ETV Bharat / bharat

Remark Against Modi: ପ୍ରିୟଙ୍କ୍‌ ଖଡଗେଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ

author img

By

Published : May 2, 2023, 8:14 AM IST

ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ କହିବାରୁ ପ୍ରିୟଙ୍କ୍‌ ଖଡଗେଙ୍କ ବିରୋଧରେ କର୍ଣ୍ଣାଟକ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି। ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: ପାଖଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ହେବିଓ୍ବେଟଙ୍କ ପ୍ରଚାରରେ କମ୍ପୁଛି ପ୍ରଚାର ମଇଦାନ । ଏହାରି ଭିତରେ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସହ ଏବେ ଅପଶବ୍ଦ ବ୍ୟବହାର କରିବାରେ ଲାଗିଛନ୍ତି ବିପକ୍ଷ ଦଳ ନେତାଏ । ପ୍ରଧାନମନ୍ତ୍ରୀଙ୍କୁ ନେଇ କଂଗ୍ରେସ ବାରମ୍ବାର ଅପଶବ୍ଦ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ କହିବାରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ୍‌ ଖଡଗେଙ୍କ ବିରୋଧରେ କର୍ଣ୍ଣାଟକ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି । ଏନେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, "ପ୍ରିୟଙ୍କ୍‌ କେବେ ବି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି ବିବୃତ୍ତି ଦେଇନାହାନ୍ତି, କିନ୍ତୁ ଲୋକମାନେ ଏପରି କହୁଛନ୍ତି ।" କିଛି ଦିନ ପୂର୍ବେ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ କହି କଟାକ୍ଷ କରିଥିବା ବେଳେ ସୋମବାର ତାଙ୍କ ପୁଅ ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ ବୋଲି କହି କଟାକ୍ଷ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କ 91ଥର ଅପଶବ୍ଦ ଟିପ୍ପଣୀ: ରାହୁଲ କହିଲେ ବ୍ୟକ୍ତିଗତ ନୁହେଁ କର୍ଣ୍ଣାଟକବାସୀଙ୍କ କଥା କୁହ

ସୋମବାର ଦିନ ପ୍ରିୟଙ୍କ ଖଡଗେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ । ପ୍ରଥମେ ମୋଦିଙ୍କ କାଲାବୁରାଗୀ ଗସ୍ତକୁ ସମାଲୋଚନା କରି କହିଥିଲେ ପ୍ରିୟଙ୍କ । ସେ କହିଥିଲେ, "ଯେତେବେଳେ ପ୍ରଧାନମନ୍ତ୍ରୀ କାଲାବୁରାରୀକୁ ପ୍ରଚାର ପାଇଁ ଆସିଥିଲେ, କହିଥିଲେ ବଞ୍ଜାରା ସମ୍ପ୍ରଦାୟର ନିବାସୀ ଭୟଭୀତ ହେବାର ଆବଶ୍ୟକତା ନାହଁ । କାରଣ ଦିଲ୍ଲୀରେ ବଞ୍ଜାରା ସମ୍ପ୍ରଦାୟର ଜଣେ ପୁଅ ବସିଛି । ଯଦି ପୁଅ ଅଯୋଗ୍ୟ ହୁଏ ତେବେ ଘର କିପରି ଚାଲି ପାରିବ ।"

ଏହା ମଧ୍ୟ ପଢନ୍ତୁ-‘ମନ କି ବାତରେ ଖର୍ଚ୍ଚ ହୋଇଛି 830 କୋଟି’: ଗୁଜୁରାଟ AAP ମୁଖ୍ୟଙ୍କ ନାମରେ ମାମଲା

ଚିଟାପୁରରୁ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଥିବା ପ୍ରିୟଙ୍କ ଖଡଗେଙ୍କ ଏପରି ମନ୍ତବ୍ୟ ପରେ ମଲ୍ଲିକାର୍ଜୁନ ଖଡ଼ଗେ ସ୍ପଷ୍ଟ କରିଥିଲେ ଯେ, ତାଙ୍କ ପୁଅ ପ୍ରିୟଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଦାପି ଅଯୋଗ୍ୟ ପୁଅ କହି ନାହାନ୍ତି । ତାଙ୍କ ମତର ଅର୍ଥ ପରିବର୍ତ୍ତନ କରୁଛନ୍ତି ଲୋକେ ।

ଏନେଇ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, "ପ୍ରିୟଙ୍କ ଖଡଗେ କେବେ ବି ଏପରି କହି ନାହାନ୍ତି । ତାଙ୍କ ନାମରେ ଏପରି ଅପପ୍ରଚାର କରନ୍ତୁ ନାହିଁ । ତାଙ୍କୁ ର୍ଦୁବ୍ୟବହାର କରିଥିବା ସଂସଦୀୟ ସଦସ୍ୟଙ୍କୁ ସେ ଟାର୍ଗେଟ କରିଥିଲେ । ତେଣୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ କହିଥିବା କଥା ପ୍ରଚାର କରନ୍ତୁ ନାହିଁ । ଉଦ୍ଦେଶ୍ୟମୂଳକ ଭାବେ ଏପରି କୁହାଯାଉଛି । ଅନ୍ୟପଟେ ବିଜେପି ନେତା ଶୋଭା କରନ୍ଦଲାଜେ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବିଜେପିର ନୁହଁ ବରଂ ଦେଶର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.