ETV Bharat / bharat

ମର୍ମନ୍ତୁଦ ଦୁର୍ଘଟଣାରେ 7 ମୃତ, 20ରୁ ଅଧିକ ଆହତ

author img

By ETV Bharat Odisha Team

Published : Sep 10, 2023, 6:42 PM IST

ଅଘଟଣର ଦିନ ପାଲଟିଲା ରବିବାର । ଆଜି ରାଜସ୍ଥାନର ନାଗୋର ଅଞ୍ଚଳର ପୃଥକ ପୃଥକ ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ପୃଥକ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।

seven people died in two different accident in Nagore Rajasthan
seven people died in two different accident in Nagore Rajasthan

ଜୟପୁର: ଅଘଟଣର ଦିନ ପାଲଟିଲା ରବିବାର । ଆଜି ରାଜସ୍ଥାନର ନାଗୋର ଅଞ୍ଚଳର ପୃଥକ ପୃଥକ ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ପୃଥକ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ସକାଳ ସମୟରେ ରାଜସ୍ଥାନର ନାଗୋର ଅନ୍ତର୍ଗତ ଅମରାପୁରାଠାରେ ବସ୍‌ ଓ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଅନ୍ୟପଟେ ନାଗୋରର ଖୀନବସର ଥାନା ଅଞ୍ଚଳରେ ବାଇକକୁ ଧକ୍କା ଦେଲା ବସ । ଯେଉଁଥିରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଅମରାପୁରରେ ବସ- ଟ୍ରଲର ଦୁର୍ଘଟଣା: ଆଜି(ରବିବାର) ସକାଳେ ନାଗୋର ନିକଟସ୍ଥ ଅମରାପୁରାରେ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ ଓ ଟ୍ରଲର ମୁହାଁମୁହିଁ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଟ୍ରଲର ଧକ୍କା ଦେବା ପରେ ବସଟି ଆଉ ଏକ ଗଛରେ ଯାଇ ପିଟି ହୋଇଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ବସରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତଦେହ ଗୁଡିକ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଜେଏଲଏନ ହସ୍ପିଟାଲକୁ ପଠାଯାଇଛି । ଆହତମାନଙ୍କର ଜେଏଲଏନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଆଉମଧ୍ୟ ପଢନ୍ତୁ.. ଚଳନ୍ତା ବସରୁ ପ୍ରେମିକାକୁ ଠେଲିଦେଲା ପ୍ରେମିକ, ନାବାଳିକା ଗୁରୁତର

ବାଇକକୁ ଧକ୍କା ଦେଲା ଜିପ : ଶନିବାର ବିଳମ୍ବିତ ରାତିରେ ନାଗୋରର ଖୀନବସର ଥାନା ଅନ୍ତର୍ଗତ ବେରାଥଲ କଲା ଶିବପୁରା ରାସ୍ତାରେ ଜିପ୍‌-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ବାଇକରେ ୨ ପୁଅ ଓ ମା ଯାଉଥିବା ବେଳେ ପଛପଟୁ ଏକ ଜିପ୍‌ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବାଇକରେ ବସିଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବୈରାଥଲ ଅଞ୍ଚଳର ୪୫ ବର୍ଷୀୟା କାଲି ଦେବୀ ଓ ତାଙ୍କ ଦୁଇ ପୁଅ ଭୋମାରାମ(୨୫) ଏବଂ ଗଜେନ୍ଦ୍ର(୧୦) । ବିଲରେ କାମ କରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଜିପ୍‌ ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ । ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା । ପୋଲିସର ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.