ETV Bharat / bharat

Congress President Poll: ଆଜି ଭୋଟିଂ, 24 ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ

author img

By

Published : Oct 16, 2022, 5:20 PM IST

Updated : Oct 17, 2022, 7:14 AM IST

congress president poll: ଆସନ୍ତାକାଲି ଭୋଟିଂ, 24 ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ
congress president poll: ଆସନ୍ତାକାଲି ଭୋଟିଂ, 24 ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ

ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଭୋଟ ଦେବେ 9 ହଜାର କଂଗ୍ରେସ ସଦସ୍ୟ (presidential candidates for congress )। ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ 36ଟି ପୁଲିଂ ଷ୍ଟେସନ ଓ 67 ବୁଥର ବ୍ୟବସ୍ଥା । କର୍ଣ୍ଣାଟକରୁ ଭୋଟ ଦେବେ ରାହୁଲଙ୍କ ସମେତ ଅନ୍ୟ 40 ନେତା । ଖଡଗେ ଓ ଥରୁରଙ୍କ ମଧ୍ୟରେ ହେଉଛି ଲଢେଇ । 24ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି (ସୋମବାର) ବହୁ ପ୍ରତୀକ୍ଷିତ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ମତଦାନ । ଦୀର୍ଘ 24 ବର୍ଷ ପରେ ପୁଣି ଦଳକୁ ଜଣେ ଅଣଗାନ୍ଧୀ ବା ଗାନ୍ଧୀ ପରିବାର ବାହାରର ସଦସ୍ୟ ହାଇକମାଣ୍ଡ ଭାବେ ମିଳିବାକୁ ଯାଉଛନ୍ତି (presidential candidates for congress )। ଚଳିତ ନିର୍ବାଚନରେ ଗାନ୍ଧୀ ପରିବାରରୁ କେହି ସର୍ବପୁରାତନ ଦଳର ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ପାଇଁ ନିର୍ବାଚନ ଲଢୁନାହାନ୍ତି ।

2000 ମସିହାରେ ହୋଇଥିଲା ଶେଷ ନିର୍ବାଚନ:-

ଶେଷ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ 2000 ମସିହାରେ ହୋଇଥିଲା । ଏଥିରେ ସୋନିଆ ଗାନ୍ଧୀ ନିଜ ପ୍ରତିଦ୍ବନ୍ଦ୍ବୀ ଜିତେନ୍ଦ୍ର ପ୍ରସାଦଙ୍କୁ ବଡ ବ୍ୟବଧାନରେ ପରାଜିତ କରି ଦଳର ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ହାସଲ କରିଥିଲେ । ଏହା ପୂର୍ବରୁ 1998 ରେ ଦଳ ତାର ଶେଷ ଅଣଗାନ୍ଧୀ ହାଇକମାଣ୍ଡଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଇଥିଲେ । 1996 ମସିହାରେ ସୀତାରାମ କେଶରୀ ରାଜେଶ ପାଇଲଟ ଓ ଶରଦ ପାଓ୍ବରଙ୍କୁ ପରାସ୍ତ କରି ଦଳର ହାଇକମାଣ୍ଡ ପଦବୀ ହାସଲ କରିଥିଲେ । ସେ ଥିଲେ ଦଳର ଶେଷ ଅଣଗାନ୍ଧୀ ହାଇକମାଣ୍ଡ (presidential candidates for congress )।

1998 ରୁ ଦାୟିତ୍ବ ନେଇଥିଲେ ସୋନିଆ :-

1996 ମସିହା ନିର୍ବାଚନରେ ସୀତାରାମ କେଶରୀ ନିର୍ବାଚନ ଜିତି କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ । 1998 ରେ ଏହି ସର୍ବୋଚ୍ଚ ସାଙ୍ଗଠନିକ ଦାୟିତ୍ବ ସୋନିଆ ଗାନ୍ଧୀଙ୍କ କାନ୍ଧକୁ ଆସିଥିଲା । ଏଥିରେ ସୋନିଆ ଗାନ୍ଧୀ ନିଜ ପ୍ରତିଦ୍ବନ୍ଦ୍ବୀ ଜିତେନ୍ଦ୍ର ପ୍ରସାଦଙ୍କୁ ବଡ ବ୍ୟବଧାନରେ ପରାଜିତ କରି ଦଳର ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ହାସଲ କରିଥିଲେ । ସେବେଠାରୁ 2017 ପର୍ଯ୍ୟନ୍ତ ସୋନିଆ ଦଳର ସର୍ବୋଚ୍ଚ ସାଙ୍ଗଠନିକ ପଦବୀରେ ରହିଥିଲେ । ସୋନିଆଙ୍କ ନେତୃତ୍ବରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟ କେନ୍ଦ୍ରରେ 2 ଥର ସରକାର ମଧ୍ୟ ଗଠନ କରିବାରେ ସଫଳ ହୋଇଥିଲା ।

