ETV Bharat / bharat

ପୂର୍ବତନ DRDO ମୁଖ୍ୟ ବିଏସ୍ ଅରୁଣାଚଳମଙ୍କ ପରଲୋକ

author img

By

Published : Aug 17, 2023, 9:19 AM IST

ପୂର୍ବତନ DRDO ମୁଖ୍ୟ ବିଏସ୍ ଅରୁଣାଚଳମଙ୍କ ପରଲୋକ
ପୂର୍ବତନ DRDO ମୁଖ୍ୟ ବିଏସ୍ ଅରୁଣାଚଳମଙ୍କ ପରଲୋକ

ପୂର୍ବତନ DRDO ମୁଖ୍ୟ ବିଏସ୍ ଅରୁଣାଚଳମଙ୍କ ପରଲୋକ । ଦୁଃଖ ପ୍ରକାଶ କଲେ ବୈଦେଶିକ ମନ୍ତ୍ରୀ ଓ କଂଗ୍ରେସ ନେତା ଜୟରାମ ରମେଶ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ(DRDO)ର ପୂର୍ବତନ ମହାନିର୍ଦ୍ଦେଶକ ବିଏସ୍ ଅରୁଣାଚଳଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ଆମେରିକାରେ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କର ପରିବାର ପକ୍ଷରୁ ଏକ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି । ଅରୁଣାଚଳମ ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର(BARC), ନ୍ୟାସନାଲ ଏରୋନେଟିକାଲ ଲାବୋରେଟୋରୀ ଓ ଡିଫେନ୍ସ ମେଟାଲର୍ଗିକାଲ ରିସର୍ଚ୍ଚର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ । ଏଥିସହ ୧୯୮୨-୯୨ ମସିହା ଯାଏଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ମଧ୍ୟ ଥିଲେ ।

  • Deeply grieved to learn of the passing away of Dr. V S Arunachalam, former Scientific Advisor to Raksha Mantri.

    Was a mentor to so many on defense, technology and nuclear matters.

    Had the privilege of working closely with him, especially on the India-US relationship. Our trip… https://t.co/WIdMSmCSAc pic.twitter.com/wLupeXRvlx

    — Dr. S. Jaishankar (@DrSJaishankar) August 16, 2023 " class="align-text-top noRightClick twitterSection" data=" ">

ଅରୁଣାଚଳମ ଆମେରିକାର କାର୍ଲିଫର୍ଣ୍ଣିଆରେ ନିଜ ପରିବାର ସହ ରହୁଥିଲେ । ପରିବାର ଗହଣରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ପରିବାର ପକ୍ଷରୁ ବିବୃତ୍ତିରେ କୁହାଯାଇଛି, ''ଅତ୍ୟନ୍ତ ଦୁଃଖର ସହିତ ଡ. ବିଏସ ଅରୁଣାଚଳଙ୍କ ନିଧନ ସୂଚନା ଦେଉଛୁ । କାର୍ଲିଫର୍ଣ୍ଣିଆରେ ପରିବାର ଲୋକଙ୍କ ଗହଣରେ ସେ ଶାନ୍ତିର ସହ ଚିରନିଦ୍ରାରେ ଶୋଇ ଯାଇଛନ୍ତି ।'' କହିରଖୁଛୁ କି, ୧୯୮୦ ମସିହାରେ ତାଙ୍କୁ ଶାନ୍ତି ସୂରୁପ ଭଟନଗର ପୁରସ୍କାର ପ୍ରଦାନ କରାଯାଇଥିଲା । ବୈଜ୍ଞାନିକ ଅନୁସନ୍ଧାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୧୯୮୫ରେ ପଦ୍ମଭୂଷଣ ଓ ୧୯୯୦ ମସିହାରେ ପଦ୍ମ ବିଭୂଷଣର ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ପୂର୍ବତନ ନୌସେନା ଅଧିକାରୀଙ୍କ ୧୦୨ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ନୌସେନା ମୁଖ୍ୟ

ଏହାସହିତ ଅରୁଣାଚଳମ ରୟାଲ ଏକାଡେମୀ ଅଫ୍ ଅଞ୍ଜିନିୟରିଂ(ବ୍ରିଟେନ)ର ପ୍ରଥମ ଭାରତୀୟ ଫେଲୋ ଥିଲେ । ମ୍ୟାଟେରିଆଲ ରିସର୍ଚ୍ଚ ସୋସାଇଟି ବୁଲେଟିନ ସମେତ କେତେକ ବିଶ୍ବବିଦ୍ୟାଳୟ ଓ ଫାଉଣ୍ଡେସନରେ ପରାମର୍ଶଦାତା, ସମ୍ପାଦକୀୟ ବୋର୍ଡ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ବିୟୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ 'X'ରେ ପୋଷ୍ଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । କଂଗ୍ରେସ ନେତା କହିଛନ୍ତି ଯେ, ରାଜା ରମନାଙ୍କ ପରେ ବିଏସ ଅରୁଣାଚଳମ ୧୯୮୨-୯୨ ଯାଏଁ ଏକ ଦଶନ୍ଧି ଧରି DRDOର ମାର୍ଗଦର୍ଶନ କରିଥିଲେ । ତାଙ୍କ ପରେ ଡ.ଏପିଜେ ଅବଦୁଲ କଲାମ ଏହି ପଦରେ ଅବସ୍ଥାପିତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ଅରୁଣାଚଳମଙ୍କ ମଧୁର ସମ୍ପର୍କ ଥିଲା । BARC ଓ CISRରେ ଉଜ୍ବଳ କ୍ୟାରିୟର ପରେ ସେ DRDO ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।

ଏହାମଧ୍ୟ ପଢନ୍ତୁ: କ୍ରୀଡା କ୍ଷେତ୍ରରେ ସହଯୋଗ ନେଇ ଭାରତ ଅଷ୍ଟ୍ରେଲିଆ ବୁଝାମଣାପତ୍ରକୁ କ୍ୟାବିନେଟ ମଞ୍ଜୁରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.