେ ନାବାଳିକା ମେହେନ୍ଦୀ ପତ୍ର ଆଣିବାକୁ ପଡୋଶୀ ଘରକୁ ଯାଇଥିଲେ । ସେବେଠାରୁ ସେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ମିଳିନଥିଲା । ନାବାଳିକାଙ୍କ ବଡ ଭାଇ ଅଭିଯୁକ୍ତର ଘରକୁ ଯାଇ ଭଉଣୀ ସମ୍ପର୍କରେ ପଚରାଉଚରା କରିଥିଲେ । ହେଲେ ନାବାଳିକା ତାଙ୍କ ଘରକୁ ଆସିନଥିବା ଅଭିଯୁକ୍ତ ମନା କରିଥିଲା । ଏହାପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୋଲିସ ସନ୍ଧାନୀ କୁକୁର ସହ ପୀଡିତାଙ୍କ ଘରେ ପହଞ୍ଚି ତନାଘନା ଚଳାଇଥିଲା । କିଛି ଘଣ୍ଟା ପରେ ଅଭିଯୁକ୍ତର ଘର ବେସମେଣ୍ଟ ଖୋଳିବାରୁ ନାବାଳିକାଙ୍କ ମୃତଦେହ ଠାବ ହୋଇଥିଲା । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଓ ଘରର ଚାକର ସମେତ ୬ ଜଣଙ୍କୁ ଗିରଫ କରିଛି ।

ଏହାମଧ୍ୟ ପଢନ୍ତୁ: Delhi Crime: ବିବାହ ପ୍ରସ୍ତାବକୁ ମନାକଲା ପ୍ରେମିକା, ଲୁହା ରଡରେ ପିଟି ପିଟି ମାରିଦେଲା ପ୍ରେମିକ

ଏହାମଧ୍ୟ ପଢନ୍ତୁ: MP Rape Case: ମନ୍ଦିର କମିଟି କର୍ମଚାରୀଙ୍କ ପାଶବିକତା ! ନାବାଳିକାକୁ ଗଣଦୁଷ୍କର୍ମ, ପୁଣି ସାମ୍ନାକୁ ଆସିଲା ନିର୍ଭୟା କାଣ୍ଡ

ଅଭିଯୁକ୍ତକୁ ପଚରାଉଚରା ସମୟରେ ସେ ନିଜର ଅପରାଧ ସ୍ବୀକାର କରିଛି । ନାବାଳିକା ମେହେନ୍ଦୀ ପତ୍ର ତୋଳିବାକୁ ଆସିଥିବା ବେଳେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା ଓ ୧୦ ଫୁଟ ଗାତ ଖୋଳି ବେସମେଣ୍ଟରେ ପୋତି ଦେଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରୁଛନ୍ତି । ହତ୍ୟାକାଣ୍ଡରେ ସହାୟତା କରିବା ଅଭିଯୋଗରେ ପୋଲିସ ଘର ମାଲିକ(ଅଭିଯୁକ୍ତ) ଓ ତା'ର ଜଣେ ଚାକର ସହ ୬ ଜଣକୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.