ETV Bharat / bharat

Maharashtra: ଭୁଶୁଡିଲା ନିର୍ମାଣାଧୀନ କୋଠାର ଲିଫ୍ଟ, 7 ଶ୍ରମିକ ମୃତ

author img

By ETV Bharat Odisha Team

Published : Sep 10, 2023, 10:09 PM IST

Updated : Sep 11, 2023, 7:01 AM IST

ଥାଣେର ଲିଫ୍ଟ ଭୁଶୁଡି 5 ମୃତ
ଥାଣେର ଲିଫ୍ଟ ଭୁଶୁଡି 5 ମୃତ

ଥାନେରେ ନିର୍ମାଣାଧୀନ 40 ମହଲା କୋଠାର ଲିଫ୍ଟ ଭୁଶୁଡିଲା । ଫଳରେ 7 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ଥାନେରେ ଏକ ନିର୍ମାଣାଧୀନ 40 ମହଲା ବିଲ୍ଡିଂର ଲିଫ୍ଟ ଛିଣ୍ଡିଯିବା ଫଳରେ ପ୍ରଥମେ 7 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ମୋଟ 7 ଜଣ ଥିଲେ । ପ୍ରଥମେ 6ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଉକ୍ତ ବିଲ୍ଡିଂରେ କାର୍ଯ୍ୟରତ ଥିବା ଶ୍ରମିକ ବୋଲି ପ୍ରାଥମିକ ଭାବେ ଜଣାପଡିଛି । ମୃତକଙ୍କ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ କିଛି ସ୍ପଷ୍ଟ କରିନି ।

ଥାନେ ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି (ରବିବାର) ସଂଧ୍ୟାରେ ଥାନେର ବାଲକୁମ ଅନ୍ତର୍ଗତ ରନଓ୍ବାଲ ଗାର୍ଡେନ ନିକଟରେ ଥିବା ନାରାୟଣୀ ସ୍କୁଲ ନିକଟବର୍ତ୍ତୀ ଏହି ନିର୍ମାଣାଧୀନ ବିଲ୍ଡିଂରେ ଅଘଟଣ ଘଟିଛି । 40 ମହଲା ବିଶିଷ୍ଟ ଅଟ୍ଟାଳିକାରେ କାମ ଓ୍ବାଟର ପ୍ରୁଫିଂ କାର୍ଯ୍ୟ ଚାଲିଥିବା ବେଳେ ଏକ ଲିଫ୍ଟ ଛିଣ୍ଡି ପଡିଥିଲା । ଲିଫ୍ଟରେ ଥିବା 7ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ସମସ୍ତେ ବିଲ୍ଡିଂରେ କାର୍ଯ୍ୟରତ ଥିବା ଶ୍ରମିକ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ସୂଚନା ମିଳିବା ମାତ୍ରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । ସ୍ଥାନୀୟ ଅଗ୍ନିଶମ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏପର୍ଯ୍ୟନ୍ତ ଅଘଟଣର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । କୌଣସି ଯାନ୍ତ୍ରିକ ତ୍ରୁଟିରୁ ଲିଫ୍ଟଟି ପ୍ରାୟ 13 ମହଲାରୁୁ ଖସିପଡିଥିଲା । ମୃତକଙ୍କ ପରିଚୟ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ କରିନି ସ୍ଥାନୀୟ ପ୍ରଶାସନ । ସେମାନେ ସ୍ଥାନୀୟ ଶ୍ରମିକ କିମ୍ବା ପ୍ରବାସୀ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ସମସ୍ତ ମୃତଦେହ ଏବେ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ହେବା ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ । ପ୍ରାଥମିକ ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଛି ଯେ, ଏହି ନୂତନ ଭାବେ ନିର୍ମାଣ କରାଯାଇଥିବା ବିଲ୍ଡଂରେ ଓ୍ବାଟର ପ୍ରୁଫିଂ କାର୍ଯ୍ୟ ଜାରି ରହିଥିବା ବେଳେ ଏହି ଅଘଟଣ ଘଟିଛି ।

ଏହା ମଧ୍ୟ ପଢନ୍ତୁ :- ମର୍ମନ୍ତୁଦ ଦୁର୍ଘଟଣାରେ 7 ମୃତ, 20ରୁ ଅଧିକ ଆହତ

ଅନ୍ୟପଟେ ଦୁର୍ଘଟଣା ପରେ ଉକ୍ତ ବିଲ୍ଡିଂକୁ ସିଲ କରାଯାଇଛି । ନିର୍ମାଣ ସମ୍ପର୍କିତ ସମସ୍ତ ଅନୁମତି ଓ କାମ କରିବା ସମୟରେ ସୁରକ୍ଷା ନିୟମାବଳୀ ଅନୁପାଳନ ହୋଇଛି କି ନାହିଁ, ତାହା ତଦନ୍ତ କରୁଛି ମହାନଗର ନିଗମ । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଥାଣେ ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 11, 2023, 7:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.