ETV Bharat / bharat

PM Modi on Manipur Video: 140 କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି, କାହାରିକୁ ଛଡାଯିବନି

author img

By

Published : Jul 20, 2023, 11:14 AM IST

Updated : Jul 20, 2023, 11:38 AM IST

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଗଣମାଧ୍ୟମ ଜରିଆରେ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ସଂସଦର ମୌସୁମୀ ଅଧିବେଶନ
pm modi on Monsoon Session of Parliament

ନୂଆଦିଲ୍ଲୀ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସ୍ପର୍ଶକାତର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ମୁଁ ବହୁତ ଦୁଃଖିତ । ମୋ ହୃଦୟ ପୀଡା ଓ କ୍ରୋଧରେ ଭରି ରହିଛି । ମଣିପୁରରେ ଘଟିଥିବା ଘଟଣା ସଭ୍ୟ ସମାଜ ପାଇଁ ନିନ୍ଦନୀୟ । ଏହି ଘଟଣା ମୋତେ ଚକିତ କରିଛି । ମଣିପୁର ମାଟି ଝିଅ ସହ ଘଟିଥିବା ଘଟଣାରେ ଦୋଷୀକୁ କେବେ କ୍ଷମା ଦିଆଯିବ ନାହିଁ । ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି ସେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ଆହୁରି ସୁଦୃଢ କରନ୍ତୁ । ବିଶେଷ କରି ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଅନ୍ତୁ । ରାଜସ୍ଥାନ ହେଉ ବା ଛତିଶଗଡ ବା ମଣିପୁର ଦେଶରେ ଯେଉଁଠି ଏପରି ଘଟଣା ଘଟୁଛି ସେଠୀ ଦୋଷୀକୁ କେବେ ଛଡା ଯିବନାହିଁ ।’’ ଏହି ଘଟଣା ରାଜନୀତିରୁ ଊର୍ଦ୍ଧ୍ବରେ । ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ମଣିପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | Before the commencement of the Monsoon Session of Parliament, PM Narendra Modi says, "Today, when we are meeting in the holy month of Sawan in this temple of democracy...I am confident that all the MPs, together, will use this for the maximum welfare of people and carry… pic.twitter.com/t1nMM44WWm

    — ANI (@ANI) July 20, 2023 " class="align-text-top noRightClick twitterSection" data=" ">

କାହାରିକୁ ଛଡା ଯିବନି: ମଣିପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ମଣିପୁରରେ ମହିଳାଙ୍କ କ୍ଷେତ୍ରରେ ଯାହା ଘଟିଛି ତାହା ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । କାହାକୁ ଛଡା ଯିବ ନାହିଁ । ମଣିପୁର ମାଟି ଝିଅଙ୍କ ସହ ଘଟିଥିବା ଘଟଣା କ୍ଷମଣୀୟ ନୁହେଁ । ପାପ କରୁଥିବା ଲୋକ କେତେ କିଏ ସେ ତାଙ୍କ ସ୍ଥାନରେ ଅଛନ୍ତି ମାତ୍ର ଇଜ୍ଜତ ସମଗ୍ର ଦେଶର ଯାଇଛି । ଏହି ଘଟଣାରେ 140 କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ରାଜ୍ୟରେ ଆଇନ ବ୍ୟବସ୍ଥାକୁ ଅଧିକ ସୃଦୁଢ କରନ୍ତୁ ବିଶେଷ କରି ମାଆ ଝିଅଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନିଅନ୍ତୁ । ଦେଶର କୋଣ ଅନୁକୋଣରେ ଯେଉଁଠି ବି ଏହିପରି ଘଟଣା ଘଟୁଛି ସେଠି କାହାକୁ ବି ଛଡା ଯିବନାହିଁ । ମହିଳାଙ୍କ ସୁରକ୍ଷା ରାଜନୀତିରୁ ଉର୍ଦ୍ଧ୍ବରେ ।''

  • #WATCH | Prime Minister Narendra Modi says, "...I assure the nation, no guilty will be spared. Law will take its course with all its might. What happened with the daughters of Manipur can never be forgiven." pic.twitter.com/HhVf220iKV

    — ANI (@ANI) July 20, 2023 " class="align-text-top noRightClick twitterSection" data=" ">

ଆଜିଠୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଶ୍ରାବଣରେ ଏହି ପବିତ୍ର ମାସରେ ସଂକଳ୍ପ ପାଇଁ ମହତ୍ତ୍ବପୂର୍ଣ୍ଣ । ଏଥର ଡବଲ ଶ୍ରାବଣର ଅବଧି ଅଧିକ । ଗଣତନ୍ତ୍ର ଏହି ମନ୍ଦିରରେ ଶ୍ରାବଣରେ ଏହି ପବିତ୍ର ମାସରେ ଭେଟ ହୋଇଥିବାରୁ ଏହି ମନ୍ଦିର ଅନେକ ପବିତ୍ର କାର୍ଯ୍ୟ କରିବାକୁ ସବୁଠୁ ବଡ ଅବସର ଆଉ ବା କଣ ହୋଇପାରେ । ମୋର ବିଶ୍ବାସ ରହିଛି ଏହି ଅଧିବେଶନରେ ସମସ୍ତ ସାଂସଦ ଏକାଠି ଲୋକଙ୍କ କଲ୍ୟାଣ ପାଇଁ ସର୍ବାଧିକ ସମୟ ଉପଯୋଗ କରିବେ । ସଂସଦରେ ସାଂସଦଙ୍କର ଥିବା ଦାୟିତ୍ବ,ଆଇନ ତିଆରି କରିବା ଉପରେ ଚର୍ଚ୍ଚା କରିବେ ବୋଲି ଆଶା ।''

  • PM Narendra Modi says, "My heart is filled with pain and anger. The incident from Manipur that has come before us is shameful for any civilised society. I urge all the CMs to further strengthen law & order in their states - especially for the security of women and take the… pic.twitter.com/SKLTtpAjuo

    — ANI (@ANI) July 20, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Monsoon Session of Parliament: ଆଜିଠୁ ମୌସୁମୀ ଅଧିବେଶନ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନଜର

ଏହା ବି ପଢନ୍ତୁ...Manipur Horror: ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ, ଭିଡିଓ ଭାଇରାଲ

ପ୍ରକାଶ ଥାଉ କି, ଆଜିଠୁ ଅଗଷ୍ଟ 11 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ ଚାଲିବ । ଏହି 23 ଦିନିଆ ଅଧିବେଶନରେ କେନ୍ଦ୍ର ସରକାର 31ଟି ବିଲ ଆଣିବାକୁ ଯାଉଛନ୍ତି । ସ୍ବଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ପୁରା ସଂସଦ ସରଗରମ ହେବ । କାରଣ କେନ୍ଦ୍ର ସରକାର ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ ଆଣୁଥିବାରୁ ଏହାକୁ ନେଇ ସରକାର-ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛି । ସଂସଦ ମୌସୁମୀ ଅଧିବେଶନର ସୁପରିଚାଳନା ପାଇଁ ଗତକାଲି (ବୁଧବାର) କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ସେପଟେ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ଏଲଓପି ଚାମ୍ବରରେ ବିରୋଧୀ ଦଳ ନେତାଙ୍କର ବୈଠକ ବସିଛି । ରଣନୀତି ନେଇ ଆଲୋଚନା କରିଛନ୍ତି ।

Last Updated :Jul 20, 2023, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.