ETV Bharat / state

ସୀମା ଟପୁଛି ପାଶବିକତା, ଲିପ୍ଟ ଦେବା ବାହାନାରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ

author img

By

Published : Jun 15, 2023, 11:38 AM IST

Updated : Jun 15, 2023, 12:55 PM IST

କେନ୍ଦ୍ରାପଡାରେ ଲଜ୍ଜା । ରଜରେ ଝିଅ ଘରକୁ ଯାଉଥିବା ବେଳେ ବୃଦ୍ଧାଙ୍କୁ ଦୁଷ୍କର୍ମ କଲେ ଯୁବକ । ଅଧିକ ପଢନ୍ତୁ

old woman raped in kendrapara
old woman raped in kendrapara

old woman raped in kendrapara

କେନ୍ଦ୍ରାପଡା: ପହିଲି ରଜରେ ଲଜ୍ଜା । ଝିଅ ଘରକୁ ଭାର ଧରି ଯାଉଥିବା ବେଳେ ଦୁଷ୍କର୍ମର ଶିକାର ହେଲେ 80 ବର୍ଷିୟ ବୃଦ୍ଧା । ଲିପ୍ଟ ଦେବା ବାହାନାରେ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇଗଲେ ଯୁବକ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁୟାୟୀ, ଗତକାଲି (ବୁଧବାର) ରଜ ଅବସରରେ ୮୦ ବର୍ଷୀୟା ବୃଦ୍ଧା ତାଙ୍କ ଝିଅ ଘରକୁ ପିଠା ଓ ଫଳମୂଳ ଧରି ଘରୁ ବାହାରିଥିଲେ । ଅଟୋକୁ ଅପେକ୍ଷା କରି ସେ ରାସ୍ତାରେ ଛିଡା ହୋଇଥିଲେ । ଦିନ ଦ୍ବିପହରରେ କୌଣସି ଅଟୋ ନମିଳିବାରୁ ଜଣେ ଯୁବକ ବୃଦ୍ଧାଙ୍କୁ ତାଙ୍କ ଝିଅ ଘରେ ଛାଡି ଦେବାକୁ କହି ବାଇକରେ ବସାଇଥିଲେ । କିଛି ବାଟ ଯିବା ପରେ ଯୁବକ ଜଣଙ୍କ ବାଇକଟିକୁ ଗ୍ରାମାଞ୍ଚଳ ଥାନା ଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା ଏକ ନିଛାଟିଆ ସ୍ଥାନ ପୋଲ ନିକଟରେ ଅଟକାଇଥିଲେ । ଏହାପରେ ବୃଦ୍ଧାଙ୍କ ଦୁଷ୍କର୍ମ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଯୁବକ ଜଣଙ୍କ । ଘଟଣାର କେଇ ଘଣ୍ଟା ପରେ ବୃଦ୍ଧା ଜଣଙ୍କ ପୋଲ ଉପରକୁ ଆସି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଆଶୁତୋଷ ବାରିକ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବୃଦ୍ଧାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡିଛି । ଅନ୍ୟପଟେ ଏଭଳି ଅମାନୁଷିକ କାଣ୍ଡ ଭିଆଇଥିବା ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତେବେ ଗ୍ରାମାଞ୍ଚଳ ଥାନା ଠାରୁ ମାତ୍ର ୩୦୦ ମିଟର ଦୂରରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ, ଗ୍ରାମାଞ୍ଚଳ ଥାନା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଘଟଣା ସମ୍ପର୍କରେ ଅଧିକରୁ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

ଜୁନ 5 ତାରିଖ ଦିନ କଳାହାଣ୍ଡି ଜିଲ୍ଲାରେ ଜଣେ 70 ବର୍ଷୀୟ ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ପୀଡିତା ବୃଦ୍ଧା ଜଣଙ୍କ ମାନସିକ ବିକାରଗ୍ରସ୍ତ । ଗିରଫ ଅଭିଯୁକ୍ତ ହେଉଛି ମଙ୍ଗଳପୁର ଗାଁର ଭୁଜ ପହରିଆ । ସେ ଟ୍ରାକ୍ଟର ଡ୍ରାଇଭର ଭାବରେ କାର୍ଯ୍ୟ କରେ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Jun 15, 2023, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.