ETV Bharat / bharat

ଡେଙ୍ଗୁ ରୋଗୀଙ୍କୁ ପ୍ଲାଜମା ବଦଳରେ ଜୁସ୍‌ ଦେଲେ ଡାକ୍ତର, ଚାଲିଗଲା ଜୀବନ

author img

By

Published : Oct 21, 2022, 8:58 AM IST

Updated : Oct 21, 2022, 12:18 PM IST

ଡେଙ୍ଗୁ ରୋଗୀଙ୍କୁ ପ୍ଲାଜମା ବଦଳରେ ଲେମ୍ବୁ ଜୁସ୍ ଦେଲେ ଡାକ୍ତର, ଚାଲିଗଲା ଜୀବନ
ଡେଙ୍ଗୁ ରୋଗୀଙ୍କୁ ପ୍ଲାଜମା ବଦଳରେ ଲେମ୍ବୁ ଜୁସ୍ ଦେଲେ ଡାକ୍ତର, ଚାଲିଗଲା ଜୀବନ

ମେଡିକାଲରେ ଡେଙ୍ଗୁ ରୋଗୀଙ୍କୁ ପ୍ଲାଜମା ବଦଳରେ ଫଳରସ ଦେଇ ଦେଲେ ଡାକ୍ତର । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରୟାଗରାଜରୁ ହୋସ୍ ଉଡାଇବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ଘରୋଇ ମେଡିକାଲରେ ଡେଙ୍ଗୁ ରୋଗୀଙ୍କୁ ବ୍ଲଡ ପ୍ଲାଜମା ବଦଳରେ ସାଲାଇନ ଆକାରରେ ଫଳରସ ଦିଆଯାଇଛି । ଫଳରେ ମେଡିକାଲ ବେଡ୍‌ରେ ରୋଗୀଙ୍କ ମୃତ୍ୟୁ ଘଟିଛି(patient dies after given mosambi juice instead of plasma) । ମୃତକଙ୍କ ପରିବାର ଲୋକେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ହସ୍ପିଟାଲକୁ ସିଲ୍ କରାଯାଇଛି । ଏହାସହିତ ରୋଗୀଙ୍କୁ ଦିଆଯାଇଥିବା ନକଲି ପ୍ଲାଜମାର ଯାଞ୍ଚ ପାଇଁ ପଠାଯାଇଛି ।

ସୂଚନା ମୁତାବକ, ମୃତ ରୋଗୀଙ୍କ ନାମ ପ୍ରଦୀପ ପାଣ୍ଡେ । ଡେଙ୍ଗୁ ଆକ୍ରାନ୍ତ ପ୍ରଦୀପ ଗତ ୧୭ ତାରିଖ ଦିନ ପ୍ରୟାଗରାଜ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ଏହାର ଦୁଇ ଦିନ ପରେ ତାଙ୍କୁ ସାଲାଇନ ଆକାରରେ ବ୍ଲଡ ପ୍ଲାଜମା ବଦଳରେ ଫଳରସ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ସେଠାରୁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପ ଆଖି ବୁଜିଥିଲେ ।

ଏହାମଧ୍ୟ ପଢନ୍ତୁ: ISIକୁ ଗୁପ୍ତ ତଥ୍ୟ ଦେଉଥିଲେ ଯବାନ, ମାମଲା ରୁଜୁ

ହସ୍ପିଟାଲରେ ଭୁଲବଶତଃ ଫଳରସ ଦିଆଯିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ନାନକ ସରନ ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ ଟିମ୍ ସେହି ହସ୍ପିଟାଲକୁ ପଠାଇଥିଲେ । ହସ୍ପିଟାଲରେ ଅନିୟମିତତା ସମ୍ପର୍କରେ ଟିମ୍ ଅନୁଧ୍ୟାନ କରିବା ପରେ ଏହାର ଲାଇସେନ୍ସ ରଦ୍ଦ କରାଯାଇଛି । ଏନେଇ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ‘‘ମୁଖ୍ୟ ଚିକିତ୍ସାଧିକାରଙ୍କ ସମେତ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ସେ ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ମଧ୍ୟ କଥା ହୋଇଛି । ଖୁବଶୀଘ୍ର ତଦନ୍ତ ରିପୋର୍ଟ ଆସିଯିବ । ଏହି ମାମଲା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।’’

Last Updated :Oct 21, 2022, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.