2019ରେ ଦଳର ପରାଜୟ ପରେ ଇସ୍ତଫା ଦେଇଥିଲେ ରାହୁଲ:-

2017ରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ରାହୁଲଙ୍କ ନେତୃତ୍ବରେ ଦଳ 2019 ସାଧାରଣ ନିର୍ବାଚନ ଲଢିଥିଲେ ସୁଦ୍ଧା ସମଗ୍ର ଦେଶରେ ନୈରାଶ୍ୟଜନକ ଫଳାଫଳର ସାମ୍ନା କରିଥିଲା । ଦଳର ପରାଜୟ ପରେ ରାହୁଲଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠିବା ସହ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା । ରାହୁଲଙ୍କ ଇସ୍ତଫା ପରେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବରେ ରହି ଆସିଛନ୍ତି ।

ଚଳିତ ନିର୍ବାଚନ :-

22 ବର୍ଷ ପରେ ପୁଣି ଥରେ ଦଳରେ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଏଥର ମୋଟ 9,000 କଂଗ୍ରେସ ସଦସ୍ୟ ଓ ପ୍ରଦେଶ କଂଗ୍ରେସ ସଦସ୍ୟ ଭୋଟ ଦେଇ ଦଳର ହାଇକମାଣ୍ଡ ବାଛିବାକୁ ଯାଉଛନ୍ତି । ଗାନ୍ଧୀ ପରିବାର ପକ୍ଷରୁ କେହି ପ୍ରତିଦ୍ବନ୍ଦ୍ବିତା କରୁନଥିବା ବେଳେ ବରିଷ୍ଠ ନେତା ତଥା ରାଜ୍ୟସଭାରେ ଦଳର ଫ୍ଲୋର ଲିଡର ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟତମ ବରିଷ୍ଠ ନେତା ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି । ତେବେ ଖଡଗେ ଗାନ୍ଧୀ ପରିବାରର ବେସ ନିକଟବର୍ତ୍ତୀ ହୋଇଥିବା ବେଳେ ଶଶୀ ଥରରୁ ଜି-23 ନେତା ଭାବେ ମଧ୍ୟ ପରିଚିତ ।

ମତଦାନ ପାଇଁ ସରିଛି ସମସ୍ତ ପ୍ରକ୍ରିୟା:-

ଆଜି ଭୋଟିଂ ପାଇଁ ସମସ୍ତ ପ୍ରକ୍ରିୟା ତଦାରଖ କରିଛନ୍ତି ଦଳର ନିର୍ବାଚନ ମୁଖ୍ୟ ମଧୁସୂଦନ ମିସ୍ତ୍ରୀ । ପ୍ରଦେଶ କଂଗ୍ରେସ ସଦସ୍ୟମାନେ ନିଜ ନିଜ ପ୍ରାଦେଶିକ କାର୍ଯ୍ୟାଳୟରେ ଭୋଟ ଦେବେ । ସେହିପରି ବିଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ବରେ ଥିବା ନେତାମାନେ ନିଜ ଦାୟିତ୍ବରେ ଥିବା ପ୍ରଦେଶରେ ଭୋଟ ଦେବେ ।

କର୍ଣ୍ଣାଟକରେ ଭୋଟ ଦେବେ ରାହୁଲ ଗାନ୍ଧୀ :-

ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶରୁ ପିସିସି ସଦସ୍ୟ ଭାବେ ଭୋଟର ତାଲିକାରେ ଥିବା ବେଳେ ଏବେ ଭାରତ ଯୋଡୋ ଯାତ୍ରା ପାଇଁ କର୍ଣ୍ଣାଟକରେ ଅଛନ୍ତି । ଯାତ୍ରାରେ ସାମିଲ ଥିବା ରାହୁଲଙ୍କ ସମେତ ଅନ୍ୟ ପ୍ରାୟ 40 ନେତା କର୍ଣ୍ଣାଟକର ବେଲାରୀରେ ମତଦାନ କରିବେ । ଭୋଟିଂ ପାଇଁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ 36 ଟି ପୁଲିଂ ଷ୍ଟେସନ ଓ 67 ବୁଥର ବ୍ୟବସ୍ଥା କରାଯାଇଛି । ସମସ୍ତ ଭୋଟରଙ୍କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବା ନେଇ ବ୍ୟବସ୍ଥା ହୋଇଛି । ଆଜି (ସୋମବାର) 10 ରୁ 4 ଟା ପର୍ଯ୍ୟନ୍ତ ଭୋଟିଂ ହେବ । ସେହିପରି ଭୋଟିଂ ପରେ ସମସ୍ତ କେନ୍ଦ୍ରରୁ ଭୋଟ ବାକ୍ସ ସଂଗ୍ରହ କରାଯାଇ AICC ଷ୍ଟ୍ରଙ୍ଗରୁମକୁ ଅଣାଯିବ । ଅକ୍ଟୋବର 19 ତାରିଖରେ ଭୋଟ ଗଣତି ସହ ଫଳଫଳା ପ୍ରକାଶ ପାଇବା ନେଇ ତାରିଖ ସ୍ଥିର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 17, 2022, 7:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.