ETV Bharat / bharat

Congress President poll: ଦିଲ୍ଲୀରେ ଭୋଟ ଦେଲେ ସୋନିଆ ଓ ମନମୋହନ, କର୍ଣ୍ଣାଟକରେ ରାହୁଲ

author img

By

Published : Oct 17, 2022, 3:57 PM IST

Congress President poll: Sonia Gandhi cast vote in Delhi, Rahul from Karnataka
Congress President poll: ଦିଲ୍ଲୀରେ ଭୋଟ ଦେଲେ ସୋନିଆ ମନମୋହନ, କର୍ଣ୍ଣାଟକରେ ରାହୁଲ

ଜାରି ରହିଛି କଂଗ୍ରେସ ହାଇକମାଣ୍ଡ ନିର୍ବାଚନ ପାଇଁ ଭୋଟିଂ (Congress Presidential elections)। ଦେଶବ୍ୟାପୀ ଭୋଟ ଦେଉଛନ୍ତି କଂଗ୍ରେସ ସଦସ୍ୟ । ଦିଲ୍ଲୀରେ ଭୋଟ ଦେଲେ ସୋନିଆ, ମନମୋହନ ଓ ପ୍ରିୟଙ୍ଗା । କର୍ଣ୍ଣାଟକରେ ରାହୁଲ ଦେଲେ ଭୋଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଭୋଟିଂ ଜାରି ରହିଛି । ସାରା ଦେଶରେ ଏହି ମତଦାନ ଜାରି ରହିଥିବାବେଳେ କଂଗ୍ରେସ ନେତାମାନେ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳର ବର୍ତ୍ତମାନ ଅନ୍ତରୀଣ ହାଇକମାଣ୍ଡ ଥିବା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭୋଟ ଦେଇଛନ୍ତି । ସେହିପରି ଭାରତ ଯୋଡୋ ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ ବର୍ତ୍ତମାନ କର୍ଣ୍ଣାଟକରେ ଥିବା ଯୋଗୁ ବେଲାରୀରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଆଜି ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟ ସମତେ ବିଭିନ୍ନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ଭୋଟ ଦେବାର ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ସଦସ୍ୟ ନିଜ ପିସିସି କାର୍ଯ୍ୟାଳୟରେ ଭୋଟ ଦେଉଛନ୍ତି (Congress President poll voting)। କିଛି ନେତା ଦିଲ୍ଲୀ ମୁଖ୍ୟାଳୟରେ ମଧ୍ୟ ଭୋଟିଂରେ ସାମିଲ ହୋଇଛନ୍ତି । ଏହି ମତଦାନ ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟାରେ ଶେଷ ହେବାକୁ ଯାଉଛି । ଏହି ନିର୍ବାଚନ ୨୨ ବର୍ଷ ପରେ ହେଉଥିବାବେଳେ ଏଥିରେ ପ୍ରାୟ ୯ ହଜାର କଂଗ୍ରେସ ସଦସ୍ୟ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ୨୨ ବର୍ଷ ପରେ ପୁଣି ଥରେ କଂଗ୍ରେସ ଜଣେ ଅଣଗାନ୍ଧୀ ନେତୃତ୍ବ ପାଇବାକୁ ଯାଉଛି ।

ଏହି ନିର୍ବାଚନରେ ଗାନ୍ଧୀ ପରିବାରରୁ କେହି ପ୍ରତିଦ୍ବନ୍ଦ୍ବିତା କରୁନଥିବା ବେଳେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁରଙ୍କ ମଧ୍ୟରେ ଏହି ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ପାଇଁ ଲଢେଇ ଜାରି ରହିଛି । ୧୯୯୮ ରେ ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବାବେଳେ, ୨୦୧୭ ପର୍ଯ୍ୟନ୍ତ ଏହି ଦାୟିତ୍ବ ସମ୍ଭାଳିଥିଲେ । ପରେ ପୁଅ ରାହୁଲ ଗାନ୍ଧୀ ୨୦୧୭ ରେ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ରାହୁଲଙ୍କ ନେତୃତ୍ବରେ ଦଳ ୨୦୧୯ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବା ପରେ ଗାଦି ଛାଡିଥିଲେ ରାହୁଲ । ପୁଣି ଥରେ ମାଆ ସୋନିଆଙ୍କୁ ଏହି ଦାୟିତ୍ବରେ ଅବସ୍ଥାପିତ ହେବାକୁ ପଡିଥିଲା । ତେବେ ସେବେଠାରୁ ଅଦ୍ୟାବଧି ସୋନିଆ ଦଳର ଅନ୍ତରୀଣ ହାଇକମାଣ୍ଡ ଭାବେ ଦାୟିତ୍ବରେ ରହି ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Congress President Poll: ଆଜି ଭୋଟିଂ, 24 ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ

ଚଳିତ ଥର ଅଧ୍ୟକ୍ଷ ପଦ ନିର୍ବାଚନ ହେଉଥିଲେ ସୁଦ୍ଧା ଗାନ୍ଧୀ ପରିବାରରୁ କେହି ପ୍ରତିଦ୍ବନ୍ଦ୍ବୀତା କରିବାରେ ଆଗ୍ରହ ପ୍ରକାଶ କରି ନଥିଲେ । ପରେ ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠ ନେତା ଶଶୀ ଥରୁର ଓ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବୀତା ହେଉଛି । ଆଜି ଅପରାହ୍ନ ୪ରେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟବାକ୍ସକୁ ଏଆଇସିସି ଷ୍ଟ୍ରଙ୍ଗରୁମରେ ରଖାଯିବ । ୧୯ ତାରିଖରେ ଭୋଟ ଗଣତି ହେବା ସହ ଫଳାଫଳ ମଧ୍ୟ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.