ETV Bharat / bharat

Sonipat mosque dispute: ଆକ୍ରମଣରେ ସାମିଲ 10 ଗିରଫ, ରମଜାନ ପ୍ରାର୍ଥନା ବେଳେ କରିଥିଲେ ଆକ୍ରମଣ

author img

By

Published : Apr 10, 2023, 11:02 PM IST

ହରିୟାଣାର ସୋନିପତ ମସଜିଦ ଆକ୍ରମଣ ମାଲାରେ ଗିରଫ ହେଲେ 10 ଅଭିଯୁକ୍ତ । ରବିବାର ସଂଧ୍ୟାରେ ରମଜାନ ପ୍ରାଥନା ବେଳେ କରିଥିଲେ ଆକ୍ରମଣ । ଅଧିକ ପଢନ୍ତୁ

Sonipat mosque dispute
Sonipat mosque dispute

ଚଣ୍ଡିଗଡ: ହରିୟାଣାର ସୋନିପତ ଜିଲ୍ଲାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ସାମ୍ନାକୁ ଆସିଛି । ସାନ୍ଦାଲ କାଲାନ ଗ୍ରାମରେ 15ରୁ 20 ଜଣ ସଶସ୍ତ୍ର ବ୍ୟକ୍ତି ବିଳମ୍ବିତ ରାତିରେ ଏକ ମସଜିଦରେ ରମଜାନରେ ପ୍ରାର୍ଥନା କରୁଥିବା ଇସଲାମ ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଯୁବକମାନେ ଆକ୍ରମଣ ଓ ଶ୍ରଦ୍ଧାଳୁଙ୍କୁ ମାଡ ମାରିବା ସହ ମସଜିଦରେ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ଗତକାଲି ସଂଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଆଜି(ସୋମବାର) ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର 10 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କୁ ମଧ୍ୟରୁ 3 ଜଣଙ୍କୁ ଦିନିକିଆ ପୋଲିସ କଷ୍ଟଡିକୁ ପଠାଯିବା ସହ ଅନ୍ୟ 7ଜଣଙ୍କୁ ନ୍ୟାୟିକ ହାଜତକୁ ପଠାଇଛନ୍ତି କୋର୍ଟ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗିରହିଛି । ଗାଁ ଓ ଆଖପାଖରେ ବହୁସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହି ମାମଲାରେ ପ୍ରାଥମିକ ଭାବେ ପୋଲିସ ମୋଟ 16 ଜଣଙ୍କୁ ଅଟକ ରଖିଥିଲା । ସମସ୍ତ ଅଭିଯୁକ୍ତ ନିକଟବର୍ତ୍ତୀ ଗ୍ରାମର । ସେମାନଙ୍କୁ ପ୍ରାଥମିକ ଜେରା ପରେ 10 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏମାନେ କାହା ନିର୍ଦ୍ଦେଶରେ ଭଙ୍ଗାରୁଜା କରିଛନ୍ତି ପୋଲିସ ଜାଣିବାକୁ ଚେଷ୍ଟା କରୁଛି । କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲେ ସୁଦ୍ଧା ମଧ୍ୟ ମୂଳ କାରଣ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିଛି । ଏହା ଏକ ସାମ୍ପ୍ରଦାୟିକ ହିଂସାକାଣ୍ଡ ବୋଲି ପୋଲିସ କହିଛି ।

ସୋନିପତର ସୋଣ୍ଡାଲ କାଲାନ ଗ୍ରାମରେ ଗତକାଲି(ରବିବାର) ବିଳମ୍ବିତ ସଂଧ୍ୟାରେ ରମଜାନ ପ୍ରାର୍ଥନା କରୁଥିବା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଆକ୍ରମଣ କରିଥିଲେ । ସେମାନେ ମସଜିଦରେ ଭଙ୍ଗାରୁଜା କରିବା ମହିଳାଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଆଜି କୋର୍ଟରେ ହାଜର ହୋଇଥିବା 10 ଜଣଙ୍କ ମଧ୍ୟରୁ 3 ଅଭିଯୁକ୍ତଙ୍କୁ ଦିନେ ପାଇଁ ପୋଲିସ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ସେହିପରି ଅନ୍ୟ ଅବଶିଷ୍ଟ 7 ଅଭିଯୁକ୍ତଙ୍କ ବେଲ ଖାରଜ ହେବା ସହ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏବେ ମଧ୍ୟ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ପୋଲିସ ଫୋର୍ସ ମୁତୟନ ହେବା ସହ ଘଟଣାର ତଦନ୍ତ ମଧ୍ୟ ଜାରିରହିଛି । ତେଣୁ ଗିରଫଦାରୀ ସଂଖ୍ୟା ମଧ୍ୟ ବଢିବା ନେଇ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.