ETV Bharat / bharat

ଚାକିରିରୁ ବିଦା ହେବେ ମେଦବହୁଳ ଓ ମଦ୍ୟପ ପୋଲିସ ବାବୁ: ସରକାର ଆଣିଲେ ନିୟମ

author img

By

Published : May 2, 2023, 6:44 AM IST

ଚାକିରିରୁ ବିଦା ହେବେ ମେଦବହୁଳ ଓ ମଦ୍ୟପ ପୋଲିସ ବାବୁ । 2024 ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଅଧିକ ପଢନ୍ତୁ

ଚାକିରିରୁ ବିଦା ହେବେ ମେଦବହୁଳ ଓ ମଦ୍ୟପ ପୋଲିସ ବାବୁ: ଆସାମ ସରକାର ଆଣିଲେ ନିୟମ
ଚାକିରିରୁ ବିଦା ହେବେ ମେଦବହୁଳ ଓ ମଦ୍ୟପ ପୋଲିସ ବାବୁ: ଆସାମ ସରକାର ଆଣିଲେ ନିୟମ

ଗୌହାଟୀ: ଆସାମ ପୋଲିସ ବିଭାଗରେ କୌଣସି 'ମେଦବହୁଳ’ ଓ 'ମଦ୍ୟପ' ପୋଲିସ୍ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ବରଦାସ୍ତ କରାଯିବ ନାହିଁ । ସେମାନଙ୍କୁ ସ୍ବେଚ୍ଛାକୃତ ଅବସର (VRS)ଦେବା ପାଇଁ ଆସାମ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ଗୃହ ବିଭାଗ ନିଜ ଅଧୀନରେ ରଖିଥିବା ହିମନ୍ତ ବିଶ୍ବଶର୍ମା ଏନେଇ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏହି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

ଚାକିରିରୁ ବିଦା ହେବେ ମେଦବହୁଳ ଓ ମଦ୍ୟପ ପୋଲିସ ବାବୁ: ଆସାମ ସରକାର ଆଣିଲେ ନିୟମ
ଚାକିରିରୁ ବିଦା ହେବେ ମେଦବହୁଳ ଓ ମଦ୍ୟପ ପୋଲିସ ବାବୁ: ଆସାମ ସରକାର ଆଣିଲେ ନିୟମ

ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ପ୍ରାୟ 300 ପୋଲିସ ଅଧିକାରୀ ଏବଂ ଯବାନଙ୍କୁ VRS ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି । ଗୃହ ବିଭାଗ ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ଚଳାଇଛି । ରାଜ୍ୟ ସରକାରଙ୍କ ଏକ ସ୍ୱତନ୍ତ୍ର ଟିମ୍ ଏଭଳି ପୋଲିସ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ ଆସାମ ପୋଲିସରେ ଅତି କମରେ 4,000 ଏପରି ଅନ୍‌ଫିଟ୍‌ ଅଧିକାରୀ ଏବଂ ଯବାନ ଅଛନ୍ତି ।

ଗତକାଲି(ରବିବାର) ଆସାମ ପୋଲିସ ବିଭାଗ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି, 'ଆସାମ ପୋଲିସରେ 300 ଅଧିକାରୀ ଏବଂ ଯବାନ ଅଛନ୍ତି ଯେଉଁମାନେ ସାଧାରଣତଃ ମଦ୍ୟପାନ କରନ୍ତି । ମଦ୍ୟପାନ ତାଙ୍କ ଶରୀରକୁ ଅନଫିଟ୍‌ରେ କରିସାରିଛି । ସେମାନଙ୍କୁ ପ୍ରାୟତଃ ଚିହ୍ନଟ କରାଯାଇ ସାରିଛି । ସେମାନଙ୍କୁ ଚାକିରିରୁ ଭିଆରଏସ ପ୍ରଦାନ କରାଯିବ ।' ତାଙ୍କ ସ୍ଥାନରେ ପ୍ରଦେଶ ଦକ୍ଷ ଯୁବକ ଯୁବତୀଙ୍କୁ ପୋଲିସ ବିଭାଗରେ ଭର୍ତ୍ତିର ସୁଯୋଗ ମିଳିପାରିବା ନେଇ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି ।

ଅନ୍ୟପଟେ ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ ଏକ ବଡ ସୂଚନା ଦେଇଛନ୍ତି ବିଶ୍ବଶର୍ମା । 2024 ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ କୌଣସି କ୍ୟାବିନେଟ ପୁନଃଗଠନ କିମ୍ବା ସମ୍ପ୍ରସାରଣ ହେବ ନାହିଁ । ଉଲ୍ଲେଖନୀୟ କଥା ହେଉଛି, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ବିଜେପି ସରକାର (ଆସନ୍ତା ମାସ) ମେ’ 10 ରେ ଦୁଇ ବର୍ଷ ପୂରଣ କରିବାକୁ ଯାଉଛି । ସରକାରର ଦୁଇ ବର୍ଷର ସମାପ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଏହାର ଦୁଇ ବର୍ଷ ପୂର୍ତ୍ତି ଉତ୍ସବକୁ ବଡ଼ ଉତ୍ସବ ଭାବେ ପାଳନ କରାଯିବ । 9 ମେ’ ରୁ 11 ମେ’ ପର୍ଯ୍ୟନ୍ତ ତିନି ଦିନିଆ କାର୍ଯ୍ୟକ୍ରମ ରଖାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ସାମିଲ ହେବେ । ସରକାରଙ୍କ ଉପଲବ୍ଧି ସମ୍ପର୍କରେ ରାଜ୍ୟର ଜନତାଙ୍କୁ ଅବଗତ କରିବା ଓ ସରକାରଙ୍କ ଯୋଜନାରେ ଲୋକଙ୍କୁ ସାମିଲ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟାଂଶ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.