ETV Bharat / bharat

Manipur Woman Video:'ସରକାର ପଦକ୍ଷେପ ଗ୍ରହଣ ନକଲେ ଆମେ କରିବୁ'

author img

By

Published : Jul 20, 2023, 1:21 PM IST

Updated : Jul 20, 2023, 1:29 PM IST

Chief Justice on Manipur Women paraded naked video
Chief Justice on Manipur Women paraded naked video

ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ କଡ୍ଡା ମନ୍ତବ୍ୟ ଦେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ପ୍ରଧାନ ବିଚାରପତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମଣିପୁରରେ ଦୁଇ ମହିଳାଙ୍କ ଉପରେ ବର୍ବରତାକୁ ନେଇ ସାରା ଦେଶରେ ଆଲୋଡନ ଖେଳି ଯାଇଛି । ମାନବ ସମାଜରେ ଘଟି ଯାଇଥିବା ଏହି ଲଜ୍ଜାଜନକ ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଭାଇରାଲ ହୋଇଥିବା ଭିଡିଓ ବିଚଳିତ କରିବା ପରି ଘଟଣା । ଯଦି ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଅନ୍ତି ତେବେ ଆମେ ହସ୍ତକ୍ଷେପ କରିବୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ । ଏହି ଘଟଣାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଣିପୁରରୁ ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦୁଇ ମହିଳାଙ୍କୁ ଉଲଗ୍ନ କରାଯାଇ ରାସ୍ତାରେ ଚଲାଇ ଚଲାଇ ନେବା ସହ ଯୌନ ନିର୍ଯାତନା ଦିଆଯାଉଥିବା ଦେଖିବାକୁ ମିଳିଛି ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କହିଛନ୍ତି, ‘‘ଏହି ଘଟଣା ସାମ୍ବିଧାନିକ ଗଣତନ୍ତ୍ରରେ ଆଦୌ ଗ୍ରହଣୀୟ ନୁହେଁ । ଏହା ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ରହିଛି । ସାମ୍ପ୍ରଦାୟିକ ହିଂସାରେ ମହିଳାମାନଙ୍କୁ ଏକ ଉପକରଣ ଭାବରେ ବ୍ୟବହାର କରିବା ଅସ୍ବୀକାର ଅଟେ । ଏହା ବିଚଳିତ କରିଦେବା ପରି ଘଟଣା, ଏହାକୁ ଜମାବି ବରଦାସ୍ତ କରାଯିବ ନାହିଁ । ଏହି ଘଟଣା ମାନବାଧିକାର ଉଲ୍ଲଘଂନ ଅଟେ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଟିକିଏ ସମୟ ଦିଅନ୍ତୁ ନଚେତ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।’’

ଏହା ମଧ୍ୟ ପଢନ୍ତୁ-PM Modi on Manipur Video: 140 କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି, କାହାରିକୁ ଛଡାଯିବନି

ମଣିପୁର ହିଂସା ଘଟଣାରେ ମେ ମାସରୁ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଏହି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ସରକାର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେନେଇ ଜବାବ ଦାଖଲ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଟର୍ଣ୍ଣିଂ ଜେନେରାଲ ଓ ସଲିସିଟର ଜେନେରାଲଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ଏହି ଘଟଣା ହିଂସାକୁ ନେଇ ହୋଇପାରେ ନହୋଇ ବି ପାରେ, ତାହା ଆମେ କେମିତି ଜାଣିବୁ । ସାରା ବିଶ୍ବରେ ହିଂସା ଘଟଣା ସମୟରେ ମହିଳାଙ୍କୁ ବ୍ୟବହାର କରାଯାଉଛି । ଯାହା ଇତିହାସରେ ମଧ୍ୟ ସାକ୍ଷୀ ରହିଛି । ଯାହା ସାମ୍ବିଧାନିକ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ । ଆସନ୍ତାକାଲି(ଶୁକ୍ରବାର) ମଣିପୁର ହିଂସା ଘଟଣା ସହ ଜଡିତ ଆବେଦନ ଓ ମହିଳାଙ୍କୁ ଯୌନ ନିର୍ଯାତନା ଘଟଣା ଉପରେ ଶୁଣାଣି କରାଯିବ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି । ମଣିପୁରରେ ଘଟିଥିବା ଘଟଣା ସଭ୍ୟ ସମାଜ ପାଇଁ ନିନ୍ଦନୀୟ । ଏହି ଘଟଣା ମୋତେ ଚକିତ କରିଛି । ଏହି ସ୍ପର୍ଶକାତର ଘଟଣାରେ ଦୋଷୀକୁ କେବେ କ୍ଷମା ଦିଆଯିବ ନାହିଁ ବୋଲି କହିଥିଲେ ମୋଦି ।

Last Updated :Jul 20, 2023, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.