ETV Bharat / bharat

Rajasthan politics: ଗେହଲଟଙ୍କ ବିରୋଧରେ ଅନଶନ କଲେ ସଚିନ ପାଇଲଟ

author img

By

Published : Apr 11, 2023, 11:43 AM IST

Updated : Apr 11, 2023, 2:23 PM IST

ଗେହଲଟଙ୍କ ବିରୋଧରେ ଅନଶନ କଲେ ସଚିନ ପାଇଲଟ
ଗେହଲଟଙ୍କ ବିରୋଧରେ ଅନଶନ କଲେ ସଚିନ ପାଇଲଟ

ରାଜସ୍ଥାନ କଂଗ୍ରେସରେ ହଟ୍ଟଚମଟ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଅନଶନ କଲେ ସଚିନ ପାଇଲଟ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନ କଂଗ୍ରେସରେ ପୁଣି ବିଦ୍ରୋହ । ତେଜିବାରେ ଲାଗିଛି ଗେହଲଟଙ୍କ ଓ ପାଇଲଟଙ୍କ କଳି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଦିନିକିଆ ଅନଶନ ଘୋଷଣା କରିଛନ୍ତି ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ବସୁନ୍ଧରା ରାଜେଙ୍କ ଅମଳରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି କରି ପାଇଲଟ ଆଜି ଶହୀଦ ସ୍ମାରକଠାରେ ଅନଶନ କରୁଛନ୍ତି । ତେବେ ଅନଶନସ୍ଥଳରେ ଦଳୀୟ ପତାକା କିମ୍ବା କୌଣସି କଂଗ୍ରେସ ନେତାଙ୍କ ଫଟୋ ଦେଖିବାକୁ ମିଳିନି । ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ କଂଗ୍ରେସ ନେତାଙ୍କ ମଧ୍ୟରେ ଏହି ବିବାଦ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ପାଇଲଟଙ୍କ ଅନଶନକୁ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂହ ରାନ୍ଧୱା ଦଳ ବିରୋଧି ଗତିବିଧି ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Sonipat mosque dispute: ଆକ୍ରମଣରେ ସାମିଲ 10 ଗିରଫ, ରମଜାନ ପ୍ରାର୍ଥନା ବେଳେ କରିଥିଲେ ଆକ୍ରମଣ

କଂଗ୍ରେସ ପାର୍ଟି ସଚିନ ପାଇଲଟଙ୍କ ଅନଶନକୁ ନେଇ ଯେଉଁଭଳି ପ୍ରତିକ୍ରିୟାଶୀଳ ହୋଇଛି ଏବଂ ଦଳ ବିରୋଧି ଗତିବିଧି ବୋଲି କହିଛି ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଅନଶନ ପରେ ପାଇଲଟଙ୍କ ବିରୋଧରେ ଅନୁଶାସନତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଯଦି କାର୍ଯ୍ୟାନୁଷ୍ଠାନ ହୁଏ ତେବେ ସଚିନ ପାଇଲଟଙ୍କ ପାଖରେ କଂଗ୍ରେସ ଛାଡିବା ବ୍ୟତୀତ ଅନ୍ୟ ବିକଳ୍ପ ରହିବ ନାହିଁ । ଏପରି ସ୍ଥିତିରେ ପାଇଲଟଙ୍କ ପନିକଟରେ ଏବେ ଦୁଇଟି ରାସ୍ତା ଅଛି, ଗୋଟିଏ ଆଜି ସନ୍ଧ୍ୟା କିମ୍ବା ଆସନ୍ତା ଦିନରେ ନିଜର ସମର୍ଥକଙ୍କ ସହ ଦଳ ଛାଡିବା ନେଇ ଘୋଷଣା କରିବେ ନଚେତ୍ କଂଗ୍ରେସର ଆଗାମୀ କାର୍ଯ୍ୟପନ୍ଥା ଉପରେ ନଜର ରଖିବେ ।

ଏହାମଧ୍ୟ ପଢନ୍ତୁ: ସାକ୍ଷୀ ଖବରକାଗଜକୁ ଆନ୍ଧ୍ର ସରକାରଙ୍କ ପ୍ରୋତ୍ସାହନ ମାମଲା, ହାଇକୋର୍ଟ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜେପି ନେତା ବସୁନ୍ଧରା ରାଜେଙ୍କ ସରକାର ଅମଳରେ ଦୁର୍ନୀତି ଅଭିଯୋଗ ହୋଇଥିଲା । କଂଗ୍ରେସ କ୍ଷମତାକୁ ଆସିବା ପୂର୍ବରୁ ଏହି ମାମଲାର ତଦନ୍ତ ହେବ ବୋଲି କହିଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଦୁହିଁଙ୍କ ମଧ୍ୟରେ ଭିତରି ବୁଝାମଣା ଥିବା ପାଇଲଟ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଆଜି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଜୟପୁରରେ ଶହୀଦ ସ୍ମାରକଠାରେ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି । ଏହାପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମୟରେ ରାଜସ୍ଥାନ କଂଗ୍ରେସରେ ହଟ୍ଟଚମଟ ସୃଷ୍ଟି ହୋଇଥିଲା । ଅଶୋକ ଗେହଲଟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବାକୁ ଥିବାବେଳେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ତାଙ୍କର ଅନୁଗତ ବିଧାୟକମାନେ ତୀବ୍ର ବିରୋଧ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 11, 2023, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.