ETV Bharat / bharat

ISIକୁ ଗୁପ୍ତ ତଥ୍ୟ ଦେଉଥିଲେ ଯବାନ, ମାମଲା ରୁଜୁ

author img

By

Published : Oct 21, 2022, 7:54 AM IST

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଭାରତର ଗୁପ୍ତ ସୂଚନା ଦେଉଥିଲେ ଆର୍ମି ଯବାନ । ଅଭିଯୁକ୍ତ ଯବାନଙ୍କ ବିରୁଦ୍ଧରେ ମାମଲା ରୁଜୁ ।

ଆଇଏସଆଇକୁ ଗୁପ୍ତ ତଥ୍ୟ ଦେଉଥିଲେ ଯବାନ, ମାମଲା ରୁଜୁ
ଆଇଏସଆଇକୁ ଗୁପ୍ତ ତଥ୍ୟ ଦେଉଥିଲେ ଯବାନ, ମାମଲା ରୁଜୁ

ଚଣ୍ଡିଗଡ: ଭାରତର ଗୁପ୍ତ ତଥ୍ୟ ଲିକ୍ କରିବା ଅଭିଯୋଗରେ ସେନାର ଜଣେ ଯବାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏହି ଯବାନ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ(ISI)କୁ ଦେଶର ସମ୍ବେଦନଶୀଳ ତଥ୍ୟ ଯୋଗାଉ ଥିଲେ । କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି( central security agencies)ର ସୂଚନା କ୍ରମେ ଅମୃତସର ପୋଲିସ ସମ୍ପୃକ୍ତ ଯବାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଯବାନଙ୍କ ନାମ ମନୋଜ ଚୌଧୁରୀ(Manoj Chaudhary) । ସେ ଉତ୍ତରପ୍ରଦେଶର ଉସରାହ ରସୁଲପୁର ନିବାସୀ ହୋଇଥିବା ପୋଲିସ ସୂଚନା ଦେଇଛି ।

ଏହାମଧ୍ୟ ପଢନ୍ତୁ: ବେଙ୍ଗାଲୁରୁରେ ପାକିସ୍ତାନ ଶିଶୁର ସଫଳ ଅସ୍ଥିମଜା ପ୍ରତିରୋପଣ

ଅଭିଯୋଗ ଅନୁଯାୟୀ, ମନୋଜ ହ୍ବାର୍ଟ୍ସଆପ ଏବଂ ଅନ୍ୟ ସୋସିଆଲ ମିଡିଆ ଜରିଆରେ ISI(Inter-Services Intelligence) ସହ ଲିଙ୍କରେ ଥିଲେ । ସେ ସୋସିଆଲ ମିଡିଆ ଯୋଗେ ଭାରତର ବହୁ ସମ୍ବେଦନଶୀଳ ସ୍ଥାନର ଫଟୋ ଓ ନକ୍ସା ପଠାଇଥିଲେ । ଏ ସମ୍ପର୍କରେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସୁରାକ୍ ପାଇବା ପରେ ପୋଲିସକୁ ଜଣାଇଥିଲା । ପରେ ଅମୃତସର ପୋଲିସ ଯବାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ତେବେ ଏ ଯାଏଁ ତାଙ୍କୁ ଗିରଫ କରାଯାଇନାହିଁ । ଏହି ଘଟଣାରେ ଛାନଭିନ୍ କରାଯାଉଥିବା ବେଳେ ଖୁବଶୀଘ୍ର ଯବାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.