ETV Bharat / bharat

ତିହାର ଜେଲରେ ଗ୍ୟାଙ୍ଗଷ୍ଟାର ଟିଲୁ ତାଜପୁରିୟାକୁ ହତ୍ୟା

author img

By

Published : May 2, 2023, 10:09 AM IST

Updated : May 2, 2023, 1:14 PM IST

ତିହାର ଜେଲରେ ଗ୍ୟାଙ୍ଗଷ୍ଟାର ତିଲୁ ତାଜପୁରିୟାକୁ ହତ୍ୟା
ତିହାର ଜେଲରେ ଗ୍ୟାଙ୍ଗଷ୍ଟାର ତିଲୁ ତାଜପୁରିୟାକୁ ହତ୍ୟା

ତିହାର ଜେଲ ଭିତରେ ଗ୍ୟାଙ୍ଗଷ୍ଟାର ଟିଲୁ ତାଜପୁରିୟାକୁ ହତ୍ୟା । ଲୁହା ରଡରେ ପିଟି ପିଟି ହତ୍ୟା କଲେ ଗୋଗି ଗ୍ୟାଙ୍ଗର ସଦସ୍ୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ତିହାର ଜେଲରେ ଗ୍ୟାଙ୍ଗଷ୍ଟାର ଟିଲୁକୁ ହତ୍ୟା । ଆଜି (ମଙ୍ଗଳବାର) ସକାଳେ ତିହାର ଜେଲ ଭିତରେ ରୋହିଣୀ କୋର୍ଟ ଗୁଳିକାଣ୍ଡର ମାଷ୍ଟର ମାଇଣ୍ଡ ଟିଲୁ ତାଜପୁରିୟାକୁ ହତ୍ୟା କରାଯାଇଛି । ଜେଲ ଭିତରେ ଟିଲୁର ବିପକ୍ଷ ଗୋଷ୍ଠୀର ସଦସ୍ୟ ତାକୁ ଲୁହା ରଡରେ ପିଟିପିଟି ହତ୍ୟା କରିଛନ୍ତି । ଯାହା ସୂଚନା ମିଳିଛି, ଜେଲ୍‌ରେ ଥିବା ଜିତେନ୍ଦ୍ର ଗୋଗି ଗ୍ୟାଙ୍ଗର ସୁଟର ଯୋଗେଶ ଓ ତାର ସହଯୋଗୀ ଟିଲୁକୁ ଲୁହା ରଡରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାକୁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଏହି ଗ୍ୟାଙ୍ଗଷ୍ଟାରକୁ ମୃତ ଘୋଷଣା କରିଛନ୍ତି । ଏନେଇ ତିହାର୍ ଜେଲ୍ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଚାକିରିରୁ ବିଦା ହେବେ ମେଦବହୁଳ ଓ ମଦ୍ୟପ ପୋଲିସ ବାବୁ: ସରକାର ଆଣିଲେ ନିୟମ

ଅତିରିକ୍ତ ଡିସିପି ଅକ୍ଷତ କୌଶଲ କହିଛନ୍ତି ଯେ, ଆଜି ସକାଳ ୭ଟା ସମୟରେ ଦୀନ ଦୟାଲ ହସ୍ପିଟାଲରେ ତିହାର ଜେଲରୁ ଦୁଇ ଜଣ ବିଚାରଧୀନ କଏଦୀ ଭର୍ତ୍ତି ହୋଇଥିବାର ସୂଚନା ମିଳିଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ କଏଦୀ ଗ୍ୟାଙ୍ଗଷ୍ଟାର ଟିଲୁ ଓରଫ ସୁନୀଲ ବୋଲି ପରିଚୟ ମିଳିଛି । ଚିକିତ୍ସାଧୀନ ଥିବା ରୋହିତ ନାମକ ଅନ୍ୟ ଜଣେ କଏଦୀର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।

ଏହାମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କ 91ଥର ଅପଶବ୍ଦ ଟିପ୍ପଣୀ: ରାହୁଲ କହିଲେ ବ୍ୟକ୍ତିଗତ ନୁହେଁ କର୍ଣ୍ଣାଟକବାସୀଙ୍କ କଥା କୁହ

ଟିଲୁ ତାଜପୁରିୟା ରୋହିଣୀ କୋର୍ଟ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା । ୨୦୨୧ରେ ତିଲୁର ଦୁଇଜଣ ସହଯୋଗୀ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗିକୁ ଗୁଳି କରି ହତ୍ୟା କରିଥିଲେ । ଓକିଲ ବେଶରେ କୋର୍ଟରୁମ ଭିତରେ ପଶି ସେମାନେ ହତ୍ୟାକାଣ୍ଡ ଘଟାଇଥିଲେ । ପରେ ପୋଲିସ ଗୁଳିରେ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଟିଲୁର ନିର୍ଦ୍ଦେଶରେ ହିଁ ଗୋଗିକୁ ହତ୍ୟା କରାଯାଇଥିବା ଜଣାପଡିଥିଲା । ଜିତେନ୍ଦ୍ର ଗୋଗି ଓ ଟିଲୁ ଗ୍ୟାଙ୍ଗ ମଧ୍ୟରେ ବର୍ଷ ବର୍ଷ ଧରି ଶତ୍ରୁତା ଲାଗି ରହିଛି । ଗୋଗି ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲା । ୨୦୨୧ରେ ତାକୁ କୋର୍ଟରେ ହାଜର କରିବାକୁ ନିଆଯାଉଥିବା ବେଳେ ଟିଲୁ ଗ୍ୟାଙ୍ଗ ସଦସ୍ୟ କୋର୍ଟ ଭିତରେ ପଶି ହତ୍ୟା କରିଥିଲେ ।

ଏହାମଧ୍ୟ ପଢନ୍ତୁ: Remark Against Modi: ପ୍ରିୟଙ୍କ୍‌ ଖଡଗେଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 2, 2023, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.