ETV Bharat / bharat

MP Rape Case: ମନ୍ଦିର କମିଟି କର୍ମଚାରୀଙ୍କ ପାଶବିକତା ! ନାବାଳିକାକୁ ଗଣଦୁଷ୍କର୍ମ, ପୁଣି ସାମ୍ନାକୁ ଆସିଲା ନିର୍ଭୟା କାଣ୍ଡ

author img

By

Published : Jul 28, 2023, 9:02 PM IST

Updated : Jul 28, 2023, 9:11 PM IST

ମଧ୍ୟପ୍ରଦେଶରେ ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି । ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ବାଡ଼ି ଭର୍ତ୍ତି କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

Maihar Rape case
Maihar Rape case

ଭୋପାଳ: ମଧ୍ୟପ୍ରଦେଶରେ ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି । ପାଶବିକତା ସୀମା ପାର କଲା ମଣିଷ । ମଧ୍ୟପ୍ରଦେଶ ସତନା ଜିଲ୍ଲା ମାଇହାରଠାରେ ଜଣେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିଛନ୍ତି କିଛି ମନ୍ଦିର କର୍ମକର୍ତ୍ତା । ଖାଲି ସେତିକି ନୁହେଁ, ବର୍ବରତାର ସୀମା ଟପି ନାବାଳିକାର ଗୁପ୍ତାଙ୍ଗରେ ବାଡ଼ି ଭର୍ତ୍ତି କରିଥିବା ମଧ୍ୟ ଜଣାପଡ଼ିଛି । ଏହାକୁ ନେଇ ରାଜ୍ୟ ରାଜନୀତିର ପାରା ବଢିଥିବା ବେଳେ ଶିଶୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ସେପଟେ ୪ ଦୁଷ୍କର୍ମକାରୀଙ୍କ ମଧ୍ୟରେ ୨ ଜଣ ମା' ଶାରଦା ମନ୍ଦିର ସମିତିର କର୍ମକର୍ତ୍ତା ଥିବା ଅଭିଯୋଗ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

MP Rape Case
ମଧ୍ୟପ୍ରଦେଶରେ ୩ଘଣ୍ଟାରେ ଘଟୁଛି ଗୋଟିଏ ଦୁଷ୍କର୍ମ ଘଟଣା

କଣ ଥିଲା ଘଟଣା ? :- ମାଇହାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ପୀଡ଼ିତା ନାବାଳିକାକୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରୁ ଗୁରୁତର ଅବସ୍ଥାରେ ତାକୁ ରିୱା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ସତନା ଜିଲ୍ଲାର ମାଇହାର ଅଞ୍ଚଳରେ ଏହି ନିନ୍ଦନୀୟ ଘଟଣା ଘଟିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ପ୍ରାୟ ୫୫କିମି ଦୂରରେ ଥିବା ଏକ ପାହାଡ଼ ଘେରା ଗାଁରେ ଦୁଷ୍କର୍ମକାରୀମାନେ ନାବାଳିକାକୁ ଏକ ନିର୍ଜନ ସ୍ଥାନକୁ ନେଇ ଏହି କାଣ୍ଡ ଭିଆଇଛନ୍ତି । ଏହାପରେ ନାବାଳିକାକୁ ଘରେ ଛାଡ଼ି ଦେଇଥିଲେ । ପୀଡ଼ିତାର ପରିବାର ବର୍ଗ ତାକୁ ଗୁରୁତର ଅବସ୍ଥାରେ ଦେଖି ଘଟଣା ସମ୍ପର୍କରେ ଜାଣିପାରିଥିଲେ । ଏହାପରେ ପୀଡ଼ିତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଥାନାରେ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ- ସୀମା ଟପୁଛି ପାଶବିକତା, ଲିପ୍ଟ ଦେବା ବାହାନାରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ

ମନ୍ଦିର କର୍ମକର୍ତ୍ତା ସାମିଲ ଥିବା ଅଭିଯୋଗ:- ଘଟଣାରେ ସମ୍ପୃକ୍ତ ୪ ଦୁଷ୍କର୍ମକାରୀଙ୍କୁ ଗିରଫ କରିଛି ପୋଲିସ । ଏହି ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ମା' ଶାରଦା ମନ୍ଦିର ସମିତିର କର୍ମକର୍ତ୍ତା ଥିବା ଅଭିଯୋଗ ହୋଇଛି । ଏହି ୨ ମନ୍ଦିର କର୍ମକର୍ତ୍ତାଙ୍କ ନାମ ରବି ଚୌଧୁରୀ ଓ ଅତୁଲ ବଢୋଲିଆ ବୋଲି ଜଣାପଡ଼ିଛି । ଏମାନଙ୍କ ବିରୋଧରେ ପୋକ୍ସା ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଛି । ଏ ନେଇ ପ୍ରତିକ୍ରିୟା ରଖି SDM ସୁରେଶ ଓ ଏସଡିପିଓ ଲୋକେଶ ଡାୱର କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ପ୍ରତିକ୍ରିୟା:- ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଯେଉଁ ଅଭିଯୁକ୍ତମାନେ ଘଟଣାରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପୀଡ଼ିତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।

ମଧ୍ୟପ୍ରଦେଶରେ ୩ଘଣ୍ଟାରେ ଘଟୁଛି ଗୋଟିଏ ଦୁଷ୍କର୍ମ ଘଟଣା:- ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶରେ ପ୍ରତି ୩ ଘଣ୍ଟାରେ ଗୋଟିଏ ଦୁଷ୍କର୍ମ ଘଟଣା ଘଟୁଛି । ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ଇନ୍ଦୋରରେ ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ନ୍ୟାସନାଲ କ୍ରାଇମ ରେକର୍ଡ୍ସ ବ୍ୟୁରୋ (NCRB)ର ତଥ୍ୟ ଅନୁସାରେ ମଧ୍ୟପ୍ରଦେଶ ସର୍ବାଧିକ ଶିଶୁଙ୍କ ବିରୋଧରେ ଅଧିକ ଅପରାଧିକ ମାମଲା ସାମ୍ନାକୁ ଆସୁଛି । ଏହାସହ ନାବାଳିକା ଦୁଷ୍କର୍ମ ଘଟଣା ମଧ୍ୟ ଅନ୍ତର୍ଭୁକ୍ତ । ମହିଳାଙ୍କ ବିରୋଧରେ ୩୦ ହଜାର ୬୭୩ ମାମଲା ରୁଜୁ ହୋଇଥିବା ଏହାର ରିପୋର୍ଟରୁ ଜଣାପଡ଼ିଛି ।

Last Updated :Jul 28, 2023, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.