ETV Bharat / bharat

Delhi Crime: ବିବାହ ପ୍ରସ୍ତାବକୁ ମନାକଲା ପ୍ରେମିକା, ଲୁହା ରଡରେ ପିଟି ପିଟି ମାରିଦେଲା ପ୍ରେମିକ

author img

By

Published : Jul 28, 2023, 8:33 PM IST

ଦିଲ୍ଲୀରେ କଲେଜ ଛାତ୍ରୀଙ୍କୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା କଲା ପ୍ରେମିକ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: କ୍ରାଇମ ହବ୍‌ ପାଲଟିଛି ଜାତୀୟ ରାଜଧାନୀ । ପ୍ରେମ ବ୍ୟାପାରକୁ ନେଇ ୨୨ ବର୍ଷର କଲେଜ ଛାତ୍ରୀଙ୍କୁ ରଡ୍‌ରେ ପିଟି ହତ୍ୟା କରିଛି ପ୍ରେମିକ । ଛାତ୍ରୀ ଜଣକ ବିବାହ ପାଇଁ ମନା କରିବା ପରେ ଏପରି କାଣ୍ଡ ଭିଆଇଛି ଅଭିଯୁକ୍ତ । ମାଲଭିୟ ନଗର ସ୍ଥିତ କମଲା ନେହେରୁ କଲେଜ ପରିସରରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତଦେହ ନିକଟରୁ ଲୁହା ରଡ୍‌କୁ ମଧ୍ୟ ଜବତ କରାଯାଇଛି । ସେପଟେ ପରିବାର ପକ୍ଷରୁ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି ।

  • #WATCH | Chandan Chowdhary, DCP, South Delhi, says, "The entire issue basically has a love angle & denial for marriage. The victim (22 years old) & the accused (28 years old) are cousins. The deceased's family had refused the boy for marriage since he was… pic.twitter.com/ARcIzIKrpG

    — ANI (@ANI) July 28, 2023 " class="align-text-top noRightClick twitterSection" data=" ">

ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେ ହତ୍ୟା କରିଥିବା ନେଇ ମଧ୍ୟ ସ୍ବୀକାର କରିଛି । ଅଭିଯୁକ୍ତର କହିବା ଅନୁସାରେ ସେ ଅରବିନ୍ଦ କଲେଜ ପାର୍କ ନିକଟରେ ବିବାହ ପାଇଁ ଯୁବତୀକୁ ପ୍ରପୋଜ କରିଥିଲା । ମାତ୍ର ଯୁବତୀ ଜଣକ ମନା କରିବା ପରେ ସେ ତାକୁ ହତ୍ୟା କରିଥିଲା । ଘଟଣାରେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏନେଇ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ୮ ମିନିଟରେ ପୋଲିସକୁ ଏକ କଲ୍‌ ଆସିଥିଲା । ଖବର ପାଇବା ମାତ୍ରେ ଦକ୍ଷିଣାଞ୍ଚଳ ଦିଲ୍ଲୀ ଡିସିପି ଚନ୍ଦନ ଚୌଧୁରୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ପୋଲିସ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛି ।

ଏହା ବି ପଢନ୍ତୁ- Delhi Murder Case: ଓକିଲ ହେବାକୁ ଚାହୁଁଥିଲେ ସାକ୍ଷୀ, ଫାଶୀ ଦଣ୍ଡ ମାଗିଲା ପରିବାର; 2ଦିନ ତଳେ ହରିଦ୍ୱାରରୁ ଛୁରୀ କିଣିଥିଲା ସାହିଲ

ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସେପଟେ ଝିଅର ମୃତ୍ୟୁ ଖବର ପାଇବା ପରେ ତାର ପିତା ଭାଙ୍ଗି ପଡ଼ିଛନ୍ତି । ସେ କହିଛନ୍ତି, "ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ମିଳୁ । ସେ ମୋର ଗୋଟିଏ ମାତ୍ର ଝିଅ ଥିଲା । ଅଭିଯୁକ୍ତକୁ ମୁଁ ଛାଡିବି ନାହିଁ ।" ଏନେଇ ଡିସିପି ଚନ୍ଦନ କହିଛନ୍ତି, " ଛାତ୍ରୀ ଓ ଅଭିଯୁକ୍ତ ଜଣକ ସମ୍ପର୍କରେ ଭାଇ ଭଉଣୀ । ଉଭୟ ପୂର୍ବରୁ ସମ୍ପର୍କରେ ଥିଲେ । ତେବେ ଅଭିଯୁକ୍ତ ଜଣକ ବେରୋଜଗାର ଥିବାରୁ ପରିବାର ପକ୍ଷରୁ ବିବାହ ପାଇଁ ମନା କରିଥିଲେ । ଏହାପରେ ଯୁବତୀ ଜଣକ ପ୍ରେମିକ ସହିତ କଥାବାର୍ତ୍ତା ବନ୍ଦ କରିଥିଲା ।

ଏହାପରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲା ଅଭିଯୁକ୍ତ । ଏହାପରେ ସେ ପୁଣି ଥରେ ଯୁବତୀକୁ ବିବାହ ପାଇଁ ପ୍ରଶ୍ନ କରିଥିଲା । ମାତ୍ର ଯୁବତୀ ଜଣକ ମନା କରିବା ପରେ ସେ ଏହି କାଣ୍ଡ ଭିଆଇଛି । ଅଭିଯୁକ୍ତ ଜଣକ ଡେଲିଭରି ବଏ ଭାବେ କାର୍ଯ୍ୟ କରେ । ତେବେ ଯୁବତୀ ଜଣକ କୋଚିଂ ଆସିଥିବା ଜାଣିବା ପରେ ସେ ହତ୍ୟା କରିବା ଲାଗି ଛକି ବସିଥିଲା । ଯୁବତୀ ଫେରିବା ବାଟରେ ତାକୁ ହତ୍ୟା କରିଥିଲା । ଅଭିଯୁକ୍ତର ନାମ ଇର୍ଫାନ (୨୮) ବୋଲି ଜଣାପଡ଼ିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.