ପୂର୍ବତନ ନୌସେନା ଅଧିକାରୀଙ୍କ ୧୦୨ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ନୌସେନା ମୁଖ୍ୟ

By

Published : Aug 16, 2023, 10:30 PM IST

thumbnail

ଚଣ୍ଡିଗଡ଼: ପୂର୍ବତନ ନୌସେନା ମୁଖ୍ୟ ପେଟି ଅଫିସର ସୁଜାନ ସିଂ ୧୦୨ତମ ଜନ୍ମଦିନ ପାଳନ କରିଛନ୍ତି । ହରିୟାଣା କର୍ଣ୍ଣାଲ ଜିଲ୍ଲା ବାସିନ୍ଦା ସୁଜାନ ସିଂଙ୍କ ଜନ୍ମଦିନ ଅବସରରେ ନୌସେନାର ଭାଇସ ଆଡମିରାଲ କୃଷ୍ଣା ସ୍ବାମୀନାଥନ ଏବଂ କମୋଡୋର ଆଲୋକ ଆନନ୍ଦ ଯୋଗ ଦେଇଥିଲେ । ନୌସେନା ପ୍ରତିରକ୍ଷା ବାହିନୀ ପକ୍ଷରୁ ସୁଜାନଙ୍କ ଜନ୍ମଦିନ ପାଳନ କରାଯାଇଛି । କେକ କାଟିବା ସହ ତାଙ୍କୁ ସମ୍ମାନିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର ଭିଡ଼ିଓ କଲ ଯୋଗେ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁଜାନଙ୍କ ସହ କଥା ହେଲେ । ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । 

ପୂର୍ବତନ ନୌସେନା ମୁଖ୍ୟ ପେଟି ଅଫିସର ସର୍ଦ୍ଦାର ସୁଜାନ ସିଂ ଭାରତୀୟ ନୌସେନାର ସର୍ବ ପୁରାତନ ଅଧିକାରୀ । ସ୍ବାଧୀନତା ପୂର୍ବରୁ ବ୍ରିଟିଶ ଶାସନ ଅଧିନରେ ସୁଜାନ ରୟାଲ ନୌସେନାର ଅଧିକାରୀ ଥିଲେ । ଯେତେବେଳେ ଦେଶ ସ୍ବାଧୀନ ହେଲା ତାଙ୍କୁ କରାଚିରେ ପୋଷ୍ଟିଂ କରାଗଲା । କିନ୍ତୁ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଚୟନ କରିବାର ସମୟ ଆସିଲା, ସେ ଗର୍ବର ସହ ହିନ୍ଦୁସ୍ତାନକୁ ବାଛିଥିଲେ । କେବଳ ସେତିକି ନୁହେଁ, ୧୯୭୧ ମସିହା ଯୁଦ୍ଧରେ ପାକିସ୍ତାନକୁ ଧୂଳି ଚଟାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା । ଭାରତୀୟ ନୌସେନାରେ ସୁଜାନଙ୍କ ଅନେକ ଅବଦାନ ରହିଥିବା ଭାଇସ ଆଡମିରାଲ କୃଷ୍ଣା ସ୍ବାମୀନାଥନ କହିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.